• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

religious
ଜିଲ୍ଲା ପ୍ରଶାସନର ନିଷ୍ପତ୍ତି: ସବୁ ଧର୍ମାନୁଷ୍ଠାନ ବନ୍ଦ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ୭ ଦିନ ପାଇଁ ବନ୍ଦ। ଆସନ୍ତାକାଲିଠୁ ୨୧ ତାରିଖ ଯାଏଁ ବନ୍ଦ ରହିବ ସବୁ ଧର୍ମାନୁଷ୍ଠାନ। କୋଭିଡ୍ ସଂକ୍ରମଣ ବୃଦ୍ଧି ପରେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ନେଇଛି। ୭ ଦିନ ଧର୍ମାନୁଷ୍ଠାନ ସାନିଟାଇଜ୍ ସହ ରୀତିନୀତି ପାଳନ ହେବ। ପାର୍କ, ଖେଳପଡ଼ିଆ, ସମୁଦ୍ର ବେଳାଭୂମି ଓ ହ୍ରଦ ମଧ୍ୟ ୭ ଦିନ ବନ୍ଦ ରହିବ। ସର୍ବସାଧାରଣରେ ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ପାଳନ ଉପରେ କଟକଣା ଜାରି କରାଯାଇଛି। […]

  • Thursday, 15 July 2021
medical
ଜରୁରୀ ନଥିଲେ ହସ୍ପିଟାଲ ନଆସିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ଭୁବନେଶ୍ୱର: ରେକର୍ଡ ପରେ ରେକର୍ଡ, କରୋନାର ଯେମିତି ଲଗାମ୍ ନାହିଁ। ଏପ୍ରିଲ୍ ପହିଲାରେ ୩୯୪ ପଜିଟିଭ୍, ଆଉ ଆଜି ୧୭୪୧ କେବଳ ଚଳିତ ମାସରେ ଆଜି ସୁଦ୍ଧା ବାହାରିଲେଣି ୧୦ ହଜାର ୩୮୫ ଜଣ ଆକ୍ରାନ୍ତ। ଗଲା ୨୪ ଘଣ୍ଟାରେ ୨ କୋଭିଡ୍ ମୃତ୍ୟୁକୁ ମିଶାଇ, ଚଳିତ ମାସରେ ମୃତ୍ୟୁ ସଂଖ୍ୟା ୭ ଛୁଇଁଛି। ତେବେ ଚମକାଇବା ଭଳି ଚିତ୍ର ଆସିଛି ଉତ୍ତର ଓଡ଼ିଶାର ବାଲେଶ୍ୱର ଜିଲ୍ଲାରୁ। ହଠାତ୍ ଏଠାରୁ ୧୫୮ ଜଣ ଆକ୍ରାନ୍ତ ଚିହ୍ନଟ ହେବା […]

  • Thursday, 15 July 2021
rail
ଛତିଶଗଡ଼ରୁ ରେଳଯାତ୍ରୀ ସେବାରେ ଲାଗିବନି ରୋକ୍

ଛତିଶଗଡ଼ ଛତିଶଗଡ଼ରୁ ରେଳଯାତ୍ରୀ ସେବାରେ ଲାଗିବନି ରୋକ୍। ଓଡ଼ିଶା ଆସୁଥିବା ଟ୍ରେନ୍ ଯାତ୍ରୀଙ୍କ କୋଭିଡ୍ ଟେଷ୍ଟ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କଲାନି ରେଳ ମନ୍ତ୍ରାଳୟ। ମୁଖ୍ୟ ଶାସନ ସଚିବଙ୍କ ଚିଠିର ଉତ୍ତର ରଖିଲା ରେଳ ମନ୍ତ୍ରାଳୟ। ଛତିଶଗଡ଼ରୁ ଆସୁଥିବା ଟ୍ରେନ୍‌କୁ ନିୟନ୍ତ୍ରିତ କରାଯିବନି। ମାର୍ଚ୍ଚ ୨୩ ଗୃହ ମନ୍ତ୍ରାଳୟର ଗାଇଡ୍ ଲାଇନ୍ ଅନୁସାରେ ରେଳ ସେବା ଚାଲୁ ରହିବ। ରେଳ ଷ୍ଟେସନ୍‌ରେ ଚେକିଂ ଓ ଟେଷ୍ଟିଂ ଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା ଲାଗି ଚିଠିରେ ପରାମର୍ଶ […]

  • Thursday, 15 July 2021
mask-chhecking
ମାସ୍କ ଫାଇନ୍‌ ବଢିଲା ୨ ଗୁଣା, ଧରାପଡ଼ିଲେ ଗଣିବ ୫ ହଜାର !

ଭୁବନେଶ୍ୱର: ମାସ୍କ ଅମାନିଆଙ୍କ ପାଇଁ ଜରିମାନା ପରିମାଣ ବଢ଼ାଇଲେ ରାଜ୍ୟ ସରକାର। ପ୍ରଥମ ଓ ୨ୟ ଥର ଧରାପଡ଼ିଲେ ୨ ହଜାର ଜରିମାନା ଦେବାକୁ ପଡ଼ିବ। ପରବର୍ତ୍ତୀ ଥର ଧରାପଡ଼ିଲେ ୫ ହଜାର ଜରିମାନା ଦେବାକୁ ପଡ଼ିବ। ପୂର୍ବରୁ ପ୍ରଥମ ଓ ୨ୟ ଥର ପାଇଁ ଜରିମାନା ୧ ହଜାର ଥିଲା। ଆଜି ଜରିମାନା ଦୁଇଗୁଣ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ। ଏଥିପାଇଁ ଆଜିଠାରୁ ୧୪ଦିନ ଯାଏ ମାସ୍କ ଅଭିଯାନ ଆରମ୍ଭ କରିବା। ଆଜିଠାରୁ […]

  • Thursday, 15 July 2021
marriage
ବିବାହରେ ପ୍ରୋସେସନ୍‌ ସମ୍ପୂର୍ଣ୍ଣ ବନ୍ଦ, ୫୦ ଜଣଙ୍କୁ ଅନୁମତି

ଭୁବନେଶ୍ୱର: ବିବାହ ଓ ଶୁଦ୍ଧି କାର୍ଯ୍ୟରେ କୋଭିଡ କଟକଣା କଡ଼ାକଡ଼ି ହେବ। ଏଣିକି ବିବାହ ଉତ୍ସବରେ କେବଳ ୫୦ ଜଣ ଉପସ୍ଥିତ ରହିପାରିବେ। ଶୁଦ୍ଧି କାର୍ଯ୍ୟ ଲାଗି କେବଳ ୨୦ ଜଣଙ୍କୁ ମିଳିବ ଅନୁମତି। ବିବାହ ଓ ଶୁଦ୍ଧିକ୍ରିୟାକୁ ନେଇ କମିଶନରେଟ୍ ପୋଲିସର ଗାଇଡ୍‌ଲାଇନ୍ ଜାରି କରିଛି। ଗାଇଡ୍‌ ଲାଇନ୍‌ ଅନୁସାରେ, ବିବାହ ଉତ୍ସବରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିବ। ସେହିପରି ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି ମିଳିବ। ବର, କନ୍ୟା, ଦୁଇ ପରିବାର, ପୂଜକ, […]

  • Thursday, 15 July 2021
OTV-portal-Prathama-jiwan
କରୋନା କଟକଣା ବନାମ ଶିକ୍ଷା: ଆଶଙ୍କାରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ !

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି। ପ୍ରଶାସନ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। କିନ୍ତୁ ମହାମାରୀର ଜାଲ ଭିତରକୁ ପୁଣି ଥରେ ଠେଲି ହେବାକୁ ଯାଉଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। କରୋନା ଗାଇଡ୍‌ଲାଇନ୍ ଉଲ୍ଲଂଘନ ଯୋଗୁଁ ଅନେକ ଘରୋଇ ଶିକ୍ଷାନୁଷ୍ଠାନ ତଥା କୋଚିଂ ସେଣ୍ଟର ଆଦି ଗୋଟିଏ ପରେ ଗୋଟିଏ ସିଲ୍‌ ହେବାରେ ଲାଗିଛି। ସଂକ୍ରମଣ ଯୋଗୁଁ  କଲେଜ ଓ ସ୍କୁଲ ସାମୟିକ ଭାବେ ବନ୍ଦ କରାଯାଉଛି। […]

  • Thursday, 15 July 2021
cm-naveen
ମାସ୍କ ନପିନ୍ଧିଲେ ୨ଗୁଣା ଜୋରିମାନା: ନବୀନ

ଭୁବନେଶ୍ୱର: କରୋନା ନେଇ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି ଯେ ମାନବ ଇତିହାସରେ ଏଭଳି ସଂକଟ କେବେ ବି ଆସିନଥିଲା। ଆମ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ କମ ଥିଲା। ଆମକୁ କଠୋର ପଦକ୍ଷେପ ନେବାକୁ ପଡ଼ିଥିଲା। ବାରମ୍ବାର ଲକଡାଉନ, ସଟଡାଉନ କରିବାକୁ ପଡ଼ିଥିଲା। ଏବେ କୋଭିଡ୍‌ର ଦ୍ୱିତୀୟ ଲହର ଆରମ୍ଭ ହୋଇଛି, ଶୀଘ୍ର ବ୍ୟାପୁଛି। ବିଭିନ୍ନ ରାଜ୍ୟରେ ଲକଡାଉନ, ନାଇଟ କର୍ଫ୍ୟୁ ଆରମ୍ଭ ହେଲାଣି। ଆମେ କୋଭିଡ଼ ନିୟମ ମାନିଲେ […]

report
ଓଡ଼ିଶା ଆସିବାକୁ ହେଲେ କୋଭିଡ଼ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର: କରୋନା ସଂକ୍ରମଣରେ ରୋକ୍ ପାଇଁ ନୂଆ ଗାଇଡଲାଇନ ଜାରି କରିଛି ସ୍ୱତନ୍ତ୍ର ରିଲିଫ୍ କମିଶନର। ଓଡ଼ିଶା ଆସିବାକୁ ହେଲେ କୋଭିଡ଼ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ। ବସ୍, ରେଳ ବା ବିମାନରେ ଆସିଲେ ନେଗେଟିଭ ରିପୋର୍ଟ ଜରୁରୀ ବୋଲି ସେ କହିଛନ୍ତି। ଆସିବାର ୭୨ ଘଣ୍ଟା ମଧ୍ୟରେ RTPCR ନେଗେଟିଭ ରିପୋର୍ଟ ଜରୁରୀ। ଦୁଇ ଡୋଜ୍ ଟିକା ନେଇଥିଲେ ଓଡ଼ିଶା ପ୍ରବେଶକୁ ଅନୁମତି ମିଳିବ। ନେଗେଟିଭ ରିପୋର୍ଟ ନଥିଲେ ୭ ଦିନ କ୍ୱାରେଣ୍ଟିନ ରହିବାକୁ ପଡ଼ିବ। ସୁନ୍ଦରଗଡ଼, […]

  • Thursday, 15 July 2021
hike-corona
ମାସକରେ ୧୧ ଗୁଣା ବଢ଼ିଗଲା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: କରୋନାର ଦୈନିକ ସଂକ୍ରମଣର ୩ଟି ଚିତ୍ର। ଫେବ୍ରୁୟାରୀ ୭ରେ ୭୨, ମାର୍ଚ୍ଚ ୭ରେ ୭୦, ଆଉ ଏପ୍ରିଲ୍ ୭ରେ ୭୯୧। ମାସକରେ କରୋନା ମାରିଛି ଲମ୍ବା ଡିଆଁ। ୧୧ ଗୁଣା ବଢ଼ିଛି ସଂକ୍ରମିତଙ୍କ ସଂଖ୍ୟା। ଏହି ବିସ୍ଫୋରକ ସ୍ଥିତିକୁ ନେଇ ଗତକାଲି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ପରେ ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ପୋଲିସ୍‌ର ୧୦ ଦିନିଆ ସ୍ପେଶାଲ୍ ଡ୍ରାଇଭ୍। ଭୁବନେଶ୍ୱରରୁ ଭଦ୍ରକ, କଟକରୁ କଳାହାଣ୍ଡି ସବୁଠି କଡ଼ା ଚେକିଂ। ରାଜଧାନୀରେ ବିଏମ୍‌ସି ଓ […]

  • Thursday, 15 July 2021
hostel
ପରୀକ୍ଷା ନଥିଲେ ହଷ୍ଟେଲ ଛାଡ଼, ଗାଇଡଲାଇନ୍‌ ଜାରି କଲା ବିଏମ୍‌ସି

ଭୁବନେଶ୍ୱର: ପରୀକ୍ଷା ନଥିଲେ ହଷ୍ଟେଲ ଛାଡ଼। ଏହି ନିର୍ଦ୍ଦେଶ ଦେଇଛି ଭୁବନେଶ୍ୱର ମହାନଗର ନିଗମ (BMC)। ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରାବାସର ଅନ୍ତେବାସୀଙ୍କ ଲାଗି ଗାଇଡ୍‌ଲାଇନ୍ ଜାରି କରିଛି ବିଏମ୍‌ସି। ପରୀକ୍ଷା ସରିଥିବା ଓ ପରୀକ୍ଷା ନଥିବା ପିଲାଙ୍କୁ ହଷ୍ଟେଲ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଅଭିଭାବକଙ୍କୁ ଏ ନେଇ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ପିଲାଙ୍କ ପରୀକ୍ଷା ସରିନି, ପୂରା ଗାଇଡ୍ ଲାଇନ୍ ମାନି ଚଳିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି […]

vaccaine
କାମ କରୁଥିବା ସ୍ଥାନରେ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: କାର୍ଯ୍ୟସ୍ଥଳୀରେ ଟିକାକରଣକୁ ଅନୁମତି ଦେଲେ କେନ୍ଦ୍ର ସରକାର। ୧୦୦ ଜଣରୁ ଅଧିକ ହିତାଧିକାରୀ ଥିଲେ କାର୍ଯ୍ୟସ୍ଥଳୀରେ ଟିକା ଦିଆଯାଇପାରିବ। ଏପ୍ରିଲ ୧୧ ସୁଦ୍ଧା କାର୍ଯ୍ୟସ୍ଥଳୀରେ ଟିକାକରଣ ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାର କହିଛନ୍ତି, ଯେଉଁ ଅଫିସରେ ୧୦୦ରୁ ଅଧିକ ହିତାଧିକାରୀ ଥିବେ, ସେଠାରେ ହିଁ ଟିକାକରଣ ପାଇଁ ବ୍ୟବସ୍ଥା କରାଯିବ। ବର୍ତ୍ତମାନ କେବଳ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ହିଁ ଟିକା ଦିଆଯିବ। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର […]

  • Thursday, 15 July 2021
special-drive
କରୋନା କଟକଣା ଭାଙ୍ଗି ଦିନକରେ ୨୭ ଗିରଫ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ କରୋନା ତାର କାୟା ବିସ୍ତାର କରୁଛି। ବିଷେଶ କରି ୧୦ ଜିଲ୍ଲାରେ ମହାମାରୀ ଉଗ୍ର ରୂପ ଧାରଣ କରୁଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ୧୦ ଜିଲ୍ଲାରେ ଜାରି କରାଯାଇଥିଲା ନାଇଟ୍‌ କର୍ଫ୍ୟୁ।  କଟକଣା ନିୟମ ନ ମାନିବାରୁ ବିଭିନ୍ନ ଜିଲ୍ଲାରେ ଚାଲିଛି ପୋଲିସ୍‌ର ସ୍ପେଶାଲ ଡ୍ରାଇଭ୍। ଆଉ ଏଥିରେ ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। Special Drive on "Awareness and Enforcement" regarding Use Of Mask, maintaining […]

vaccaine
କାହିଁକି ସବୁ ବର୍ଗର ଲୋକଙ୍କୁ ଦିଆଯାଉନି କରୋନା ଟିକା; କହିଲା କେନ୍ଦ୍ର

ନୂଆଦିଲ୍ଲୀ: ମହାମାରୀର ଦ୍ୱିତୀୟ ଲହର ଭିତରେ ସବୁ ବର୍ଗର ଲୋକଙ୍କୁ ଟିକା ନେବାକୁ ଦାବି ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ। ଆଜି ସାମ୍ବାଦିକ ସମ୍ମିଳନୀରେ ରାଜେଶ ଭୂଷଣ କହିଛନ୍ତି ଯେ ଟିକାକରଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିବା ଓ ସ୍ୱାସ୍ଥ୍ୟସେବାର ସୁରକ୍ଷା। ଏହି ଦୁଇଟି ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଲୋକଙ୍କୁ ଟିକା ଦିଆଯାଉଛି। ଯେଉଁମାନେ ଚାହୁଁଛନ୍ତି ସେମାନଙ୍କୁ ନୁହେଁ, ବରଂ ଯେଉଁମାନଙ୍କ ଆବଶ୍ୟକ ସେମାନଙ୍କୁ ଟିକା ଦିଆଯାଇଥିବା ସ୍ପଷ୍ଟ କରିଛନ୍ତି […]

april-2021-
୧୦ ଦିନ ସ୍ପେଶାଲ ଡ୍ରାଇଭ୍ ପାଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର:  ୧୦ ଦିନ ସ୍ପେଶାଲ ଡ୍ରାଇଭ୍ ପାଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ। ସଂକ୍ରମଣ ହ୍ରାସ କରିବାକୁ ଅଧିକ ପୋଲିସ ମୁତୟନ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ଖାଲି ସେତିକି ନୁହେଁ, ସାରା ରାଜ୍ୟରେ ପୋଲିସ ମୁତୟନ କରି ସ୍ପେଶାଲ ଡ୍ରାଇଭ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସୁରକ୍ଷା ନିୟମ କଡ଼ାକଡ଼ି ପାଳନ ପାଇଁ ଅଧିକ ପୋଲିସ ମୁତୟନ ପାଇଁ କୁହାଯାଇଛି। ଏହି ସମୟରେ ମାସ୍କ, ସାମାଜିକ ଦୂରତ୍ୱ ନେଇ ସୂଚନା ଓ ପ୍ରସାରଣ ବିଭାଗ ସଚେତନତା କରିବ। […]

  • Thursday, 15 July 2021
rajesh-bhusan
ଦେଶରେ ୧୦ଟି ଜିଲ୍ଲାରେ କରୋନା ସ୍ଥିତି ଉଦ୍‌ବେଗଜନକ: କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ୧୦ଟି ଜିଲ୍ଲାରେ କରୋନା ସ୍ଥିତି ଉଦ୍‌ବେଗଜନକ। ଏକଥା କହିଛନ୍ତି ରାଜେଶ ଭୂଷଣ। କରୋନା ସ୍ଥିତି ନେଇ ସେ କହିଛନ୍ତି ଯେ ଦେଶରେ ୧୦ଟି ଜିଲ୍ଲାରେ କରୋନା ସ୍ଥିତି ଉଦ୍‌ବେଗଜନକ। ୭ ଜିଲ୍ଲା ମହାରାଷ୍ଟ୍ରର, କର୍ଣ୍ଣାଟକ, ଛତିଶଗଡ଼, ଦିଲ୍ଲୀର ଗୋଟିଏ ଲେଖାଏଁ ଜିଲ୍ଲା ରହିଛି। ଦେଶର ମୋଟ ଆକ୍ଟିଭ କେସ୍‌ ୫୮% ମହାରାଷ୍ଟ୍ରରେ ରହିଛି। ମୋଟ ମୃତ୍ୟୁର ୩୪% କେବଳ ମହାରାଷ୍ଟ୍ରର। ମହାରାଷ୍ଟ୍ରରେ RTPCR ଟେଷ୍ଟ ୭୦%କୁ ବଢ଼ାଇବାକୁ କୁହାଯାଇଛି ବୋଲି ସେ କହିଛନ୍ତି। ଛତିଶଗଡ଼ […]

  • Thursday, 15 July 2021
jnu
ଜେଏନ୍‌ୟୁରେ କରୋନା ରୋକିବା ପାଇଁ ଗାଇଡ୍‌ଲାଇନ୍‌ ଜାରି

ନୂଆଦିଲ୍ଲୀ: କରୋନା ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କର୍ତ୍ତୃପକ୍ଷ କ୍ୟାମ୍ପସରେ ଛାତ୍ରଛାତ୍ରୀ ତଥା ଅନ୍ୟ ଅଧ୍ୟାପକ ଅଧ୍ୟାପିକାମାନଙ୍କ ପାଇଁ ନୂତନ ସର୍କୁଲାର ଜାରି କରିଛନ୍ତି  କର୍ତ୍ତୃପକ୍ଷ। କ୍ୟାମ୍ପସର ପୁନଃ ଖୋଲିବା ଏବଂ ବିଶ୍ୱବିଦ୍ୟାଳୟ ପରିସରରେ କରୋନା ବୃଦ୍ଧି ଦେଖି ବିଶ୍ୱବିଦ୍ୟାଳୟ ବିଜ୍ଞପ୍ତି ଜାରି କରିଛି। ବିଶ୍ୱବିଦ୍ୟାଳୟ ସହ ଜଡିତ  ସମସ୍ତ ବ୍ୟକ୍ତିବିଶେଷଙ୍କ ପାଇଁ ନିମ୍ନଲିଖିତ ନିଷ୍ପତ୍ତି ନିଆଯାଇଛି। ମାସ୍କ ପିନ୍ଧି ନ ଥିବା ଛାତ୍ରଛାତ୍ରୀ  ଏବଂ କର୍ମଚାରୀମାନଙ୍କୁ ହଷ୍ଟେଲ / ପ୍ରଶାସନିକ […]

  • Thursday, 15 July 2021
vaccine
'ତୁରନ୍ତ ୧୫ ଲକ୍ଷ କୋଭିସିଲ୍ଡ ଡୋଜ୍ ଦିଅ'

ଭୁବନେଶ୍ୱର: ଆଉ ୧୫ ଲକ୍ଷ କୋଭିସିଲ୍ଡ ଡୋଜ୍ ଯୋଗାଇ ଦିଅ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ଏସିଏସ୍‌। ରାଜ୍ୟରେ ମହଜୁଦ କରୋନା ଟିକା ସମ୍ପର୍କରେ କହିଛନ୍ତି ଯେ ଏପ୍ରିଲ ୫ ସକାଳ ୮ଟା ସୁଦ୍ଧା ମହଜୁଦ ଥିବା ଟିକା ନେଇ ଜଣାଇଥିଲେ। କୋଭିସିଲ୍ଡ ୬,୦୨, ୪୩୦ ଡୋଜ୍ ଓ କୋଭାକ୍ସିନ ୧,୪୮, ୫୫୦ ଡୋଜ ଅଛି। ରାଜ୍ୟରେ ମୋଟ ୭, ୫୦, ୯୮୦ ଡୋଜ୍ ଟିକା ମହଜୁଦ ରହିଛି। ରାଜ୍ୟରେ ଦୈନିକ ୨ ଲକ୍ଷରୁ […]

corona vaccine
ବଦଳିଲା ଟିକାକରଣର ସମୟ

ଭୁବନେଶ୍ୱର: ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଟିକାକରଣ ସମୟରେ ପରିବର୍ତ୍ତନ। ସକାଳ ୮ରୁ ଦିନ ୧୨ଟା, ଦିନ ୩ରୁ ସଂଧ୍ୟା ୬ଟା ଯାଏଁ ଟିକାକରଣ କରାଯିବ। ଏ ନେଇ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ୍ କର୍ପୋରେସନ୍‌ର କମିଶନର୍‌ଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର। ଭ୍ୟାକ୍ସିନେସନ୍ ସେଣ୍ଟରଗୁଡ଼ିକରେ ପିଇବା ପାଣିର ବ୍ୟବସ୍ଥା କରିବାକୁ କୁହାଯାଇଛି। ସେହିପରି ଜିଲ୍ଲାରେ ଟିକାକରଣ ସଂପର୍କିତ ଦୈନିକ ରିପୋର୍ଟ ସଂଧ୍ୟା ସାଢ଼େ ୬ଟା ସୁଦ୍ଧା ଦେବାକୁ ନିର୍ଦ୍ଦେଶ ରହିଛି। […]

  • Thursday, 15 July 2021
PM-CM
୮ରେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ଆଲୋଚନା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ହୋଇ ବଢିଲାଣି। ଆଜି ଦେଶରେ ରେକର୍ଡ ଭାଙ୍ଗିଛି କରୋନା ସଂକ୍ରମଣ। ଲୋକେ ସାମାନ୍ୟ ଆଶ୍ୱସ୍ତ ହେଉଥିବାବେଳେ ଏବେ ପୁଣି ଚିନ୍ତା ବଢାଇଛି। ବିଭନ୍ନ ରାଜ୍ୟରେ କରୋନା ସଂକ୍ରମଣ ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି। ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଓ ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା ନିଦ ହଜାଇ ଦେଇଛି। ସେହିପରି ଦିଲ୍ଲୀ, ଗୁଜରାଟ ଓ ହରିଆଣାରେ ଗ୍ରାଫ ଉପର ମୁହାଁ ହେଉଛି। ସେଥିପାଇଁ ଆସନ୍ତା ୮ରେ […]

  • Thursday, 15 July 2021
maha
ମହାମାରୀର ପୂର୍ବ ରେକର୍ଡ ଭାଙ୍ଗିଲା; ଏହି ରାଜ୍ୟରେ ଲାଗୁ ହେଲା ୱିକ୍‌ ଏଣ୍ଡ ଲକ୍‌ଡାଉନ

ମୁମ୍ବାଇ: ଦେଶରେ ଅଣାୟତ କରୋନାର ଦ୍ୱିତୀୟ ଲହର। କରୋନା ସଂକ୍ରମଣ ବଢୁଥିବା ବେଳେ ମହାରାଷ୍ଟ୍ରରେ କଠୋର ହୋଇଛି କଟକଣା। ରାଜ୍ୟରେ ସଂପୂର୍ଣ୍ଣ ଲକ୍‌ଡାଉନ୍ ଜାରି ହୋଇନଥିଲେ ବି ଓ୍ୱିକ୍ ଏଣ୍ଡ ଲକ୍‌ଡାଉନ୍ ଜାରି ହୋଇଛି। ଅର୍ଥାତ ଶୁକ୍ରବାର ରାତି ୮ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ସଂପୂର୍ଣ୍ଣ ଲକ୍‌ଡାଉନ୍ ରହିବ ରାଜ୍ୟ। ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା ପାଇଁ ଅନୁମତି ମିଳିବ। ସବୁ ସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀରେ କାର୍ଯ୍ୟ କରିବେ। ମହାମାରୀର ପୂର୍ବ […]

  • Thursday, 15 July 2021
majhi-ghraiani
ସପ୍ତାହକୁ ୩ ଦିନ ବନ୍ଦ ରହିବ ମା' ମଝିଘରିଆଣି ମନ୍ଦିର

ରାୟଗଡ଼ା: ଦକ୍ଷିଣ ଓଡ଼ିଶାର ପ୍ରମୁଖ ଶକ୍ତି ପୀଠ ରାୟଗଡାର ମା ମଝି ଘରିଆଣିଙ୍କ ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ରାୟଗଡା ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳଙ୍କ ପକ୍ଷରୁ ଜାରି ହୋଇଥିବା ଆଦେଶ ଅନୁଯାୟୀ ପ୍ରତ୍ୟେକ ମଙ୍ଗଳବାର, ବୁଧବାର ଓ ରବିବାର ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ। କିନ୍ତୁ ମନ୍ଦିରର ପୂଜାବିଧି ରୀତିନୀତି ଅନୁଯାୟୀ ଚାଲିବ। ଏହାବ୍ୟତୀତ ଆଗକୁ ଚୈତ୍ର ପର୍ବଥିବାରୁ ଏପ୍ରିଲ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ କୌଣସି ଭକ୍ତଙ୍କ ମନ୍ଦିର ପ୍ରବେଶକୁ ବାରଣ କରାଯାଇଛି। ଆଜି ଜିଲ୍ଲା […]

  • Thursday, 15 July 2021
Maa Tarini Temple
ଚଇତି ପର୍ବ କଟକଣା: ମା' ତାରିଣୀ ପୀଠରେ ବନ୍ଦ ରହିବ ଭକ୍ତଙ୍କ ଦର୍ଶନ

କେନ୍ଦୁଝର: ମା ତାରିଣୀଙ୍କ ଚଇତି ପର୍ବ ଉପରେ କଟକଣା। କୋଭିଡ୍ କଟକଣାରେ ପାଳିତ ହେବ ଚଳିତ ବର୍ଷର ଚଇତି ଯାତ୍ରା। ୧୩ ଓ ୧୪ ତାରିଖରେ ମା ତାରିଣୀ ପୀଠରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ୯ରୁ ୧୨ ଓ ୧୫ ତାରିଖରେ କୋଭିଡ ନିୟମ ଅନୁସାରେ ଭକ୍ତ ଦର୍ଶନ କରିବେ। ସକାଳ ୭ଟାରୁ ସାଢ଼େ ୧୨ଟା, ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୭ଟା ଯାଏଁ  ଭକ୍ତ ଦର୍ଶନ କରିପାରିବେ। ଚଇତି ପର୍ବରେ ମନ୍ଦିର ପରିସରରେ ଥିବା […]

  • Thursday, 15 July 2021
lockdown
ଏଇ ରାଜ୍ୟରେ ସପ୍ତାହକୁ ୨ ଦିନ ଲକ୍‌ଡାଉନ୍‌ ଘୋଷଣା

ମୁମ୍ବାଇ: ମହାରାଷ୍ଟ୍ରରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ। ରାତି ୮ରୁ ସକାଳ ୭ଟା ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି। କରୋନା ସଂକ୍ରମଣ ବୃଦ୍ଧି ପରେ ମହାରାଷ୍ଟ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ତାହା ସହ ସପ୍ତାହନ୍ତ ୨ ଦିନ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଶନିବାର ଓ ରବିବାର ଲକ୍‌ଡାଉନ୍ କରିବା ନେଇ ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ନାଇଟ୍ କର୍ଫ୍ୟୁ ବେଳେ ଅତ୍ୟାବଶ୍ୟକ ସେବା ପାଇଁ ଅନୁମତି ମିଳିବ। ରେଷ୍ଚୁରାଣ୍ଟରେ କେବଳ ପାର୍ସଲ ଆଣିବାକୁ ଅନୁମତି ମିଳିବ। […]

  • Thursday, 15 July 2021
coronavirus
ରାଜ୍ୟରେ କରୋନା ନେଲା ମହିଳାଙ୍କ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଜି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ଜଣେ ୨୯ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୯୨୨କୁ ବୃଦ୍ଧି ପାଇଛି। Regret to inform the demise of 29 years old female Covid positive patient of Khordha district who was also suffering from Sickle Cell […]

  • Thursday, 15 July 2021