ଭୁବନେଶ୍ୱର: କରୋନାରେ ଆଜି ଗୋଟିଏ ଦିନରେ ବିଶ୍ୱରେ ୫ ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ଏହାପରେ ମୃତ୍ୟୁ ସଂଖ୍ୟା ଆଜି ୭୬ ହଜାର ପାର କରିଛି। ବିଶ୍ୱର ୨୦୯ ଦେଶ ଏବେ କରୋନା କବଳିତ। ସବୁଠୁ ଉଦବେଗଜନକ ସ୍ଥିତ ଏବେ ଆମେରିକାରେ ଦେଖିବାକୁ ମିଳୁଛି। ଆମେରିକା ବର୍ତ୍ତମାନ କରୋନା ହଟ୍ସ୍ପଟ୍ ପାଲଟିଛି। ଏଠାରେ ମୃତ୍ୟୁ ସଂଖ୍ୟା ୧୧ ହଜାର ପାଖାପାଖି ପହଞ୍ଚିଥିବା ବେଳେ ୩ ଲକ୍ଷ ୬୭ ହଜାର ୬୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆମେରିକାର ନ୍ୟୁର, […]
ଭୁବନେଶ୍ୱର: କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଅନ୍ୟ ରୋଗୀଙ୍କୁ ଚିକିତ୍ସା କରିବେନି। କୋଭିଡ୍ ହସ୍ପିଟାଲ ଘୋଷିତ ହୋଇନଥିବା ଘରୋଇ ଡାକ୍ତରଖାନାରେ ହୋଇପାରିବନି ଆକ୍ରାନ୍ତଙ୍କ ଚିକିତ୍ସା। ଆଜି ପ୍ରେସମିଟ୍ କରି ଏହି ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ। ଏହାସହ ସେ କହିଛନ୍ତି ଯେ, କରୋନା ରୋଗୀମାନେ ବିନା ଦ୍ୱିଧାରେ ସରକାରୀ ହସ୍ପିଟାଲକୁ ଯାଆନ୍ତୁ। କରୋନା ଆକ୍ରାନ୍ତଙ୍କ ଚିକିତ୍ସା କେବଳ କୋଭିଡ୍ ହସ୍ପିଟାଲରେ ହେବ ବୋଲି ସେ କହିଛନ୍ତି। ବର୍ତ୍ତମାନ ରାଜ୍ୟରେ ୭ଟି କୋଭିଡ୍ ହସ୍ପିଟାଲ […]
ଭୁବନେଶ୍ୱର: ରେଲୱେ ପ୍ଲାଟଫର୍ମର ସୁରକ୍ଷା ଯାଞ୍ଚ କରିବ ଡ୍ରୋନ କ୍ୟାମେରା। ଭୁବନେଶ୍ୱରରେ ରେଲୱେ ପ୍ଲାଟଫର୍ମର ସୁରକ୍ଷା ନେଇ ଏହି ଉଦ୍ୟମ ଆରମ୍ଭ କରିଛି ରେଲୱେ ରାପିଡ୍ ପୋଲିସ ଫୋର୍ସ। କରୋନା ଲାଗି ଯାତ୍ରୀବାହୀ ଟ୍ରେନ ବନ୍ଦ ରହିଥିବାବେଳେ ମାଲଗାଡି ଚଳାଚଳ କରୁଛି। ମାଲବାହୀ ଗାଡିରେ କିଛି ଅତ୍ୟାବଶ୍ୟକ ସାମଗ୍ରୀ ଆସୁଥିବାରୁ ଚୋରି ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଏହି ଡ୍ରୋନ କ୍ୟାମେରା ଷ୍ଟେସନର ୩ କିଲୋମିଟର ପରିଧି ମଧ୍ୟରେ ଯାଞ୍ଚ କରିପାରିବେ।
ଭୁବନେଶ୍ୱର: ଲକ୍ଡାଉନ୍ ନିୟମ ଭାଂଗିଥିବା ଅଭିଯୋଗରେ ୨୨୭ ମାମଲା ହୋଇଛି। ରାଜ୍ୟରେ କରୋନାକୁ ନେଇ କଟକଣା ଜାରି କରାଯାଇଥିବାବେଳେ ଏହି ନିୟମ ଉଲ୍ଲଂଘନ ଅଭିଯୋଗରେ ୨୪୪ଟି ମାମଲା ହୋଇଛି। ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ। ଗତକାଲି ସକାଳଠାରୁ ଆଜି ସକାଳ ମଧ୍ୟରେ ମୋଟ ୨୪୪ଟି ମାମଲା ରୁଜୁ କରାଯାଇଛି। ଲକ୍ଡାଉନ୍ ନିୟମ ଭଂଗ ଅଭିଯୋଗରେ ୨୨୭ଟି ମାମଲା, ହୋମ କ୍ୱାରେଣ୍ଟିନ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ୩ଟି, ଅପପ୍ରଚାର କରୁଥିବା ଅଭିଯୋଗରେ ୫ଟି […]
ଭୁବନେଶ୍ୱର: ରାଜ୍ୟରେ କରୋନାରେ ପ୍ରଥମ ମୃତ୍ୟୁ ନେଇ ଏମ୍ସ ପକ୍ଷରୁ ପ୍ରତିକ୍ରିୟା ଜାରି ହୋଇଛି। ସଂପୃକ୍ତ ବ୍ୟକ୍ତିଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଥିଲା। ଅନ୍ୟ ରୋଗୀଙ୍କ ସହ ରଖାନଯାଇ ଅଲଗା ଭାବେ ରଖାଯାଇଥିବା କହିଛନ୍ତି ଏମ୍ସ ଅଧୀକ୍ଷକ ଜବାହର ପିଲେ। ମୃତ ବ୍ୟକ୍ତିଙ୍କର ନମୁନା RMRCକୁ ପରୀକ୍ଷଣ ପାଇଁ ପଠାଯାଇଥିଲା। ଏମ୍ସକୁ ସଂପୃକ୍ତ ବ୍ୟକ୍ତିଙ୍କର ରିପୋର୍ଟ ଆସିନଥିବା ଅଧୀକ୍ଷକ ଜବାହର ପିଲେ କହିଛନ୍ତି। କୋଭିଡି-୧୯ରେ ରାଜ୍ୟର ପ୍ରଥମ ମୃତ୍ୟୁ ହୋଇଛି। ମୃତକଙ୍କ ଘର ଝାରପଡ଼ା ଅଞ୍ଚଳରେ। ସେ ୪ […]
ଭୁବନେଶ୍ୱର: ମହାମାରୀ କରୋନା ଭାଇରସର ପ୍ରଭାବ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ବ୍ୟାପିଛି ଯେ ଏହାର ପ୍ରଭାବରୁ କୌଣସି ବ୍ୟକ୍ତି, ବୃଦ୍ଧ ଏବଂ ଶିଶୁ ବର୍ତ୍ତି ପାରିନାହାନ୍ତି। ଏଭଳି ପରିସ୍ଥିତିରେ ଗର୍ଭବତୀ ମହିଳାମାନେ ନିଜ ପିଲା ବିଷୟରେ ଚିନ୍ତା କରିବା ସ୍ୱାଭାବିକ। କରୋନା ଭାଇରସ ସହ ଜଡିତ ସମସ୍ତ ଭୟ ଦୂର କରିବାକୁ WHO ଦ୍ୱାରା ପ୍ରୟାସ କରାଯାଉଛି। ତେବେ ଆସନ୍ତୁ ଜାଣିବା କୋଭିଡ-୧୯ର ପ୍ରଭାବରୁ ଗର୍ଭବତୀ ମହିଳାମାନେ କିପରି ନିଜର ଯତ୍ନ ନେବେ… ଏପର୍ଯ୍ୟନ୍ତ […]
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ଭାଇରସର ମାମଲା ବୃଦ୍ଧି ପାଉଛି ଏବଂ ଦିଲ୍ଲୀ ମଧ୍ୟ ପଛରେ ନାହିଁ। ଏପର୍ଯ୍ୟନ୍ତ ଦିଲ୍ଲୀରେ ୫୨୫ଟି କରୋନା ମାମଲା ରୁଜୁ ହୋଇଛି, ସେଥିମଧ୍ୟରୁ ୩୨୯ ଜଣ ହେଉଛନ୍ତି ନିଜାମୁଦ୍ଦିନ ଫେରନ୍ତା। ଦିଲ୍ଲୀରେ କରୋନାକୁ ସାମ୍ନା କରିବାକୁ ଦିଲ୍ଲୀ ସରକାର ଏକ ବଡ ରଣନୀତି ପ୍ରସ୍ତୁତ କରିଛନ୍ତି। ଯାହାକୁ ୫ସୁତ୍ରୀ ମହାପ୍ଲାନ ନାମରେ ନାମିତ କରାଯାଇଛି। ଏହି ମହାପ୍ଲାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଷ୍ପତ୍ତି ନେଇଛନ୍ତି […]
ଉତ୍ତରପ୍ରଦେଶ: ଦେଶରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହା ସତ୍ତ୍ୱେ ମଧ୍ୟ ଲୋକେ ସ଼ଚେତନ ହେଉ ନାହାନ୍ତି। ଏଭଳି ଏକ ଘଟଣା ଉତ୍ତରପ୍ରଦେଶର ବାଗପାତରୁ ଆସିଛି। ଜଣେ କରୋନା ପଜିଟିଭ୍ ରୋଗୀ ମେଡିକାଲରୁ ଖସି ପଳାଇଛି। ନେପାଳର ଏହି ବ୍ୟକ୍ତିଙ୍କ ଟେଷ୍ଟ ରିପୋର୍ଟ ତିନି ଦିନ ପୂର୍ବରୁ ପଜିଟିଭ ଆସିବା ପରେ ଡାକ୍ତରଖାନାରେ ଚିକତ୍ସା ପାଇଁ ଭର୍ତ୍ତି କରାଗଲା। । ସୋମବାର ରାତିରେ ସେ ଖସି ପଳାଇଥିଲେ। ମେଡିକାଲ କତ୍ତୃପକ୍ଷଙ୍କ କହିବା ଅନୁଯାୟୀ, […]
ଭୁବନେଶ୍ୱର: ମହାମାରୀ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଲୋକେ ଘରେ ତିଆରି ମାସ୍କକୁ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କହିବା ଅନୁଯାୟୀ, ମାସ୍କକୁ ନିୟମିତ ପରିଷ୍କାର କରିବା ଦ୍ୱାରା ଏହା ପ୍ରଭାବଶାଳୀ ହୋଇଥାଏ। ମାସ୍କକୁ ସଫା ରଖିବା ଦ୍ୱାରା ଆପଣମାନେ ଭାଇରସଠୁ ରକ୍ଷା ପାଇପାରିବେ। ସେଥିପାଇଁ ଘରେ ତିଆରି ମାସ୍କକୁ ପ୍ରତିଦିନ ସଫା କରିବା ଅତ୍ୟନ୍ତ ଜରୁରୀ। ଡିସପୋଜେବଲ୍ ସର୍ଜିକାଲ୍ ମାସ୍କ ଧୋଇବା ସମ୍ଭବ ନୁହେଁ । କାରଣ ଏହାକୁ […]
ନୂଆଦିଲ୍ଲୀ:ମାରାତ୍ମକ କରୋନା ଭାଇରସ୍ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରୁ ଚିନ୍ତା ବଢ଼ାଇବାରେ ଲାଗିଛି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଜଙ୍ଗଲୀ ପଶୁଙ୍କୁ ସଂକ୍ରମିତ ହେବା ନୂଆ ମାମଲା ସାମ୍ନାକୁ ଆସିଛି। ଆମେରିକାର ନ୍ୟୁୟର୍କର ବ୍ରୋନକ୍ସ ପ୍ରାଣୀ ଉଦ୍ୟାନର ବାଘୁଣୀ ଏହି କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି। ୱାଇଲ୍ଡ ଲାଇଫ୍ କନଞ୍ଜରଭେସନ ସୋସାଇଟିର ବ୍ରୋନକ୍ସ ‘ଜୁ’ କହିବା ଅନୁଯାୟୀ, ଚାରି ବର୍ଷିୟା ବାଘୁଣୀ ନାଦିଆର ଶୁଖିଲା କାଶ ହେଉଛି ଏବଂ ସଂକ୍ରମିତ ହେବା ପରେ ଏହାକୁ ନଜରରେ […]
ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭାଇରସ୍ ମାମଲା ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କରୋନା ଭାଇରସ ବିରୋଧରେ ହେଉଥିବା ଯୁଦ୍ଧରେ ବିଭିନ୍ନ ଦେଶ ବିଭିନ୍ନ ପ୍ରକାରର ନିଷ୍ପତ୍ତି ନେଉଛନ୍ତି । ଏହି ପରିପ୍ରେକ୍ଷୀରେ ଆୟର୍ଲାଣ୍ଡର ପ୍ରଧାନମନ୍ତ୍ରୀ ଲିଓ ବରଡକର (Leo Varadkar)ଙ୍କ ନିଷ୍ପତ୍ତି ବାସ୍ତବିକ ହୃଦୟସ୍ପର୍ଶୀ। ଏହି ଭାଇରସ ସଂକ୍ରମଣର ଭୟ ସବୁଠାରୁ ବେଶି ଡାକ୍ତରାଙ୍କ ପାଖରେ ଥିବାବେଳେ ଆୟର୍ଲାଣ୍ଡର ପ୍ରଧାନମନ୍ତ୍ରୀ ଡାକ୍ତର ଭାବେ କରୋନା ରୋଗୀଙ୍କ ସେବା କରିବେ ବୋଲି ନିଷ୍ପତ୍ତି […]
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ଟେଷ୍ଟ ଅଧିକରୁ ଅଧିକ କରିବା ପାଇଁ ରବିବାର ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ନିର୍ଦ୍ଦେଶ ଦେଇଛି। କିଟ୍ ସଂଖ୍ୟା ଅଧିକ ଆବଶ୍ୟକତା ରହିଥିବାରୁ କେନ୍ଦ୍ର ସରକାର ଏବେ ଆଇସିଏମଆରକୁ ଏପ୍ରିଲ ୮ ତାରିଖ ସୁଦ୍ଧା ୭ ଲକ୍ଷ କରୋନା କିଟ୍ ଯୋଗାଇ ଦେବେ। ପର୍ଯ୍ୟାୟ କ୍ରମେ ସରକାର ଟେଷ୍ଟିଂ କିଟ୍ ଯୋଗାଇ ଦେବେ। ପ୍ରଥମ ପର୍ଯ୍ୟାୟରେ ୫ ଲକ୍ଷ କିଟ୍ ସରକାର ଆଇସିଏମଆରକୁ ଯୋଗାଇବେ […]
ମୁମ୍ୱାଇ: ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା କରିମ ମୋରାନୀଙ୍କ ଝିଅ ଶଜା ମୋରାନି କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଟେଷ୍ଟ ପରେ ତାଙ୍କର ରିପୋର୍ଟ ପଜିଟିଭ୍ ଥିବା ଜଣାପଡିଛି। ରିପୋର୍ଟ ଦେଖିବା ପରେ ପୂରା ପରିବାର ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି। ଶାହାରୁଖ ଖାନ୍ଙ୍କ ସହ ଘନିଷ୍ଠ ଥିବା କରିମ ମୋରାନି ଏ ନେଇ ଚିନ୍ତାରେ ଥିବା ଜଣାପଡିଛି। କରିମ ତାଙ୍କ ପୁରା ପରିବାର ସହିତ ମୁମ୍ବାଇର ଜୁହୁ ଅଞ୍ଚଳରେ ରୁହନ୍ତି। ସେଠାରେ ବଲିଉଡର ଅନେକ କଳାକାରମାନେ ମଧ୍ୟ ରୁହନ୍ତି। ଜୁହୁ […]
ନୂଆଦିଲ୍ଲୀ: କରୋନା ମହାମାରୀର ଭୟଙ୍କର ଅନ୍ଧାରକୁ ଦୂରେଇ ଦେବା ପାଇଁ ଆଜି ସାରା ଦେଶ ଅଦିନରେ ଦୀପାବଳି ପାଳନ କରିଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ୍ କ୍ରମେ ସାରା ଦେଶ ଘରର ବତୀ ବନ୍ଦ କରି ଦୀପ, ଟର୍ଚ୍ଚ ଓ ମୋବାଇଲ୍ ଫ୍ଲାସ୍ ଲାଇଟ୍ ଜାଳି ଏକଜୁଟତା ଦେଖାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି, ରାଷ୍ଟ୍ରପତି, ଲୋକସଭା ସ୍ପିକର, ଉପରାଷ୍ଟ୍ରପତି ଆଦି ବହୁ ନେତା ଓ ମନ୍ତ୍ରୀ ଦୀପ ଜାଳିଛନ୍ତି। ରାତି ୯ଟା ହେବା କ୍ଷଣି ଲୋକ ଘରର ସବୁ ଲାଇଟ୍ […]
ଭୁବନେଶ୍ୱର: ଭୁବନେଶ୍ୱର କଟକ ଓ ଭଦ୍ରକରେ କାଲି ସକାଳ ୭ଟାରୁ ଖୋଲିବ ତେଜରାତି ଦୋକାନ। ଏହି ତିନି ସହରରେ ଆଜି ରାତି ୮ଟାରେ ଶଟ୍ଡାଉନ କଟକଣା ହଟିବାକୁ ଥିବା ବେଳେ, ଲକ୍ଡାଉନ ବଳବତ୍ତର ରହିବ। ତେଣୁ ଏହି ତିନି ସହରରେ ତେଜରାତି ଦୋକାନ ଗୁଡ଼ିକ ଆସନ୍ତାକାଲି ସକାଳ ୭ ଟାରୁ ଖୋଲିବ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ କହିଛି। ଆଜି ୮ଟା ପରେ ଦୋକାନୀ ମାନେ ହୋଲ୍ପର୍ଙ୍କ ଠାରୁ ଜିନିଷ ଆଣିବେ ଓ କାଲି ସକାଳ ୭ଟାରେ […]
ଭୁବନେଶ୍ୱର: ରାଜ୍ୟରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ପୁଣି ଭୁବନେଶ୍ୱରରେ ଆଉ ୧୬ ଟି କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ତେବେ ଆଜି ଗୋଟିଏ ଦିନରେ କେବଳ ଭୁବନେଶ୍ୱରରେ ୧୮ଟି କୋଭିଡ୍-୧୯ ପିଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। ତେବେ ଓଡ଼ିଶାରେ ମୋଟ କୋଭିଡ-୧୯ ପଜିଟିଭ୍ଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରେ ୩୨ଟି ଚିହ୍ନଟ ହୋଇଛନ୍ତି। […]
ପ୍ୟାରିସ: ଆଇସୋଲେସନ ନିୟମ ଭାଙ୍ଗି ଫିଜିର ଦୁଇ ରଗବୀ ଖେଲାଳି ଗିରଫ ହୋଇଛନ୍ତି। କରୋନା ଭାଇରସର ମୁକାବିଲା ପାଇଁ ସାମାଜିକ ଦୂରତା ହିଁ ଏକ ପ୍ରକାରର ମାଧ୍ୟମ। ଏହି କାରଣରୁ ବିଦେଶୀରୁ ଫେରିଥିବା ବା ଥଣ୍ଡା ଓ କାଶରେ ପୀଡ଼ିତ ଥିବା ଲୋକଙ୍କୁ ସରକାର ବାଧ୍ୟତାମୂଳକ ଭାବେ ଆଇସୋଲେସନରେ ରହିବାକୁ କହିଛନ୍ତି। ହେଲେ ଏହି ଖେଳାଳି ଦ୍ୱୟ ନିୟମ ଭଙ୍ଗ କରିଥିବାରୁ ସ୍ଥାନୀୟ ପ୍ରଶାସନ ଏହାକୁ ଦୃଢ଼ ନିନ୍ଦା କରିଛି। ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ […]
ନୂଆଦିଲ୍ଲୀ: ଆଜି ପ୍ରାଧାନମନ୍ତ୍ରୀଙ୍କ ଲାଇଟ୍ ଅଫ୍ ଆହ୍ୱାନକୁ ସମର୍ଥନ କରି ଦେଶବାସୀଙ୍କୁ ଏକାଠି ହେବାକୁ ନିବେଦନ କରିଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ହିଟ୍ ମ୍ୟାନ୍ ରୋହିତ ଶର୍ମା । ଭାରତର ଏକତା ଓ କରୋନା ସହିତ ଲଢୁଥିବା ସମସ୍ତ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ସମସ୍ତେ ଆଜି ରାତି ୯ଟାରେ ଏକାଠି ହେବା ବୋଲି ଉଭୟ କ୍ରିକେଟର ଦେଶବାସୀଙ୍କ ସମତେ ଟିମ୍ ଇଣ୍ଡିଆକୁ ଆହ୍ୱାନ ଦେଇଛନ୍ତି। ଏନେଇ ବିରାଟ୍ ଏକ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ […]
କଳାହାଣ୍ଡି: କଳାହାଣ୍ଡିରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ପରେ ସଂପୃକ୍ତ ବ୍ୟକ୍ତିଙ୍କ ଗାଁକୁ ସମ୍ପୂର୍ଣ୍ଣ ସିଲ୍ କରିଦିଆଯାଇଛି। ତାସହ ଆଖପାଖ ଗାଁକୁ ମଧ୍ୟ ସିଲ୍ କରି ଯାନବାହନ କିମ୍ବା କୌଣସି ବ୍ୟକ୍ତିଙ୍କ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। କେବଳ ମେଡିକାଲ୍ ଇମର୍ଜେନ୍ସୀ ଥିବା ବ୍ୟକ୍ତି ହିଁ ଲୋକେ ଚଳପ୍ରଚଳ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାପାଳଙ୍କ ସୂଚନା ମୂତାବକ କଳାହାଣ୍ଡିରେ କରୋନା ସଂକ୍ରମିତ ବ୍ୟକ୍ତି ନିଜ ପରିବାର ସଦସ୍ୟଙ୍କ ସହ ୩୧ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି। […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସୂର୍ଯ୍ୟନଗର, ବମିଖାଲ୍ ଓ ପୁରୀ ଜିଲ୍ଲାରେ ଚିହ୍ନଟ ହୋଇଥିବା କୋଭିଡ୍-19 ଆକ୍ରାନ୍ତ କେମିତି ଏହି ରୋଗରେ ଆକ୍ରାନ୍ତ ହେଲେ ତାର ତଥ୍ୟ ଆଜି ଜଣାପଡ଼ିଛି। ଏହି ଆକ୍ରାନ୍ତମାନଙ୍କର ବାହାର ରାଜ୍ୟ ସହିତ ଲିଙ୍କ୍ ରହିଛି। ଆଜି ଏ ନେଇ ସୂଚନା ଦେଇଛନ୍ତି ବିଏମ୍ସି (ଭୁବନେଶ୍ୱର ମହାନଗର ନିଗମ) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ରାଜଧାନୀ ଭୁବନେଶ୍ୱର ସୂର୍ଯ୍ୟନଗରରେ ଚିହ୍ନଟ ହୋଇଥିବା କରୋନା ପ୍ରଦିପ୍ତ ଦଳବେହେରାଙ୍କ ପରିବାର ମଧ୍ୟରୁ ଜଣେ କୋଲକାତା ଯାଇଥିଲେ। ସେଠି ସେ […]
ଭୁବନେଶ୍ୱର: ଆଜି ଓଡ଼ିଶାରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କଳାହାଣ୍ଡିର ଜଣେ ୨୯ ବର୍ଷୀୟ ଯୁବକ କୋଭିଡ୍-19 ପିଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଯୁବକ ବାହାରିନ୍ ଯାଇଥିବା ଟ୍ରାଭେଲ୍ ହିଷ୍ଟ୍ରିରୁ ସ୍ପଷ୍ଟ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ତେବେ ଆଜିର ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କୋଭିଡ୍-19 ଆକ୍ରାନ୍ତଙ୍କ ସଂଖ୍ୟା ୨୧ ରେ ପହଞ୍ଚିଛି। ମୋଟ ୨୧ ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆସନ୍ତାକାଲି ରାତି ୯ଟାରୁ ୯ ମିନଟ ଯାଏଁ ସାରା ଦେଶରେ ଲୋକେ ସ୍ୱତଃସ୍ଫୂର୍ତ୍ତ ଭାବେ ବିଜୁଳି ବତୀ ଜାଳିବା ବନ୍ଦ ରଖିବେ। ତେବେ ଏହି ସମୟରେ ପାଓ୍ୱାର ଗ୍ରିଡ୍ ଚାଲୁ ରହି, ଏବଂ ସମସ୍ତ ଷ୍ଟ୍ରିଟ୍ ଲାଇଟ୍ ଜଳିବ ବୋଲି ଆଜି କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେହିଭଳି କେବଳ ବିଜୁଳିବତୀକୁ ବାଦ ଦେଇ ଘରେ ଥିବା ଟିଭି, ଫ୍ରିଜ୍, ଏସି, କମ୍ପ୍ୟୁଟର ଭଳି ଅନ୍ୟ ସମସ୍ତ ପ୍ରକାର ବୈଦୁତିକ […]
ନୂଆଦିଲ୍ଲୀ: ଦେଶରେ ଏଯାବତ ଚିହ୍ନଟ ହୋଇଥିବା କରୋନା ମାମଲାର ୩୦ ପ୍ରତିଶତ ନୂଆଦିଲ୍ଲୀର ନିଜାମୁଦ୍ଦିନ ମରକଜ ସହିତ ଲିଙ୍କ୍ ରହିଛି।ଦେଶର ମୋଟ ୨୯୦୨ଟି ପଜିଟିଭ୍ ମାମଲା ଆସିଥିବା ବେଳେ ଏଥିରୁ ୧୦୨୩ଟି ତବଲିଗି ଜମାତ ସହିତ ଲିଙ୍କ ଅଛି। ମୋଟ ୧୭ଟି ରାଜ୍ୟରେ ନିଜାମୁଦ୍ଦିନ ଫେରନ୍ତାଙ୍କୁ ଠାବ କରାଯାଇଛି। ଏହି ତାଙ୍କ ଲିଙ୍କରେ ୨୨ ହଜାର ଲୋକଙ୍କୁ କ୍ୱାରେଣ୍ଟିନ୍ କରାଯାଇଛି। କୋଭିଡ୍-19 ମୁକାବିଲାକୁ ନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା […]
ଭୁବନେଶ୍ୱର: ସରକାରୀ ହେଉ କି ବେସରକାରୀ ରାଜ୍ୟର କୌଣସି ହସ୍ପିଟାଲରେ ଶ୍ୱାସ ଯନ୍ତ୍ରଣା ଭୋଗୁଥିବା କିମ୍ବା ଫ୍ଲୁ ଆକ୍ରାନ୍ତ ଥାଆନ୍ତି, ତେବେ ସଂପୃକ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ସେମାନଙ୍କ ସମ୍ପର୍କରେ ତୁରନ୍ତ ସରକାରଙ୍କୁ ତଥ୍ୟ ଦିଅନ୍ତୁ ରାଜ୍ୟରେ କରୋନା ଭାଇରସର ଦୃଢ଼ ମୁକାବିଲା ଲାଗି ଆଜି ଏଭଳି ନିବେଦନ କରିଛନ୍ତି ସୁବ୍ରତ ବାଗଚୀ। ଏହି ନିୟମ ଖିଲାପ କଲେ ସଂପୃକ୍ତ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ଯଦି ଘରୋଇ ହସ୍ପିଟାଲ୍ ତଥ୍ୟ ଲୁଚାଇଲେ, ତେବେ […]