ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ସାରା ଦେଶରେ ଲକ୍ଡାଉନ୍ ଚାଲିଛି। ଦେଶର ବିଭିନ୍ନ ବ୍ୟବସାୟିକ ସେକ୍ଟରରେ ଏହାର ସାଂଘାତିକ ପ୍ରଭାବ ପଡ଼ିଛି। ଏଥିପାଇଁ ବିଭିନ୍ନ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଚାକିରି ଉପରେ ବି ସଂକଟର ବାଦଲ ଦେଖା ଦେଇଛି। ଗତ କିଛିଦିନ ହେବ ଲଗାତର ଛଟେଇର ଖବର ବି ଶୁଣିବାକୁ ମିଳୁଛି। ଖବର ଅନୁସାରେ, ଅନ୍ଲାଇନ୍ ଫୁଡ୍ ଡେଲିଭର କମ୍ପାନୀ ସ୍ୱିଗୀ ପ୍ରାୟ ୧୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଶୁଣିବାକୁ ମିଳୁଛି। କରୋନା ସଂକଟ […]
କୋରାପୁଟ: କୋରାପୁଟ ଗସ୍ତରେ ଉନ୍ନୟନ କମିଶନର ଓ 5T ସଚିବ ଭିକେ ପାଣ୍ଡିଆନ୍। ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ 5ଟି ସଚିବ ଭି.କେ. ପାଣ୍ଡିଆନ୍ ଜୟପୁର ଗସ୍ତ କରି କୋଭିଡ୍ ହସ୍ପିଟାଲର ସ୍ଥିତି ସମୀକ୍ଷା କରିଛନ୍ତି। ସ୍ୱତନ୍ତ୍ର ବିମାନ ଯୋଗେ ଉଭୟ ମେଡିକାଲରେ ପହଞ୍ଚିବା ପରେ ସମସ୍ତ ବ୍ୟବସ୍ଥା ତଦାରଖ କରିଛନ୍ତି। କୋଭିଡ୍ ମେଡିକାଲରେ କରୋନା ରୋଗୀଙ୍କ ପାଇଁ କଣ ସବୁ ବ୍ୟବସ୍ଥା କରାଯାଇଛି। କେତେ ବେଡ୍ ପଡ଼ିଛି ସେ ସବୁ ବୁଲି ଦେଖିଛନ୍ତି। […]
ଚଣ୍ଡିଗଡ଼: ଚଣ୍ଡିଗଡ଼ରେ କରୋନା ସଂକ୍ରମିତ ହୋଇଥିବା ୬ମାସ ଶିଶୁର ମୃତ୍ୟୁ ହୋଇଛି। ୧୦ ଦିନ ପୂର୍ବରୁ ଏହି ଶିଶୁଟିକୁ ହାର୍ଟ ସର୍ଜରୀ ପାଇଁ ପିଜିଆଇରେ (PGI) ଭର୍ତ୍ତି କରାଯାଇଥିଲା। ସର୍ଜରୀ କରିବା ପୂର୍ବରୁ ଡାକ୍ତରମାନେ ଶିଶୁର ସ୍ୱାବ ପରୀକ୍ଷା କରିଥିଲେ। ପରେ ଶିଶୁଟି କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଶିଶୁଟି ଜନ୍ମରୁ ହିଁ ଏହି ରୋଗରେ ପୀଡ଼ିତ ଥିଲା। ତେଣୁ ଶିଶୁଟିକୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା। କରୋନାରେ ପଜିଟିଭ୍ ଥିବା ଶିଶୁଟି ଫଗୱାଡା ଅଞ୍ଚଳର ବୋଲି […]
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ ସଂକ୍ରମଣ କ୍ରମାଗତ ଭାବେ ବଢ଼ୁଛି କିନ୍ତୁ ଅନ୍ୟ ପଟେ କିଛି ଭଲ ଖବର ମଧ୍ୟ ରହିଛି। ଦେଶର ମୋଟ ୩୨ ଟି ରାଜ୍ୟ ମଧ୍ୟରୁ ତିନୋଟି ରାଜ୍ୟ କରୋନା ଭାଇରସ୍ (COVID-19) ମୁକ୍ତ ହୋଇସାରିଛି। ଅରୁଣାଚଳ ପ୍ରଦେଶ, ମଣିପୁର ଏବଂ ଗୋଆ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ କେହି ଜଣେ ବି କରୋନାରେ ଆକ୍ରାନ୍ତ ହୋଇନଥିବା ଜଣାପଡିଛି। ଏହି ରାଜ୍ୟର କରୋନା ରୋଗୀମାନେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ଏପରିକି ସେହି ରାଜ୍ୟର […]
ବ୍ରିଟେନ: ମହାମାରୀ କରୋନା ଭାଇରସ ଯୋଗୁ ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି। କରୋନା କେବେ ଶେଷ ହେବ ଓ ମୃତ୍ୟୁ ସଂଖ୍ୟା କିପରି ବନ୍ଦ ହେବ ସେନେଇ ସମଗ୍ର ବିଶ୍ୱ ଚିନ୍ତାପ୍ରକଟ କରୁଛି। ଏପରି ସମୟରେ ବ୍ରିଟେନର ବୈଜ୍ଞାନିକମାନେ ଲୋକଙ୍କ ମଧ୍ୟରେ ଭରସା ସୃଷ୍ଟି କରିଛନ୍ତି। କରୋନାକୁ ସମ୍ପୂର୍ଣ୍ଣ ଭାବେ ନିପାତ କରିବା ପାଇଁ ଭ୍ୟାକ୍ସିନ୍ ପ୍ରସ୍ତୁତ ହୋଇସାରିଛି ଏବଂ ଏହି ଭ୍ୟାକ୍ସିନ୍ର ପରୀକ୍ଷା ଆଜିଠାରୁ ଲୋକଙ୍କ ଉପରେ କରାଗଲାଣି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଭ୍ୟାକ୍ସିନ୍ଟି […]
ଚଣ୍ଡିଗଡ଼: ଚଣ୍ଡିଗଡ଼ର ପିଜିଆଇ (PGI) ରେ ୬ ମାସର ଶିଶୁ କରୋନାରେ ପଜିଟିଭ୍ ଥିବା ଜଣାପଡିଛି। ଶିଶୁଟି ସଂସ୍ପର୍ଶରେ ଆସିଥିବା ୫୪ ମେଡିକାଲ କର୍ମଚାରୀଙ୍କୁ କ୍ୱାରେଣ୍ଟିନ୍ରେ ରଖାଯାଇଛି। ସେମାନଙ୍କ ମଧ୍ୟରେ ୧୮ଜଣ ଡାକ୍ତର ଥିବା ଜଣାପଡିଛି। ହାର୍ଟ ସର୍ଜରୀ କରିବା ପାଇଁ ଶିଶୁକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବୁଧବାର ଦିନ ଶିଶୁଟି କରୋନାରେ ଆକ୍ରାନ୍ତ ଥିବା ଜଣାପଡିବା ପରେ ମେଡିକାଲ କର୍ମଚାରୀମାନଙ୍କୁ କ୍ୱାରେଣ୍ଟିନ୍ରେ ରଖାଯାଇଥିଲା। ଖବର ଅନୁଯାୟୀ, କରୋନାରେ ପଜିଟିଭ୍ ଥିବା ଶିଶୁଟି ଫଗୱାଡା ଅଞ୍ଚଳର। ଏପ୍ରିଲ […]
ଭୁବନେଶ୍ୱର: କରୋନା ସଂପର୍କିତ ତଥ୍ୟ ଦେବାକୁ ସରକାରଙ୍କ ହେଲ୍ପଲାଇନ ନମ୍ବର ୧୦୪କୁ ଫେକ୍ କଲ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଏତଲା। ୧୦୪ ପରିଚାଳନାକାରୀ ଜିକିଜା ହେଲ୍ଥ କେୟାର ପକ୍ଷରୁ ଭୁବନେଶ୍ୱର ସହିଦ ନଗର ଥାନାରେ ଏତଲା ଦିଆଯାଇଛି। ମୋଟ ୩୮ ଜଣ ଫେକ୍ କଲର୍ଙ୍କ ନାଁରେ ଏତଲା ଦିଆଯାଇଛି। କେଉଁ ନମ୍ବରରୁ କେତେଥର କଲ୍ ହୋଇଛି, ସେସବୁର ପୂର୍ଣ୍ଣ ତଥ୍ୟ ସହ ଏତଲା ହୋଇଛି। ଗୋଟେ ଗୋଟେ ନମ୍ବରରୁ ବହୁ ବାର, ଏମିତିକି ଗୋଟିଏ ନମ୍ବରରୁ ୨୭୯ […]
ଭୁବନେଶ୍ୱର: କଣ୍ଟେନମେଣ୍ଟ ମୁକ୍ତ ହେଲା ରାଜଧାନୀ ଭୁବନେଶ୍ୱର। ବମିଖାଲ, ସତ୍ୟନଗର, ସୂର୍ଯ୍ୟନଗରରୁ କଣ୍ଟେନମେଣ୍ଟ ଜୋନ୍ ପ୍ରତ୍ୟାହାର କରାଯାଇଥିବା ନେଇ ବିଏମ୍ସି ପକ୍ଷରୁ ଘୋଷଣା କରାଯାଇଛି। କଣ୍ଟେନମେଣ୍ଟ ଜୋନ୍ ଉଠିଥିଲେ ବି ପ୍ରତିଷେଧମୂଳକ ବ୍ୟବସ୍ଥା ପାଇଁ ଆସନ୍ତା ୭ ଦିନ ଯାଏଁ ଏସବୁ ଅଞ୍ଚଳରେ ଆକ୍ଟିଭ୍ ସର୍ଭେଲାନ୍ସ ଜାରି ରହିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି। ଏସବୁ ଅଞ୍ଚଳରେ କରୋନା ପଜିଟିଭ୍ ଆସିବା ପରେ ସଂପୃକ୍ତ ଅଞ୍ଚଳକୁ ସିଲ୍ କରାଯାଇ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। ଏପ୍ରିଲ ୨ରେ […]
ଭୁବନେଶ୍ୱର: ରାଜ୍ୟ ପାଇଁ ଆଶ୍ୱସ୍ତିକର ଖବର। ସୁସ୍ଥ ହେଲେ ଆଉ ୨ ଜଣ କରୋନା ଆକ୍ରାନ୍ତ। ଆରୋଗ୍ୟ ହୋଇଥିବା ୨ ଆକ୍ରାନ୍ତ ଭୁବନେଶ୍ୱରର। ତେବେ ସେମାନଙ୍କ ସମ୍ପର୍କରେ ଅଧିକ କିଛି ତଥ୍ୟ ବର୍ତ୍ତମାନ ଯାଏ ସୂଚନା ପ୍ରଦାନ କରାଯାଇନାହିଁ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଏହି ଦୁଇ ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜଧାନୀ ଭୁବନେଶ୍ୱରରେ ମୋଟ ଆକ୍ଟିଭ୍ କେସ୍ ୨୫କୁ ଖସି ଆସିଛି। ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଏହି […]
ଭୁବନେଶ୍ୱର: ହୋମ୍ କ୍ୱାରେଣ୍ଟିନ ସମୟରେ ସଙ୍ଗରୋଧ ନିୟମ ମାନୁ ନାହାନ୍ତି ଲୋକେ। ଆଜି ୧୧ ଜଣ ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଜାରି ବେଳେ ଏ ତଥ୍ୟ ପଦାକୁ ଆସିଛି। ଯାଜପୁର ବାସୁଦେବପୁର ଅଞ୍ଚଳର ୭୩ ନମ୍ବର ଆକ୍ରାନ୍ତ ୨୯ରେ କୋଲକତାରୁ ଫେରିଥିଲେ। ୧୯ ତାରିଖ ଯାଏ ହୋମ୍ କ୍ୱାରେଣ୍ଟିନରେ ଥିଲେ ବି ୧୭ରେ ରାସନ ପାଇଁ ଯାଇଥିଲେ। ୨୦ ତାରିଖରେ ସାଙ୍ଗମାନଙ୍କ ସହ ତାସ୍ ବି ଖେଳିଥିଲେ। ତାଙ୍କଠାରେ କୌଣସି ଲକ୍ଷଣ ନଥାଇ ବି ପଜିଟିଭ୍ ଚିହ୍ନଟ […]
ଯୋଜପୁର: ରାଜ୍ୟରେ ପୁଣି ଜଣେ କରୋନା ରୋଗୀ ଚିହ୍ନଟ। ଆଜି ଯାଜପୁର ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କ ରାଯାଇଛି। ସେ ହେଲେ ୩୮ ବର୍ଷ ବୟସ୍କ ଯୁବକ। ଆକ୍ରାନ୍ତ ଜଣକ ପଶ୍ଚିମବଙ୍ଗରୁ ଫେରିଥିବା ଜଣାପଡ଼ିଛି। ତେବେ ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ପଜିଟିଭ୍ଙ୍କ ସଂଖ୍ୟା ୮୩ରେ ପହଞ୍ଚିଛି । ଅଦ୍ୟାବଧି ସେମାନଙ୍କ ମଧ୍ୟରୁ ୩୨ ଜଣ ଆରୋଗ୍ୟ ଲାଭ କଲେଣି। ତେବେ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ […]
କେନ୍ଦୁଝର: କେନ୍ଦୁଝର ଜଣେ ସାମ୍ବାଦିକଙ୍କୁ ପୋଲିସର ଦୁର୍ବ୍ୟବହାର ଅଭିଯୋଗ ହୋଇଛି। ଜ୍ୱରରେ ପୀଡ଼ିତ ପୁଅକୁ ଡାକ୍ତରଖାନା ନେବା ସମୟରେ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସେପଟେ ଏହି ଘଟଣାକୁ ନିନ୍ଦା କରି କାର୍ଯ୍ୟାନୁଷ୍ଠାନ ଦାବି କରି ଥାନା ଘେରାଉ କରିଛି କେନ୍ଦୁଝର ଜିଲ୍ଲା ପ୍ରେସ କ୍ଲବ। ଅଭିଯୋଗ ଅନୁଯାୟୀ ଦୈନିକ ଖବରକାଗଜରେ କାମ କରୁଥିବା ସୁବ୍ରତ ସ୍ୱାଇଁ ନାମକ ଜଣେ ସାମ୍ବାଦିକ ଆଜି ସକାଳ ୮ଟାରେ ଜ୍ୱରରେ ପୀଡ଼ିତ ପୁଅକୁ ନେଇ ମେଡିକାଲ ଯାଉଥିଲେ। ଏହି […]
ଲକ୍ଷ୍ନୌ: ଲକ୍ଡାଉନ୍ ଉଲ୍ଲଂଘନକାରୀଙ୍କୁ ରାସ୍ତା ଉପରେ ପୂଜାର୍ଚ୍ଚନା କଲେ ପୋଲିସ୍। ଆଳତୀ, ଧୂପ, ଦୀପ ଲଗାଇ ପୂଜା କଲେ।ଏଭଳି କିଛି ଘଟଣା ଏବେ ଉତ୍ତରପ୍ରଦେଶ କାନପୁର ପୋଲିସ୍ ପାଇଁ ବେଶ ଚର୍ଚ୍ଚା ସାଉଁଟିଛି। ଆଜି ସକାଳୁ କିଛି ଲୋକେ ନିୟମ ଖିଲାପ କରିଥିବା ଦେଖିବାକୁ ମିଳିଥିଲା। ବିନା କାରଣରେ କିଛି ଲୋକ ବାହାରେ ବୁଲୁଥିଲେ। ଯାହାପରେ ପୋଲିସ୍ ସେମାନଙ୍କୁ ଅଭିନବ ଭାବେ ଦଣ୍ଡ ଦେଇଛି। ନା ମାଡ଼ ନା ଜେଲ୍…ବିଚ୍ ରାସ୍ତା ଉପରେ ହିଁ ପୋଲିସ୍ ସେମାନଙ୍କ […]
ଲକ୍ଷ୍ନୌ: ଲକ୍ଡାଉନ୍ ଡ୍ୟୁଟିରେ ଥିବା ପୋଲିସ୍କୁ ପଥର ଫିଙ୍ଗା ଘଟଣା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ଆଲିଗଡ଼ରେ ପୋଲିସ୍ ଫୋର୍ସ ଉପରେ ଅତର୍କିତ ପଥର ମାଡ଼ କରିଛନ୍ତି ସ୍ଥାନୀୟଲୋକେ। ଆଜି ସକାଳୁ ଲକ୍ଡାଉନ୍ କଡ଼ାକଡ଼ି କରିବାକୁ ସହରରେ ପୋଲିସ୍ ପଇନ୍ତରା ମାରିଥିଲେ। ତେବେ ଏହି ସମୟରେ କିଛି ଲୋକ ବାହାରେ ବୁଲୁଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ପୋଲିସ୍ ଓ ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ପୋଲିସ୍ ଉପରକୁ ସ୍ଥାନୀୟଲୋକେ ପଥର ମାଡ଼ […]
ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କ ସହ ଆଲୋଚନା ପରେ ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ଦିଆଯାଇଥିବା ବିକ୍ଷୋଭ ଡାକରା ପ୍ରତ୍ୟାହାର ହୋଇଛି। ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଇଣ୍ଡିଆନ ମେଡିକାଲ ଆସୋସିଏସନର ପ୍ରତିନିଧି ଓ ଅନ୍ୟ ଡାକ୍ତରଙ୍କ ସହ ଆଲୋଚନା ହୋଇଥିଲା। ଏଭଳି କଠିନ ପରିସ୍ଥିତି ସମୟରେ ଡାକ୍ତରମାନେ କୌଣସି ଆନ୍ଦୋଳନ ନ କରିବାକୁ ସେ ଅପିଲ କରିଥିଲେ। ଏପରିକି ପ୍ରତୀକ ଆନ୍ଦୋଳନ ମଧ୍ୟ ନ କରିବାକୁ କହିଥିଲେ। ଡାକ୍ତରମାନଙ୍କ […]
ଭୁବନେଶ୍ୱର: ଚଳିତ ରମ୍ଜାନ ମାସରେ ହେବନି ସମୁହ ନମାଜ ପାଠ। ମସଜିଦ୍ରେ ସମୁହ ନମାଜ ପାଠ ଉପରେ କଟକଣା ଲାଗିଛି। ଏନେଇ ଆଜି କମିଶନରେଟ୍ ପୋଲିସ୍ ସହ ରାଜଧାନୀ ଭୁବନେଶ୍ୱରରେ ଥିବା ବିଭିନ୍ନ ମସଜିଦ୍ର ମୁଖ୍ୟଙ୍କ ସହ ଆଲୋଚନା ହୋଇଛି। ରମଜାନ୍ ପାଳନ ହେବ। ହେଲେ ସମୁହ ନମାଜ ପାଠ ହେବନି। ଲୋକେ ଘରେ ରହି ନମାଜ ପାଠ କରିବେ। ଏହାସହ ଇଫ୍ତାର ପାର୍ଟି ପାଳନ ଉପରେ ମଧ୍ୟ କଟକଣା ଜାରି ହୋଇଛି। ଭୁବନେଶ୍ୱରରେ ଛୋଟ ବଡ଼ […]
ନୂଆଦିଲ୍ଲୀ: ରାଜୀବଗାନ୍ଧି ଭବନ ପରିସରରେ ଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ୱିଙ୍ଗ୍ କୁ ସିଲ୍ କରାଯାଇଛି। ଗତ ୧୫ ତାରିଖରେ ମନ୍ତ୍ରାଳୟର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସବୁ କର୍ମଚାରୀଙ୍କୁ ହୋମ୍ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସମ୍ପୂର୍ଣ୍ଣ ପରିସରକୁ ସାନିଟାଇଜ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ପ୍ରଥମ ମନ୍ତ୍ରାଳୟ ଭାବେ ଏହି କାର୍ଯ୍ୟାଳୟ ସିଲ୍ ହୋଇଛି। ଏହା ପୂର୍ବରୁ […]
ବିହାର: ତଳିଆ କର୍ମଚାରୀ ନିଜ କର୍ତ୍ତବ୍ୟବୋଧ ପ୍ରତି ଯେତିକି ସଚେତନ ବରିଷ୍ଠ ଅଧିକାରୀମାନେ ସେତିକି ସଚେତନ ନୁହଁନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ବିହାରରେ। ଜଣେ ହୋମଗାର୍ଡ ତାଙ୍କ କର୍ତ୍ତବ୍ୟକୁ ବୁଝି ଲକ୍ ଡାଉନବେଳେ ଗାଡି ଚାଳକଙ୍କୁ ପାସ୍ ମାଗିଛନ୍ତି। ଆଉ ଏଥିପାଇଁ ଗାଡିରେ ବସିଥିବା କୃଷି ବିଭାଗର ଜଣେ ଅଫିସର ତାଙ୍କୁ ଉଠବସ୍ କରାଉଛନ୍ତି। ସବୁଠାରୁ ଦୁଃଖର କଥା ହେଉଛି, ବରିଷ୍ଠ ପୋଲିସ ଅଧିକାରୀ ସେଠାରେ ଉପସ୍ଥିତି ରହି ଏହାକୁ ଦେଖୁଥିଲ ମଧ୍ୟ କିଛି […]
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସଂକ୍ରମିତ ରାଜ୍ୟରୁ ଆସିଥିବା ବ୍ୟକ୍ତିମାନେ ସେମାନଙ୍କର ନମୁନା ପରୀକ୍ଷା କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୮୦ପ୍ରତିଶତଙ୍କ ଠାରେ କୌଣସି ଲକ୍ଷଣ ନଥିଲା କିନ୍ତୁ ପରୀକ୍ଷା ପରେ ସେମାନେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ତେବେ କରୋନା ସଂକ୍ରମିତ ରାଜ୍ୟରୁ ଆସିଥିବା ବ୍ୟକ୍ତିମାନେ ନିଜର ଓ ପରିବାରର ସୁରକ୍ଷାପାଇଁ […]
ଭୁବନେଶ୍ୱର: ଗତକାଲି ରାଜ୍ୟରେ ରେକର୍ଡ ସଂଖ୍ୟକ ଆରଟିପିସିଆର(RTPCR) ଟେଷ୍ଟ କରାଯାଇଛି। ରାଜ୍ୟରେ ୨୦୨୭ଟି ଟେଷ୍ଟ କରାଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆରଏମଆରସିରେ ୧୨୩୪, ଏମସ୍ରେ ୭୭, କଟକ ଏସସିବିରେ ୩୭୮, ବ୍ରହ୍ମପୁର ଏମକେସିଜିରେ ୪୧, ଭିମସାର ୩୩, ଇନଷ୍ଟିଚୁଟ୍ ଅଫ୍ ଲାଇଫ ସାଇନସ ୧୯୨, ଇସ୍ପାତ ଜେନେରାଲ ହସ୍ପିଟାଲରେ ୫୧ ଓ ଆପୋଲୋରେ ୨୧ ଟି ନମୁନା ପରୀକ୍ଷା କରାଯାଇଥିଲା।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ପୃଥିବୀ ଦିବସ(International Earth Day) ଅବସରରେ ଧରିତ୍ରୀ ମା’ଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ ନିଜ ଟ୍ୱିଟ୍ରେ କହିଛନ୍ତି ଯେ ‘ଏହି ଦିବସରେ ଆମ ଗ୍ରହ ପୃଥିବୀ ମା’ ଅପାର ଦୟା କରୁଥିବାରୁ ଓ ଆମର ଯତ୍ନ ନେଉଥିବାରୁ କୃତଜ୍ଞତା ଜଣାଉଛି। ଆସ, ଆମେ ସମସ୍ତେ ମିଶି ଆମ ଗ୍ରହକୁ ଏକ ପରିଷ୍କାର, ସ୍ୱାସ୍ଥ୍ୟକର ଏବଂ ଅଧିକ ସମୃଦ୍ଧ ଗ୍ରହ କରିବାକୁ ସଙ୍କଳ୍ପ ନେବା। କରୋନା ପରି ବିଶ୍ୱ ମହାମାରୀକୁ […]
ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭାଇରସ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଭାରତରେ କରୋନା ଭାଇରସ ଯୋଗୁ ଏପର୍ଯ୍ୟନ୍ତ ୬୦୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୧୯ହଜାର ଲୋକେ ଏଥିରେ ସଂକ୍ରମିତ ହୋଇଛନ୍ତି। ରାଜଧାନୀ ଦିଲ୍ଲୀରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୧୫୬ରେ ପହଞ୍ଚିଛି। ହେଲେ ଏହା ଭିତରେ ଏକ ଭଲ ଖବର ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୭୫ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କିନ୍ତୁ କୌଣସି ଲୋକ ମୃତ୍ୟୁବରଣ କରିନାହାନ୍ତି। […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ କରୋନା ସହାୟତା କରିଛନ୍ତି ୬୨ଟି ମନ୍ଦିର ଓ ମଠ କର୍ତ୍ତୃପକ୍ଷ। ମୋଟ୍ ଏକ କୋଟି ୩୭ ଲକ୍ଷ ୭୨ ହଜାର ୮୧୮ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଦିଆଯାଇଛି। କେନ୍ଦୁଝର ଘଟଗାଁ ତାରିଣୀ, ରାୟଗଡ଼ା ମଝି ଘରିଆଣି ମନ୍ଦିର ପକ୍ଷରୁ ୨୦ ଲକ୍ଷ ଲେଖାଏଁ ଦିଆଯିବା ନେଇ ଘୋଷଣା ହୋଇଛି। ସେହିଭଳି ପୁରୀ ସତ୍ୟବାଦୀ ଗୋପୀନାଥ ଦେବ ୨୦ ଲକ୍ଷ, କାକଟପୁର ମଙ୍ଗଳା ମନ୍ଦିର ୧୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ […]
ଗଞ୍ଜାମ: କରୋନାରେ ଲକ୍ଡାଉନ୍ ଓ ଗାଡ଼ି ମୋଟର ଯାତାୟତରେ ବାଧା ଚାଷୀଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଲାଣି। ଅଭାବୀ ବିକ୍ରି ସାଙ୍ଗକୁ ମାଲ ପରିବହନ ଠିକ୍ ହେଉନଥିବାରୁ ଚାଷୀ ଆଉ ପନିପରିବା ବିକ୍ରି କରିପାରୁନାହାନ୍ତି। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ବୁରୁପଡ଼ା ଗାଁରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଗଛରେ ବଢ଼ି ଗଛରେ ହିଁ ପାଚି ଝଡ଼ି ଯାଉଛି ପିକେଟର ଲଙ୍କା। ମାର୍କେଟରେ ଏହାର ଡିମାଣ୍ଡ ଅଧିକ ଥିଲେ ବି ଏବେ ଏହାକୁ ବ୍ୟବସାୟୀ କିଣୁନାହାଁନ୍ତି। ସେପଟେ […]