• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

saha
ଜମ୍ମୁ-କାଶ୍ମୀରର ସମସ୍ତ ପଞ୍ଚାୟତ ସଦସ୍ୟ ଓ ସରପଞ୍ଚଙ୍କୁ ମିଳିବ ସୁରକ୍ଷା ଓ ବୀମା

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ସମସ୍ତ ପଞ୍ଚ ଓ ସରପଞ୍ଚମାନଙ୍କୁ ଏଣିକି ପୁଲିସ୍‌ ସୁରକ୍ଷା ଓ ୨ ଲକ୍ଷ ଟଙ୍କାର ବୀମା ଯୋଗାଇ ଦିଆଯିବ। ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଜମ୍ମୁ-କାଶ୍ମୀରର ପଞ୍ଚ(ପଞ୍ଚାୟତ ସଦସ୍ୟ) ଓ ସରପଞ୍ଚ(ଗାଁ ମୁଖିଆ)ଙ୍କ ଏକ ପ୍ରତିନିଧି ଦଳ ଭେଟିବା ବେଳେ ଶାହ ସେମାନଙ୍କୁ...

Sunil-Arora
ବିଶ୍ୱ ନିର୍ବାଚନ ସଂସ୍ଥାନ ସଂଘର ଅଧ୍ୟକ୍ଷ ହେଲେ ସୁନୀଲ ଆରୋରା

ନୂଆଦିଲ୍ଲୀ: ଭାରତର ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଆଜି ବିଶ୍ୱ ନିର୍ବାଚନ ସଂସ୍ଥାନ ସଂଘ (ଏଡବ୍ଲୁଇବି)ର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀଠାରେ ଥିବା ଭାରତୀୟ ଅନ୍ତର୍ଜାତୀୟ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସଂସ୍ଥାନରେ ଏଡବ୍ଲ୍ୟୁଇବିର ପ୍ରଶିକ୍ଷଣ, ଗବେଷଣା ଓ ଦସ୍ତାବିଜ ଲେଖନ କେନ୍ଦ୍ର ପ୍ରତିଷ୍ଠା ହେବ...

ivestor
ଭୁଶୁଡ଼ୁଛି ଅର୍ଥନୀତି; ନିବେଶକ ହରାଇଲେ ୨.୫୫ ଲକ୍ଷ କୋଟି

ନୂଆଦିଲ୍ଲୀ: ଉତ୍କଟ ସ୍ଥିତିରେ ପହଞ୍ଚିବାରେ ଲାଗିଛି ଅର୍ଥନୀତିକ ମାନ୍ଦାବସ୍ଥା ଏବଂ ବାଣିଜ୍ୟିକ ସମସ୍ୟାର ପ୍ରଭାବ। ମଙ୍ଗଳବାର ଗୋଟିଏ ଦିନରେ ଇକ୍ୱିଟି ମାର୍କେଟ୍‌ର ନିବେଶକମାନେ ୨.୫୫ ଲକ୍ଷ କୋଟି ଟଙ୍କା ହରାଇଥିବା ଜଣାପଡ଼ିଛି। ସେହିଭଳି ବିଏସ୍‌ଇର ସୂଚକାଙ୍କ ସେନ୍‌ସେକ୍ସରେ ୭୬୯.୮୮ ପଏଣ୍ଟ ବା ୨.୦୬% ହ୍ରାସ ହୋଇଛି। ଏହା ବର୍ତ୍ତମାନ...

imran
ପାକିସ୍ତାନରେ ସରିଗଲାଣି ଔଷଧ: ଭାରତଠୁ ଆମଦାନି କରିବାକୁ ଚାହୁଁଛି !

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ମାସେ ହେବ ସମସ୍ତ ସମ୍ପର୍କ ବାତିଲ୍ ରହିଛି। ଏବେ କିନ୍ତୁ ପାକିସ୍ତାନରେ ଔଷଧ ଶେଷ ହୋଇଯିବା ପରେ ଜୀବନ ବଞ୍ଚାଇବା ପାଇଁ ପୁଣି ଥରେ ଭାରତ ଉପରେ ନିର୍ଭର କରିଛି ପାକିସ୍ତାନ। ଅଗଷ୍ଟ ୫ରେ ଜମ୍ମୁ କାଶ୍ମୀରରୁ...

traffic
ନୂଆ ନିୟମ ଅନୁସାରେ ସ୍କୁଟର୍ ଚାଳକୁ ୨୩ ହଜାର ଜୋରିମାନା କଲା ପୁଲିସ

ଗୁରୁଗ୍ରାମ: ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ନୂଆ ମୋଟର ଭେଇକିଲ ଆଇନ ଅନୁସାରେ ଗୁରୁଗ୍ରାମର ଜଣେ ସ୍କୁଟର ଚାଳକଙ୍କୁ ୨୩ ହଜାର ଟଙ୍କା ଜୋରିମାନା ଲାଗୁ କରିଛି ପୁଲିସ୍‌। ମିଳିଥିବା ସୂଚନା ଅନୁଯାୟୀ, ପୂର୍ବ ଦିଲ୍ଲୀର ଏହି ବ୍ୟକ୍ତିଙ୍କ ନାମରେ ହରିଆଣା ପୁଲିସ୍‌ ବିଭିନ୍ନ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ...

es
ଜାମାତ -ଉଲ୍-ମୁଜାହିଦ୍ଦିନର ୨ ଆତଙ୍କବାଦୀ ଗିରଫ

ମାଲଦା: ବାଂଲାଦେଶରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଜାମାତ -ଉଲ-ମୁଜାହିଦ୍ଦିନର ୨ ଜଣ ଆତଙ୍କବାଦୀଙ୍କୁ ଆଜି ପଶ୍ଚିମବଙ୍ଗ ପୁଲିସ୍‌ ଗିରଫ କରିଛି। ଅବଦୁଲ ବରି ଓ ନିଜାମୁଦ୍ଦିନ ଖାନ୍‌ଙ୍କୁ ମାଲଦା ଜିଲ୍ଲା ଅନ୍ତର୍ଗତ ସାମସି ଗାଁରୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଏହାପୂର୍ବରୁ ସୋମବାର ପୁଲିସ୍‌ ଜାମାତ ଉଲ-ମୁଜାହିଦ୍ଦିନର ଜଣେ ସମର୍ଥକ...

beian
ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି ନକଲି ଡାକ୍ତର; ପ୍ରଶାସନ ଚୁପ୍

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରିରେ ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି ନକଲି ଡାକ୍ତର। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଗରେ ବର୍ଷ ବର୍ଷ ଧରି ଚାଲିଛି ଗଣ୍ଡାଗଣ୍ଡା ବେଆଇନ ରୋଗ ନିରୂପଣ କ୍ଲିନିକ୍। ଦୁର୍ଭାଗ୍ୟର ବିଷୟ ହେଲା ଏହି କ୍ଲିନିକ୍‌ଗୁଡ଼ିକର ରିପୋର୍ଟ ଆଧାରରେ ହିଁ ହେଉଛି ରୋଗୀଙ୍କ ଚିକିତ୍ସା। ମାଲକାନଗିରିରେ...

konark
ଲୁହା ଭାରାରୁ ମୁକୁଳିବ କୋଣାର୍କ ସୂର୍ଯ୍ୟ ମନ୍ଦିର

ପୁରୀ: ଲୁହା ଭାରାରୁ ମୁକୁଳିବ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର। ମନ୍ଦିର ପିଢ଼କୁ ସପୋର୍ଟ ଦେବା ପାଇଁ ୮ଟି ଷ୍ଟିଲ ବିମ୍ ଦିଆଯିବ ବୋଲି ବିଶେଷଜ୍ଞ ଟିମ୍ କହିଛନ୍ତି। ଆଜି ଉତ୍ତରାଖଣ୍ଡର ରୁର୍କି ସ୍ଥିତ ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ର ବୈଜ୍ଞାନିକ ସିଦ୍ଧାର୍ଥ ବେହେରାଙ୍କ ନେତୃତ୍ୱରେ ଏକ...

klia
କାଳିଆ ପାଇଁ ହରଡ଼ଘଣାରେ ସରକାର; ପାଣିରେ ପଡ଼ିଛି ୧୫୦ କୋଟିରୁ ଅଧିକ ଟଙ୍କା

ଭୁବନେଶ୍ୱର: କାଳିଆ ଯୋଜନାର ଅଯୋଗ୍ୟ ହିତାଧିକାରୀଙ୍କୁ ନେଇ ହରଡ଼ଘଣାରେ ପଡିଲେଣି ରାଜ୍ୟ ସରକାର। କାରଣ ୧୫୦ କୋଟିରୁ ଅଧିକ ଟଙ୍କା ଏବେ ପାଣିରେ ପଡ଼ିଛି। ୩ ଲକ୍ଷ ଅଣଚାଷୀଙ୍କ ଆକାଉଣ୍ଟକୁ ଚାଲିଯାଇଛି ଏହି ସହାୟତା ରାଶି। ବାସୁଦେବପୁର ବ୍ଲକର ଗୋଳମାଳିଆ ଚିତ୍ର ଦେଖିଲେ ଆପଣ ଠିକ୍‌ ଅନୁମାନ କରିପାରିବେ।...

v
ସାଧୁ ସନ୍ଥଙ୍କ ବିରୋଧ ଯୋଗୁ ପ୍ରଶାସନ ଭାଙ୍ଗି ପାରିଲାନି ବଡ଼ ଆଖଡ଼ା ମଠ

ପୁରୀ: ସାଧୁ ସନ୍ଥଙ୍କ ପ୍ରବଳ ବିରୋଧ ଯୋଗୁଁ ବନ୍ଦ ରହିଲା ବଡ଼ ଆଖଡ଼ା ମଠ ଉଚ୍ଛେଦ ପ୍ରକ୍ରିୟା । ଦୁଇଦିନର ବିରତି ପରେ ଆଜି ୭୫ ମିଟର ପରିଧି ଭିତରେ ଉଚ୍ଛେଦ ଅଭିଯାନକୁ ଆଗେଇ ନେବାକୁ ଚାହୁଁଥିବା ଜିଲ୍ଲାପ୍ରଶାସନକୁ ଝଟକା ଲାଗିଛି। ମଠ ଭାଙ୍ଗିବା ଲାଗି ସହମତି ଦେବାକୁ...

fff
ଏମିତି ପ୍ରତିଶୋଧ, ପଦାକୁ ବାହାରିଲେ ଯୁଦ୍ଧ ମିଶାଇଲ୍‌ ଭଳି ମାଡ଼ି ଆସନ୍ତି କାଉ, ଗୋଡ଼ାଇ ଗୋଡ଼ାଇ ଖୁମ୍ପନ୍ତି

ଭୋପାଲ: ଶିବ କେୱଟ୍‌ ନାମକ ଜଣେ ଦିନ ମଜୁରିଆ ଘରୁ ବାହାରିଲା ମାତ୍ରେ ଆକାଶକୁ ଅନେଇ ଅନେଇ ରାସ୍ତା ଚାଲନ୍ତି। ସେ ସାବଧାନ ଥା’ନ୍ତି ଯେମିତି ତାଙ୍କ ଉପରେ ଆକାଶ ମାର୍ଗରୁ ଆକ୍ରମଣ ନହୁଏ। ଏହା ଦିନେ କିମ୍ବା ଦୁଇ ଦିନର କଥା ନୁହେଁ, ବର୍ଷ ବର୍ଷ ଧରି...

mithali
ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ମିତାଲି ରାଜ୍

ନୂଆଦିଲ୍ଲୀ: ଭାରତର ଅଭିଜ୍ଞ ମହିଳା ବ୍ୟାଟ୍ସମ୍ୟାନ୍ ମିତାଲି ରାଜ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ମିତାଲି ୨୦୨୧ରେ ହେବାକୁଥିବା ୫୦ ଓଭର ବିଶିଷ୍ଟ ବିଶ୍ୱକପ୍ ଖେଳିବାକୁ ଚାହାଁନ୍ତି। ୩୬ ବର୍ଷୀୟା ମିତାଲି ଶେଷଥର ପାଇଁ ଚଳିତ ବର୍ଷ ମାର୍ଚ୍ଚ ମାସରେ ଗୌହାଟୀରେ ଇଂଲଣ୍ଡ ବିପକ୍ଷରେ ଟି-୨୦ ମ୍ୟାଚ୍...

virat
ବିରାଟ୍ ସଫଳ ଟେଷ୍ଟ କ୍ୟାପଟେନ୍

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜକୁ ଦ୍ୱିତୀୟ ଟେଷ୍ଟରେ ୨୫୭ ରନରେ ପରାସ୍ତ କରି ବିରାଟ୍ କୋହଲି ଟେଷ୍ଟ କ୍ରିକେଟ୍ ଇତିହାସରେ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇ ଭାରତର ସବୁଠାରୁ ସଫଳ କ୍ୟାପଟେନ୍ ହୋଇଛନ୍ତି। କୋହଲିଙ୍କ ନେତୃତ୍ୱରେ ଭାରତ ୪୮ ଟେଷ୍ଟ ମ୍ୟାଚରୁ ୨୮ଟିରେ ବିଜୟୀ ହୋଇଛି। ଧୋନି ନିଜ ନେତୃତ୍ୱରେ...

arundhati
ଆଇସିସି ଟେଷ୍ଟ ରାଙ୍କିଙ୍ଗ୍‌ରେ ତୃତୀୟ ସ୍ଥାନକୁ ଉଠିଲେ ବୁମ୍ରା

ଦୁବାଇ: ଭାରତୀୟ କ୍ରିକେଟ୍ ଟିମର ଷ୍ଟାର ପେସ୍ ବୋଲର ଯଶପ୍ରୀତ ବୁମ୍ରା ଆଇସିସି ଟେଷ୍ଟ ବୋଲର ରାଙ୍କିଙ୍ଗରେ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ସେ କ୍ୟାରିୟରର ଶ୍ରେଷ୍ଠ ୮୩୫ ପଏଣ୍ଟ ହାସଲ କରିଛନ୍ତି। ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଶେଷ ହୋଇଥିବା ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ବୁମ୍ରା ୧୩ଟି...

ranking
କୋହଲିଙ୍କୁ ପଛରେ ପକାଇ ନମ୍ବର୍ ୱାନ୍ ହେଲେ ସ୍ମିଥ୍

ଦୁବାଇ: ଜାମାଇକା ଟେଷ୍ଟର ଦ୍ୱିତୀୟ ଇନିଂସରେ ପ୍ରଥମ ବଲରେ ଆଉଟ୍ ହେବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲିଙ୍କୁ ମହଙ୍ଗା ପଡ଼ିଛି। ଏହି କାରଣରୁ ଟେଷ୍ଟ ରାଙ୍କିଙ୍ଗରେ କୋହଲିଙ୍କ ହାତରୁ ଶୀର୍ଷ ସ୍ଥାନ ଚାଲିଯାଇଛି। ଅଷ୍ଟ୍ରେଲିଆର ରନ୍ ମେଶିନ୍ ଷ୍ଟିଭ୍ ସ୍ମିଥ୍ ବର୍ତ୍ତମାନ ଟେଷ୍ଟ ବ୍ୟାଟ୍ସମ୍ୟାନ ରାଙ୍କିଙ୍ଗର ଏକ...

hill-collapse-in-koraput-district
ବୃଷ୍ଟିପାତ ଯୋଗୁ ପାହାଡ଼ ଉପରୁ ଖସିଲା ମାଟି ଅତଡ଼ା; ଯାତାୟତ ବାଧାପ୍ରାପ୍ତ

କୋରାପୁଟ(ସୂର୍ଯ୍ୟନାରାୟଣ ପଣ୍ଡା): ଗତ ତିନିଦିନ ଧରି କୋରାପୁଟ ଜିଲ୍ଲାରେ ଭୀଷଣ ବୃଷ୍ଟିପାତ ହୋଇଛି। ଯାହାଫଳରେ ଆଜି ଭୋର ସମୟରେ ତେଲେଙ୍ଗିରି ନଦୀବନ୍ଧ ପାର୍ଶ୍ୱ ଦେଇ ଯାଇଥିବା କୋରାପୁଟ-ବୋରିଗୁମ୍ମା ରାଜପଥ ଉପରେ ରାଣିଗଡ଼ ଗାଁ ନିକଟରେ ପାହାଡ଼ ଉପରୁ ବିଶାଳ ଆକାର ପଥର ଓ ମାଟି ଅତଡା ଖସିଛି। ଯେଉଁଥିପାଇଁ...

nursh-claimed-brive-in-nayagarh-district-medical
ନୟାଗଡ଼ରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା; ଲାଞ୍ଚ ନଦେଲେ ମର କି ବଞ୍ଚ ଯାଏ ଆସେ ନାହିଁ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଲାଣି। ବିନା ଲାଞ୍ଚରେ ଏଠି ସେବା ମିଳୁନାହିଁ। ରୋଗୀ କଷ୍ଟ ପାଉ କି ମରିଯାଉ, ସେ କଥାକୁ କାହାରି ଭ୍ରୁକ୍ଷେପ ନାହିଁ। ହାତଗୁଞ୍ଜା ନ ଦେଲେ ନର୍ସ ସେବା କରୁନାହାନ୍ତି। ଶୋସାଲ୍ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ୍ ହେଉଛି। ଯେଉଁଥିରେ,...

bcc-750x430
ବଡ଼ ଆଖଡ଼ା ମଠକୁ ଉଚ୍ଛେଦ ପାଇଁ କର୍ଡନ କଲା ପୁଲିସ; ମହନ୍ତଙ୍କୁ ନେଇଗଲେ ଉପଜିଲ୍ଲାପାଳ

ପୁରୀ: ବିରୋଧ ଯୋଗୁ ସକାଳେ ଫେରିଯାଇଥିବା ପ୍ରଶାସନ ପୁଣି ଅପରାହ୍ନରେ ଆସି ହାଜର। ପୁରୀର ବଡ଼ ଆଖଡ଼ା ମଠକୁ ଉଚ୍ଛେଦ ପାଇଁ କର୍ଡନ କରିଛି ପୁଲିସ। ସେହିପରି ମଠ ନିକଟରେ ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ ବୁଲଡ୍ରୋଜର ମଧ୍ୟ ପହଞ୍ଚିଛି। ଅନ୍ୟପଟେ ବଡ଼ ଆଖଡ଼ା ମଠ ମହନ୍ତଙ୍କୁ ଉପଜିଲ୍ଲାପାଳ ସାଥିରେ...

tathagata
ଶ୍ରୀମନ୍ଦିର ଚୌହଦିରୁ ୭୫ ମିଟର ଉଚ୍ଛେଦକୁ ପୁଣି ସମାଲୋଚନା କଲେ ତଥାଗତ

ଭୁବେଶ୍ୱର: ଶ୍ରୀମନ୍ଦିର ଚୌହଦିରୁ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟାକୁ ପୁଣି ସମାଲୋଚନା କଲେ ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେଡି ନେତା ତଥାଗତ ଶତପଥୀ। ଐତିହାସିକ ସମ୍ପତ୍ତି ଭାଙ୍ଗିବାର ଅଧିକାର କାହାର ନାହିଁ। ଏପରିକି ଅଦାଲତ କିମ୍ବା ସରକାରଙ୍କର ମଧ୍ୟ ନାହିଁ। ତେଣୁ ଶ୍ରୀମନ୍ଦିର ଚାରିପଟରୁ ନିର୍ମାଣକୁ ଭାଙ୍ଗିବା...