ଭୁବନେଶ୍ୱର: ବେଙ୍ଗଲ ଫେରନ୍ତାଙ୍କ ପ୍ରତି ଥିବା ନିୟମରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ନେଗେଟିଭ ରିପୋର୍ଟ, ୨ ଡୋଜ୍ ଟିକା ନେଇଥିଲେ କ୍ୱାରେଣ୍ଟିନ କୋହଳ ହୋଇଛି। ପୂର୍ବ ଘୋଷିତ ୧୪ ଦିନ ପରିବର୍ତ୍ତେ ୭ ଦିନ ପାଇଁ ହୋମ୍ କ୍ୱାରେଣ୍ଟିନରେ ରହିବ। ହୋମ୍ କ୍ୱାରେଣ୍ଟିନ ସୁବିଧା ନଥିଲେ ସରକାରୀ କ୍ୱାରେଣ୍ଟିନରେ ରହିବେ। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରୁ ସଂଶୋଧିତ ନିୟମ ଜାରି କରାଯାଇଛି। ରାସ୍ତା, ବିମାନ ସହ ରେଳରେ ଆସୁଥିବା ଯାତ୍ରୀ ବି କ୍ୱାରେଣ୍ଟିନରେ ରହିବେ ବୋଲି କୁହାଯାଇଛି। […]
ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ଜୁଏଲ ଓରାମଙ୍କୁ କରୋନା। କରୋନା ପଜିଟିଭ ହୋଇଥିବା ଟୁଇଟ୍ କଲେ ଜୁଏଲ ଓରାମ। ତେବେ ନିକଟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ କରୋନା ଟେଷ୍ଟ କରିବାକୁ ଓ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। I underwent #Covid-19 test today & it has turned out positive. Those who have came in contact with me in last few days are advised […]
ନୂଆଦିଲ୍ଲୀ: ବିଦେଶରୁ ଆମଦାନୀ ହେବ କରୋନା ଟିକା। କରୋନା ଟିକା ଆମଦାନୀ ନେଇ ପଥ ସୁଗମ କଲା କେନ୍ଦ୍ର। ଆମଦାନୀ ହେବାକୁ ଥିବା ଟିକା ଉପରୁ ସୀମା ଶୁଳ୍କ ଛାଡ଼ ହେବ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୩ ମାସ ପାଇଁ ଟିକା ଆମଦାନୀ ଉପରେ ସୀମା ଶୁଳ୍କ ଛାଡ଼ ନିଷ୍ପତ୍ତି ନିଆଯାଇଛି। ଅକ୍ସିଜେନ ଅଭାବ ଓ ଯୋଗାଣ ନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି। ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ […]
ଭୁବନେଶ୍ୱର: ମେ ୧ରୁ ଘରୋଇ ହସ୍ପିଟାଲକୁ ଦିଆଯାଉଥିବା ୨୫୦ ଟଙ୍କିଆ ଟିକା ବନ୍ଦ। ଏପ୍ରିଲ ୩୦ରୁ ସବୁ ଘରୋଇ CVCକୁ ଟିକା ବନ୍ଦ ନେଇ ACS ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କର୍ପୋରେସନକୁ ACS ଚିଠି କରିଛନ୍ତି। ଘରୋଇ ହସ୍ପିଟାଲ ସିଧାସଳଖ ଫାର୍ମା କମ୍ପାନୀ ଠାରୁ ଟିକା କିଣିବେ। ବ୍ୟବସ୍ଥା ଅନୁସାରେ ୫୦% କୋଟାରୁ ଘରୋଇ ହସ୍ପିଟାଲ ଟିକା କିଣିବେ। ଠିକ୍ ସମୟରେ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ACS ପରାମର୍ଶ ପରାମର୍ଶ ଦେଇଛନ୍ତି। […]
ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର, ଭୂତାଣୁର ଡବଲ୍ ମ୍ୟୁଟେସନ୍, ୩ ଲକ୍ଷ ପାର୍ ଦୈନିକ ସଂକ୍ରମଣ, ତା ସାଙ୍ଗକୁ ୨୪ ଘଣ୍ଟାରେ ୨ହଜାରରୁ ଅଧିକ ମୃତ୍ୟୁ ଏତିକି ଯଥେଷ୍ଟ ନଥିଲା ଯେ, ଦେଶକୁ ଘାରିଲାଣି ଆଉ ଏକ ନୂଆ ଚିନ୍ତା। କିଛି ସଂକ୍ରମିତଙ୍କ ଠାରେ ଠାବ ହୋଇଛି କରୋନା ଭୂତାଣୁର ଟ୍ରିପଲ୍ ମ୍ୟୁଟାଣ୍ଟ୍ ଭାରିଆଣ୍ଟ୍। ୪ଟି ରାଜ୍ୟ- ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଦିଲ୍ଲୀ ଓ ଛତିଶଗଡ଼ରେ। ଏହା ଠାବ ହୋଇଥିଲେ ବି ପଶ୍ଚିମବଙ୍ଗକୁ ଏହାର ହଟ୍ଷ୍ପଟ୍ ବୋଲି ଅନୁମାନ […]
ଭୁବନେଶ୍ୱର: କରୋନା କଟକଣା ନେଇ ମୁଖ୍ୟ ଶାସନ ସଚିବ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରୁ ଯେକେହି ଆସିଲେ ୧୪ ଦିନ କ୍ୱାରେଣ୍ଟିନ ରହିବେ। ପ.ବଙ୍ଗରେ କରୋନା ଉଗ୍ର ରୂପ ନେଇଥିବାରୁ ସରକାର କଟକଣା ଜାରି କରିଛନ୍ତି। ପଶ୍ଚିମବଙ୍ଗ ସହ ଲାଗିଥିବା ସବୁ ରାସ୍ତାରେ ଚେକିଂ କଡ଼ାକଡ଼ି ହେବ। ଚେକିଂ କଡ଼ାକଡ଼ି କରିବାକୁ ବାଲେଶ୍ୱର, ମୟୂରଭଂଜ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପଶ୍ଚିମବଙ୍ଗରୁ ଆସୁଥିବା ସମସ୍ତ ଲୋକଙ୍କୁ ଚେକିଂ କରାଯିବ। ନେଗେଟିଭ ରିପୋର୍ଟ, ଟିକା ୨ ଡୋଜ୍ ନେଇନଥିଲେ କ୍ୱାରେଣ୍ଟିନରେ ରହିବେ। […]
ଅଗର ମାଲୱା: କରୋନାର ଦ୍ୱିତୀୟ ଲହରୀ ସାରା ଦେଶରେ ଉଗ୍ର ରୂପ ଧାରଣ କଲାଣି। ମହାମାରୀକୁ ଦମନ କରିବା ପାଇଁ ଦେଶର ପ୍ରତିଷ୍ଠିତ ଫାର୍ମା କମ୍ପାନୀମାନେ ଦିନରାତି ଏକ କରିଦେଇଛନ୍ତି। କିନ୍ତୁ ଦେଶର କିଛି ଏମିତି କିଛି ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ରାମଦାସ ଅଠୱାଲେଙ୍କ ‘ଗୋ କରୋନା ଗୋ’ ପରେ ଏବେ ଆଉ ଏକ ସ୍ଲୋଗାନ୍ ଚର୍ଚ୍ଚାକୁ ଆସିଛି। କରୋନାକୁ ତଡ଼ିବା ପାଇଁ ଏବେ ଚର୍ଚ୍ଚା ହୋଇଛି ‘ଭାଗ୍ କରୋନା […]
ପୁରୀ: ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ନୀଳାଚଳ ଭକ୍ତ ନିବାସ ପରିସରରେ କୋଭିଡ୍ କେୟାର ସେଣ୍ଟର ଉଦଘାଟିତ ହୋଇଛି। ଏଠାରେ ୧୨୦ ବେଡ୍ ବ୍ୟବସ୍ଥା ଅଛି। ପଜିଟିିଭ ଚିହ୍ନଟ ୫୦ରୁ ଅଧିକ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀଙ୍କୁ ଏଠାରେ ରଖାଯାଇଛି। ନୀଳାଚଳ ଭକ୍ତ ନିବାସ କୋଭିଡ କେୟାର ସେଣ୍ଟରରେ ସବୁ ବେଡ୍ରେ ଅକ୍ସିଜେନ ରହିବ। ଆଜି ପୁରୀ ଭକ୍ତନିବାସରେ ବୈଠକ ପରେ ଏହା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। ଆସନ୍ତା ୧ତାରିଖରୁ ୧୮ବର୍ଷ ବୟସରୁ […]
ନୂଆଦିଲ୍ଲୀ: ଖୋଲା ବଜାରରେ ଟିକା ଉପଲବ୍ଧ ପାଇଁ ଦର ଘୋଷଣା ହୋଇଛି। କୋଭିସିଲଡ ଟିକା ପାଇଁ ଦର ଧାର୍ଯ୍ୟ କଲା ସେରମ। ରାଜ୍ୟ ସରକାରଙ୍କ ପାଇଁ ଟିକା ଡୋଜ୍ ପିଛା ଦର ୪ଶହ ଟଙ୍କା। ଘରୋଇ ହସ୍ପିଟାଲ ପାଇଁ ଟିକା ଡୋଜ୍ ୬ଶହ ଟଙ୍କା ଧାର୍ଯ୍ୟ ହୋଇଛି। ଖୋଲା ବଜାରରେ ଟିକା ଉପଲବ୍ଧ ପାଇଁ ଦର ଘୋଷଣା କରାଯାଇଛି। ଟିକା ଦର ନେଇ ସେରମ ସିଇଓ ଅଦର ପୁନାୱାଲା ସୂଚନା ଦେଇଛନ୍ତି। ଅନ୍ୟ ଦେଶ ତୁଳନାରେ ତାଙ୍କ […]
ନୂଆଦିଲ୍ଲୀ: କରୋନା ଟିକା ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ। ଏଥିପାଇଁ ସେରମ ଇନଷ୍ଟିଚ୍ୟୁଟକୁ ୩ ହଜାର କୋଟି ଓ ଭାରତ ବାଓଟେକ୍କୁ ୧୫ଶହ କୋଟି ଟଙ୍କା ଆଗୁଆ ଦିଆଯିବ। ଏଥିପାଇଁ ଆଗତ ଏକ ପ୍ରସ୍ତାବକୁ କେନ୍ଦ୍ର ଅର୍ଥମନ୍ତ୍ରାଳୟ ପକ୍ଷରୁ ମଂଜୁରୀ ମିଳିଛି। ଜେନେରାଲ ଫାଇନାନସ ନିୟମାନୁଯାୟୀ, ବିନା ବ୍ୟାଙ୍କ ଗ୍ୟାରେଣ୍ଟିରେ ଏଭଳି ଟଙ୍କା ଆଗୁଆ ଦିଆଯାଇପାରିବ ନାହିଁ କିନ୍ତୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଐତିହାସିକ ନିଷ୍ପତ୍ତି ନିଆଯାଇ ଆଗୁଆ ଟଙ୍କା […]
ନୂଆଦିଲ୍ଲୀ: ଦିନକରେ ଦେଶରେ କରୋନା ନେଲା ୨୦୨୩ ଜଣଙ୍କ ଜୀବନ। ଦେଶରେ ୨୪ ଘଣ୍ଟାରେ ୨ ଲକ୍ଷ ୯୫ ହଜାର ୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୬ ଲକ୍ଷ ୧୬ ହଜାର ୧୩୦କୁ ବୃଦ୍ଧି ପାଇଛି। ସେହିପରି ଆଜିର କରୋନା ଆକ୍ରାନ୍ତଙ୍କ ମୃତ୍ୟୁକୁ ମିଶାଇ ମୃତ୍ୟୁସଂଖ୍ୟା ସଂଖ୍ୟା ୧ ଲକ୍ଷ ୮୨ ହଜାର ୫୫୩କୁ ବୃଦ୍ଧି ପାଇଛି। ଆକ୍ଟିଭ କେସ୍- ୨୧,୫୭,୫୩୮; ସୁସ୍ଥ ହେଲେଣି- ୧,୩୨,୭୬,୦୩୯ ଏଯାବତ ଦେଶରେ ୧୩,୦୧,୧୯,୩୧୦ ଡୋଜ୍ […]
ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରେ ୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଦିନରେ ୪ ହଜାର ୮୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ନୂଆପଡ଼ାରୁ ସର୍ବାଧିକ ୨ ଜଣ ଥିବା ବେଳେ କଟକ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ। ଏଥିସହ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧ ହଜାର ୯୫୮କୁ ବୃଦ୍ଧି ପାଇଛି। ଏପେଟ ଗୋଟିଏ ଦିନରେ ରାଜ୍ୟରେ ଚିହ୍ନଟ ନୂଆ କରୋନା ପଜିଟିଭ ମଧ୍ୟରୁ କ୍ୱାରେଣ୍ଟିନରୁ ୨ ହଜାର ୮୧୪ ଥିବା […]
ଭୁବନେଶ୍ୱର: ରାଜ୍ୟରେ କରୋନାର ପୁଣି କରାଳ ରୂପ। ଏପ୍ରିଲ୍ ପହିଲାରେ ଚିହ୍ନଟ ହୋଇଥିଲେ ୩୯୪ ପଜିଟିଭ୍। ଆଉ ଆଜି ବାହାରିଛନ୍ତି ୪ ହଜାର ୭୬୧ ମାତ୍ର ୨୦ ଦିନରେ ଦୈନିକ ସଂକ୍ରମଣ ପ୍ରାୟ ୧୨ ଗୁଣା ବଢ଼ିଛି। ରେଡ୍ଜୋନ୍ର ରାଜ୍ୟର ୧୦ ଜିଲ୍ଲା ଉପକୂଳ ଓଡ଼ିଶାର ଖୋର୍ଦ୍ଧା, କଟକ ଓ ପୁରୀ ସମେତ ପଶ୍ଚିମ ଓଡ଼ିଶାର ୭ ଜିଲ୍ଲାରେ ସ୍ଥିତି ଉଦ୍ବେଗଜନକ। ଖାଲି ସେତିକି ନୁୁହେଁ, କେବଳ ଏପ୍ରିଲ୍ରେ କରୋନା ନେଲାଣି ୩୨ ଜୀବନ। ତେବେ ରକେଟ୍ […]
ଭୁବନେଶ୍ୱର: ପ୍ରବାସୀମାନେ ଫେରିବା ସମ୍ଭାବନା ଥିବାରୁ ପ୍ରସ୍ତୁତ ରୁହ। କୋଭିଡ଼ ସମୀକ୍ଷା ବୈଠକରେ ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଭିନ୍ନ ରାଜ୍ୟରେ ଲକଡାଉନ ଲାଗୁ ହେଲାଣି, ପ୍ରବାସୀ ଫେରିପାରନ୍ତି। ଡାଟାବେସ୍ ସହ ପୂର୍ବ ପ୍ରୋଟୋକଲ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଫେରନ୍ତା ସମସ୍ତ ପ୍ରବାସୀଙ୍କ କ୍ୱାରେଣ୍ଟିନ ଓ ଟେଷ୍ଟିଂ ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି। କୋଭିଡ଼ ଶଯ୍ୟା ସଂଖ୍ୟା ବୃଦ୍ଧି ସହ ଅକ୍ଦିଜେନ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆମ ପ୍ରସ୍ତୁତି ଅତି […]
ଭୁବନେଶ୍ୱର: ରାଜ୍ୟରେ ବେକାବୁ କରୋନା। ଏଥିପାଇଁ ଗୋଟିଏ ପରେ ଗୋଟିଏ କଟକଣା ଜାରି ହେଉଛି। ଆସନ୍ତା ୨୨ ତାରିଖରୁ ସମସ୍ତ ଡ୍ରାଇଭିଂ ଲାଇସେନ୍ସ ଏବଂ ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟ ସ୍ଥଗିତ କରାଯାଇଛି। କରୋନା ସଂକ୍ରମଣ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଟେଷ୍ଟ ସ୍ଥଗିତ ରଖିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ବଳବତ୍ତର ନେଇ ସୂଚନା ଦିଆଯାଇଛି। ସମସ୍ତ RTOଙ୍କୁ ଏନେଇ ଫେସବୁକ୍ ଓ ଟ୍ୱିଟରରେ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। https://twitter.com/STAOdisha/status/1384423199639699462?s=20 ଲର୍ଣ୍ଣର୍ସ […]
ଭୁବନେଶ୍ୱର: କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ଏମିତି କେଉଁ ଲକ୍ଷଣ ଦେଖାଗଲେ, ଆପଣ ଜାଣିପାରିବେ ଯେ ଏହା କରୋନା ହୋଇଥାଇପାରେ। ଶୁଖିଲା କାଶ, ତଣ୍ଟି ଦରଜ, ଜ୍ୱର, ଗଣ୍ଠି ବ୍ୟଥା, ଦେହ ହାତ ଘୋଳାବିନ୍ଧା, ବାନ୍ତି ଓ ପତଳା ଝାଡ଼ା, ସ୍ୱାଦ ଓ ଗନ୍ଧ ବାରି ନପାରିବା ଏବଂ ଶ୍ୱାସକ୍ରିୟାରେ କଷ୍ଟ। ଗତବର୍ଷ କରୋନାର ପ୍ରଥମ ଲହର ବେଳେ ଦେଖା ଦେଉଥିଲା ଏହି ସବୁ ଲକ୍ଷଣ। ତେବେ ଦ୍ୱିତୀୟ ଲହରରେ କେବଳ ସଂକ୍ରମଣର ବେଗ […]
ନୂଆଦିଲ୍ଲୀ: ଟିକା ନେଇ ବଡ଼ ଘୋଷଣା କଲେ କେନ୍ଦ୍ର ସରକାର। ମେ ୧ରୁ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ଟିକା ମିଳିବ। ତୃତୀୟ ପର୍ଯ୍ୟାୟ ଟିକାକରଣ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟମାନେ କିଣିପାରିବେ କରୋନା ଟିକା। ଉତ୍ପାଦକମାନେ କେନ୍ଦ୍ରକୁ ୫୦ ପ୍ରତିଶତ ଟିକା ଯୋଗାଇବେ।ବାକି ୫୦ ପ୍ରତିଶତ ଟିକା ରାଜ୍ୟମାନଙ୍କୁ ଉତ୍ପାଦକ ଦେଇପାରିବେ। ଟିକାକରଣ ନେଇ ତିନୋଟି ରଣନୀତି ପ୍ରସ୍ତୁତ କରିଛନ୍ତି ସରକାର। ପ୍ରଥମ ପର୍ଯ୍ୟାୟରେ ଟିକା ଉତ୍ପାଦନକାରୀ ପ୍ରତି ମାସରେ […]
ଭୁବନେଶ୍ୱର: ଟିକା ନେଲେ ବି କୋଭିଡ ସଂକ୍ରମଣ ହେବାର ସମ୍ଭାବନା ରହିଛି। ତେଣୁ ନିୟମ ମାନି ଲୋକ କାମ କରନ୍ତୁ। ଏହି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ଟିକା ନେଲେ ମୃତ୍ୟୁହାର କମିବ, ତଥାପି ଲୋକେ କୋଭିଡ ନିୟମ ମାନି ଚଳିଲେ କୋଭିଡ ଚେନରେ ବ୍ରେକ୍ ଲାଗିବ। ସେପଟେ କିଛି ଜିଲ୍ଲାରେ TMC ଖୋଲିଛି। ଆଉ ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ଆବଶ୍ୟକତା ଅନୁସାରେ TMC ଖୋଲିବାକୁ ନିର୍ଦେଶ ଦିଆଯାଇଛି। ଆଗକୁ ଦୈନିକ ୫୦ ହଜାର […]
ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ପଜିଟିଭ ଚିହ୍ନଟ ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। Former PM Manmohan Singh tests positive for COVID19, admitted to AIIMS Trauma Centre in Delhi: AIIMS Official (file photo) pic.twitter.com/zZtbd6POWd — ANI (@ANI) April 19, 2021
ଭୁବନେଶ୍ୱର: ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ଜାରି ହେଲା କଟକଣା। କାଲି ଦିନ ୧୨ଟାରୁ ସଂଧ୍ୟା ପର୍ଯ୍ୟନ୍ତ ୧୪୪ ଜାରି ହେବ। ଏନେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରଥଦାଣ୍ଡକୁ ଭକ୍ତଶୂନ୍ୟ କରିବା ପାଇଁ ୧୪୪ ଲାଗିବ। କେବଳ କୋଭିଡ଼ ନେଗେଟିଭ ଥିବା ସେବାୟତଙ୍କୁ ଅନୁମତି ମିଳିବ। ରଥଦାଣ୍ଡର ଦୁଇ ପାର୍ଶ୍ୱରେ ଥିବା କୋଠାରେ ବି ଲୋକ ରହିବାକୁ ମନା କରାଯାଇଛି। ରଥଯାତ୍ରା ପାଇଁ ୧୫ ପ୍ଲାଟୁନ୍ ଫୋର୍ସ, […]
ଭୁବନେଶ୍ୱର: ଶ୍ରଦ୍ଧାଳୁଙ୍କ ପାଇଁ ଲିଙ୍ଗରାଜ ମନ୍ଦିର ଦର୍ଶନ ବନ୍ଦ। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। କିଛି ସେବାୟତ କରୋନା ସଂକ୍ରମିତ ହେବାରୁ ଦର୍ଶନ ବନ୍ଦ ନିଷ୍ପତ୍ତି ନିଆଯାଇଛି। କେବଳ ସେବାୟତଙ୍କ ଦ୍ୱାରା ନୀତିକାନ୍ତି କରିବାକୁ ନିଷ୍ପତ୍ତି ହୋଇଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏଁ କଟକଣା ଜାରି ରହିବ। ସେହିଭଳି ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା କୋଭିଡ୍ ଗାଇଡ୍ ଲାଇନ ଭିତରେ ହେବ। ଏ ନେଇ ବିଏମସି ପକ୍ଷରୁ ଗତ ୯ ତାରିଖରେ ନିର୍ଦ୍ଦେଶନାମା ପ୍ରକାଶ […]
ଭୁବନେଶ୍ୱର: ଓଡ଼ିଶାରୁ ୧୫୦ ପରିବାର ଉତ୍ତରାଖଣ୍ଡର କୁମ୍ଭମେଳା ଯାଇଛନ୍ତି।୧୫୦ଟି ପରିବାରରୁ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଯାଇଛନ୍ତି। ଉତ୍ତରାଖଣ୍ଡ ସରକାରଙ୍କ ପଞ୍ଜୀକରଣ ରିପୋର୍ଟରୁ ଏହି ତଥ୍ୟ ମିଳିଛି। ଏମାନଙ୍କ ମଧ୍ୟରୁ ଗଞ୍ଜାମରୁ ୨୫, ଖୋର୍ଦ୍ଧାରୁ ୧୦, ନବରଙ୍ଗପୁରରୁ ୨୦, ପୁରୀରୁ ୨୦ ଓ କଟକରୁ ୯ ପରିବାର କୁମ୍ଭମେଳା ଯାଇଥିବା ସୂଚନା ମିଳିଛି। କୁମ୍ଭମେଳା ଫେରନ୍ତାଙ୍କ ପାଇଁ SRC ଶନିବାର ନୂଆ ଗାଇଡ୍ଲାଇନ୍ ଜାରି କରିଥିଲେ। ସମସ୍ତ କୁମ୍ଭମେଳା ଫେରନ୍ତାଙ୍କ RTPCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ବିମାନ […]
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ବେଡ ବୃଦ୍ଧି କରିବାକୁ ପ୍ରସ୍ତୁତି ଚାଲିଛି। ଏଥିପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତ ବର୍ଷ ଅପେକ୍ଷା ୪ରୁ ୫ ଗୁଣ ଅଧିକ ବେଡ଼ ବୃଦ୍ଧି କରାଯିବ। ପ୍ରାୟ ୨ ଗୁଣ ଆଇସିୟୁ ବେଡ଼ ବୃଦ୍ଧି କରାଯିବ ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସଂକ୍ରମିତଙ୍କ ଚିକିତ୍ସା ପାଇଁ ୪ଟି କାଟାଗୋରୀର ବେଡ଼ ଦରକାର। ସାଧାରଣ ବେଡ଼, ଅକ୍ସିଜେନ ସପୋର୍ଟ ବେଡ଼, ଆଇସିୟୁ […]
ଭୁବନେଶ୍ୱର: କୋଭିଡ୍ ସଂକ୍ରମଣର ଚେନ୍ ଭାଙ୍ଗିବାକୁ ରାଜ୍ୟରେ ପୁଣି କଠୋର ହେଲା କଟକଣା। ସାରା ରାଜ୍ୟକୁ ପୁଣି ଫେରିଲା ନାଇଟ୍ କର୍ଫ୍ୟୁ। ରାଜ୍ୟରେ ବଢି ଚାଲିଥିବା କରୋନା ସଂକ୍ରମଣକୁ ଦେଖି ଆସନ୍ତା ୧୭ ତାରିଖଠାରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ପାଇଁ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ। ରାଜ୍ୟର ସମସ୍ତ ସହରାଞ୍ଚଳରେ ଏହି କର୍ଫ୍ୟୁ ବଳବତ୍ତର ରହିବ। ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ସମୟ ପରିବର୍ତ୍ତନ କରାଗଲା। ୧୦ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ସଂଧ୍ୟା […]
କୋଭିସିଲ୍ଡ ଓ କୋଭାକ୍ସିନ୍ ପରେ ଖୁବଶୀଘ୍ର ଟିକାକରଣ ପାଇଁ ଦେଶରେ ଉପଲବ୍ଧ ହେବ ଋଷୀୟ ଟିକା ସ୍ଫୁଟନିକ୍ ଭି। ଏହି ଟିକାକୁ ଆଜି ଡିଜିସିଏର ଅନୁମୋଦନ ମିଳିଛି। ତେବେ ଏଭିତରେ କୋଭିଡ୍ର ନୂଆ ନୂଆ ଷ୍ଟ୍ରେନ୍ ସାଙ୍ଗକୁ ନୂଆ ନୂଆ ଲକ୍ଷଣକୁ ନେଇ ଚିନ୍ତା ବଢ଼ିଛି। ଟିକେ ବି ଅସାବଧନତା ବିପଦକୁ ଡାକିପାରେ। ତେବେ ଆସନ୍ତୁ ଦେଖିବା କିଭଳି ଲକ୍ଷଣ ପାଇଁ କି ପଦକ୍ଷେପ ନେବେ? ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହେବା ପରେ ମହାମାରୀର କେମିତି କରିବେ […]