ନକ୍ସଲଙ୍କ ବର୍ବର କାଣ୍ଡ। ପୋଲିସ ଇନଫର୍ମମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା କରିଛନ୍ତି ନକ୍ସଲ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣମ୍ ଜିଲ୍ଲାର ପେଦାବାଇଲୁ ଚିନ୍ତାଗୁରୁ ଗାଁର ସତୀଶ ବାବୁଙ୍କୁ ଘରୁ ଡାକି ନେଇ ମାଓବାଦୀମାନେ ହତ୍ୟା କରିଛନ୍ତି।
ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଡିଭିଜନ୍-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ଉଦ୍ଧବ ପାଢ଼ୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ବ୍ରହ୍ମପୁର, ଧରାକୋଟ, ପୁରୀ ସମେତ ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ରେଡ୍ ଚଳାଇଛି। ସେପଟେ...
ସମ୍ବଲପୁର-କଟକ ୫୫ ନଂ ଜାତୀୟ ରାଜପଥ ପାଲଟିଛି ଯାତ୍ରୀଙ୍କ ପାଇଁ ମରଣଯନ୍ତା। ରାସ୍ତାରେ ୪ ଲେନ୍ ବିଶିଷ୍ଟ ରାସ୍ତା କାମ ଚାଲୁଥିବା ବେଳେ ପୁରୁଣା ରାସ୍ତାକୁ ମରାମତି କରୁନି ଠିକା ସଂସ୍ଥା। ସେପଟେ ପୁରୁଣା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ ଦୁର୍ଘଟଣା ବଢୁଥିବା ଅଭିଯୋଗ ମଧ୍ୟ ହୋଇଛି।
ହିଂସା ପ୍ରଭାବିତ ଶ୍ରୀନଗର ଅନନ୍ତନାଗରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି। କରୋନା ସଂକ୍ରମଣ ଯୋଗୁଁ ସ୍କୁଲ ସବୁ ବନ୍ଦ ରହିଛି। ତେଣୁ ଛାତ୍ରଛାତ୍ରୀମାନଙ୍କ ମନରେ ଉତ୍ସାହ ଆଣିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ।
କୃଷି ଆଇନକୁ ପ୍ରତ୍ୟାହାର ପାଇଁ କୃଷକମାନଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ। ତାପୂର୍ବରୁ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଦିଲ୍ଲୀର ବିଜୟ ଚୌକରେ ବିକ୍ଷୋଭ କରାଯିବ। ଏହାପରେ କଂଗ୍ରେସ ସାଂସଦ ମାନଙ୍କୁ ନେଇ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ...
ପର୍ଯ୍ୟଟନସ୍ଥଳୀର ବିକାଶ ସହ ଏହାର ରକ୍ଷଣାବେକ୍ଷଣା ପାଇଁ ସରକାରଙ୍କ ରହିଛି ଅନେକ ଯୋଜନା। ଏନେଇ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି। ହେଲେ ଆଜି ବି ଏମିତି ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ସ୍ଥାନ ରହିଛି ଯେଉଁଠି ସରକାରୀ ଯୋଜନା କୌଣସି କାମକୁ ଆସୁନି।
ଗତକାଲି ଭଳି ଆଜି ମଧ୍ୟ ସେବାୟତଙ୍କ ପରିବାର ଶ୍ରୀଜିଉଙ୍କ ଦର୍ଶନ କରିବେ। କରୋନା ସ୍ଥିତିରେ ଦର୍ଶନ ଲାଗି ଜାରି ହୋଇଛି ସ୍ୱତନ୍ତ୍ର ଏସ୍ଓପି ସେବାୟତ ପରିବାରର ଲୋକମାନେ ନିଜ ନିଜର ସ୍ୱାସ୍ଥ୍ୟବୀମା କାର୍ଡ ସାଙ୍ଗରେ ଆଣି ଆସିବାକୁ କୁହାଯାଇଛି।
ଉପକୂଳରୁ ଉତ୍ତର, ପୂର୍ବରୁ ପଶ୍ଚିମ। ସବୁଠି ଜାଡ଼ ଓ ଥଣ୍ଡାର ପ୍ରକୋପ। ସାରା ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ। ସକାଳ ୯ଟା ନବାଜିଲେ ସୂର୍ଯ୍ୟ ଦେବଙ୍କ ଦର୍ଶନ ମିଳୁନି। ଯଦି ବି ମିଳୁଛି ତେବେ କୋହଲା ପାଗ ଲାଗି ରହୁଛି। ସଂଧ୍ୟା ବେଳେ ଶୀତର ପରିମାଣ ଅଧିକ...
ଡ୍ୟାମ୍ ପାଇଁ ଲୋକେ ନିଜ ଜମିବାଡି ସବୁ ଦେଇଦେଲେ। ସରକାର ସହାୟତା ଅର୍ଥ ବି ମଂଜୁର କଲେ। ହେଲେ ସରକାର ଓ ବିସ୍ଥାପିତଙ୍କ ମଝିରେ ଟଙ୍କା ଖାଇଗଲେ ଦଲାଲ। ଏବେ ବି ପ୍ରକୃତ ବିସ୍ଥାପିତ ସହାୟତା ଅପେକ୍ଷାରେ ଥିବା ବେଳେ ମାଲାମାଲ ଦଲାଲ ନୂଆପଡା ଜିଲ୍ଲା ଲୋୟର ଇନ୍ଦ୍ର...
ସୁନ୍ଦରଗଡ଼ କୁଆଁରମୁଣ୍ଡାରେ ଭୟଙ୍କର ଦୁର୍ଘଟଣା। ୧୪୩ ନମ୍ବର ଜାତୀୟ ରାଜପଥ ଚୁଟିଆଟୋଲା ଗାଁ ନିକଟରେ ବାଇକ ଆରୋହୀଙ୍କୁ ଧକ୍କା ଦେଇଛି ଟ୍ରକ୍। ଫଳରେ ଘଟଣାସ୍ଥଳରେ ହିଁ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ବାଇକରେ ଦୁଇ ଜଣ ବ୍ୟକ୍ତି ରାଉରକେଲା ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
ଭ୍ୟାକସିନ୍ ଆସିଲେ ବଣ୍ଟନ କିପରି ହେବ ? ଭ୍ୟାକସିନ୍ ରଖିବା ପାଇଁ କଣ ହୋଇଛି ବନ୍ଦୋବସ୍ତ? କେତେ ସଂଖ୍ୟାରେ ଏବଂ କାହାକୁ ମିଳିବ? ରାଜ୍ୟରେ ଟିକାକରଣ ପ୍ରକ୍ରିୟାକୁ ନେଇ କେନ୍ଦ୍ର ଗାଇଡ୍ଲାଇନ ଅନୁସାରେ ପ୍ରକ୍ରିୟା କରାଯାଇଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ।
ନୂଆ କୃଷି ଆଇନ ସଂପର୍କରେ ଚାଷୀଙ୍କୁ ସଚେତନ କରିବାକୁ ବିଜେପିର ପ୍ରୟାସ। ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର କରିବା ପାଇଁ କଟକ ଜିଲ୍ଲା ଆଠଗଡ଼ ମିନି ଷ୍ଟାଡିୟମରେ ବିଜେପି ପକ୍ଷରୁ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଛି
ମହାରାଷ୍ଟ୍ର ପରେ କର୍ଣ୍ଣାଟକରେ ଜାରି ହେଲା ନାଇଟ କର୍ଫ୍ୟୁ। ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ରହିବ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ. ୟେଦୁରପ୍ପା ଘୋଷଣା କରିଛନ୍ତି।
ଥମିବାରେ ନା ନେଉନାହିଁ ପରୀ ହତ୍ୟା ଘଟଣାର ଖିଅ। ଗୋଟିଏ ପରେ ଗୋଟିଏ ପ୍ରମାଣ ପାଉଛି ଏସଆଇଟି। ତେବେ ବର୍ତ୍ତମାନ ସମୟରେ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ସୂଚନା ଅନୁସାରେ, ପରୀ ନାକରୁ ରକ୍ତ ବାହାରିଥିବା ନେଇ ସୂଚନା ମିଳିଛି।
ପରୀ ମୃତ୍ୟୁ ମାମଲାରେ ପ୍ରତି ମୁହୂର୍ତ୍ତରେ କିଛି ନା କିଛି ଖବର ଆସୁଛି। ତେବେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସେହି ଗାଁର ସରୋଜ ସେଠୀ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ପ୍ରେସମିଟ୍ କରି ସୂଚନା ଦେଇଛନ୍ତି।
ଭୁବନେଶ୍ୱର ଏୟାରପୋର୍ଟରେ ଜାରି ହେଲା ନୂଆ SOP। ବିଦେଶ ଫେରନ୍ତାଙ୍କ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ନୂଆ SOP ଜାରି ହୋଇଛି। ଲକ୍ଷଣ ଥିବା ୫୫ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ଯାତ୍ରୀଙ୍କ ଆଣ୍ଟିଜେନ୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଏହାସହ ବିଦେଶ ଫେରନ୍ତା ଯାତ୍ରୀଙ୍କ ସୂଚନା ଦେବାକୁ ଏୟାରପୋର୍ଟ ନିର୍ଦ୍ଦେଶକ ନିର୍ଦ୍ଦେଶ...
ଶ୍ରୀମନ୍ଦିର ଖୋଲିବା ନେଇ ପ୍ରଶାସନ ପକ୍ଷରୁ ଜାରି କରାଗଲା ଏସ୍ଓପି। ନିୟମ ଅନୁସାରେ, ଶ୍ରୀମନ୍ଦିର ଭିତରକୁ ଭୋଗ, ଫୁଲ, ଦୀପ ନେବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ଏହାସହ ମନ୍ଦିର ପରିସରରେ ଓ ଆନନ୍ଦ ବଜାରରେ ମହାପ୍ରସାଦ ସେବନ ପାଇଁ ମଧ୍ୟ ମନାକରାଯାଇଛି।
ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଘଟଣାରେ ପ୍ରତିକ୍ରିୟା ଦେଲେ ମନ୍ତ୍ରୀ ଅରୁଣ ସାହୁ। କହିଲେ, ସତ୍ୟ ଉନ୍ମୋଚନ ହେଉ, ପୀଡ଼ିତା ନ୍ୟାୟ ପାଉ । ଭଗବାନ ଓ ସମସ୍ତଙ୍କ ପାଖରେ ପ୍ରାର୍ଥନା କରୁଛି, ପୀଡ଼ିତା ଅତିଶୀଘ୍ର ନ୍ୟାୟ ପାଉ। ତେବେ ନାବାଳିକା ଘଟଣାରେ ଦୋଷୀକୁ ଧରିବାକୁ ରାଜ୍ୟ ସରକାର...
ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ ହାଇକୋର୍ଟରେ ମିସ୍କେସ୍ ଦାୟର କଲା ଭାରତୀୟ ବିକାଶ ପରିଷଦ। ଏଥିସହ ମାମଲାର ସିବିଆଇ ତଦନ୍ତ ଦାବି ଦୋହରାଇଲା। SIT ମୁଖ୍ୟ ଅରୁଣ ବୋଥ୍ରାଙ୍କ ପଲିଗ୍ରାଫ୍ ଟେଷ୍ଟ ଦାବି ସହ ପ୍ରଥମେ ଓ ଏବେ ଡାକ୍ତରୀ ମାଇନା କରିଥିବା ଡାକ୍ତରଙ୍କ ପଲିଗ୍ରାଫ୍ ଟେଷ୍ଟ...
ଚଳନ୍ତା ବିମାନର ଦ୍ୱାର ଖୋଲି ବାହାରକି ଚାଲିଆସିଲେ ୨ ଜଣ ବ୍ୟକ୍ତି। ବଡ ଦୁର୍ଘଟଣାରୁ ବର୍ତ୍ତିଗଲା ବିମାନ। ଏପରି ଘଟଣା ଘଟିଛି ଆମେରିକାରେ। ମିଳିଥିବା ସୂଚନା ଅନୁସାରେ, ବିମାନ ଉଡ଼ାଣ ପାଇଁ ରନୱେ ଆଡକୁ ଯାଉଥିବାବେଳେ ଜରୁରୀକାଳୀନ ଫାଟକ ଖୋଲି ସକ୍ରିୟ ଥିବା ସ୍ଲାଇଡରରୁ ଦୁଇଜଣ ଲୋକ ବାହାରି...