• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

oscar
ଓସ୍କାର ଚିଟଫଣ୍ଡ ଠକେଇର ଅନ୍ୟତମ ଅଭିଯୁକ୍ତ ଦୀପକ ଖତ୍ରି ଗିରଫ

ଭୁବନେଶ୍ୱର : ଓସ୍କାର ଚିଟଫଣ୍ଡର ଅନ୍ୟତମ ଅଭିଯୁକ୍ତ ତଥା କମ୍ପାନୀର ସୁରତ ଶାଖା ମୁଖ୍ୟ ଦୀପକ ଖତ୍ରି ଗିରଫ। ତାକୁ ସୁରତ ପୋଲିସ ୭ ଦିନିଆ ରିମାଣ୍ଡରେ ନେଇଛି। ଅଭିଯୋଗ ଅନୁସାରେ ଓସ୍କାର କମ୍ପାନୀର ଏମ୍‌ଡି ଓ ସିଏମ୍‌ଡିଙ୍କ ଠାରୁ ପାଓ୍ୱାର ଅଫ୍ ଆଟର୍ଣ୍ଣି ନେଇ କମ୍ପାନିର ସଂପତ୍ତି...

dama rout
 ବିଜେଡିକୁ ପୁଣି ବାଣ ମାରିଲେ ଦାମ

ଭୁବନେଶ୍ୱର : ମହାନଦୀ ପ୍ରସଙ୍ଗରେ ବିଜେଡିକୁ ପୁଣି ବାଣ ମାରିଲେ ଦଳର ବରିଷ୍ଠ ନେତା ଦାମୋଦର ରାଉତ। ମହାନଦୀର ଏବର ଗତି ଓ ସ୍ଥିତି, ନଅଙ୍କ ଦୁର୍ଭିକ୍ଷ କଥା ମନେପକାଇ ଦେଉଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ସରକାର ଏ ସଂପର୍କରେ ଚିନ୍ତା ନକରି...

mahanadi meeting
ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ମହାନଦୀ ସୁରକ୍ଷା ପ୍ରସଙ୍ଗରେ ସର୍ବଦଳୀୟ ବୈଠକ। ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆଜି ଭୁବନେଶ୍ୱରରେ ଏହି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ମହାନଦୀ ବଞ୍ଚାଅ ଆନ୍ଦୋଳନ ଆବାହକ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ଏହି ବୈଠକ ବସିଥିଲା। ଏଥିରେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନେ ମଧ୍ୟ...

karnataka
କର୍ଣ୍ଣାଟକ କାହାର? ଜାଣନ୍ତୁ କେଉଁ ଏକ୍‌ଜିଟ୍‌ ପୋଲ୍‌ କ’ଣ କହୁଛି

ନୂଆଦିଲ୍ଲୀ: ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ ସଂସ୍ଥା ପକ୍ଷରୁ ହୋଇଥିବା ଆକଳନରେ କୁହାଯାଇଛି ଯେ, କର୍ଣ୍ଣାଟକରେ ଝୁଲା ବିଧାନସଭା ହୋଇପାରେ।  କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ ବୋଲି ଅଧିକାଂଶ ଏକ୍‌ଜିଟ୍ ପୋଲ୍‌ ସଂସ୍ଥା ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସୁବର୍ଣ୍ଣା ନ୍ୟୁଜ୍‌ ସର୍ଭେ ଅନୁସାରେ କଂଗ୍ରେସକୁ ୧୦୬ରୁ ୧୧୬...

Tej Pratap Wedding
ତେଜ୍‌ ପ୍ରତାପ-ଐଶ୍ୱର୍ଯ୍ୟା ରାୟଙ୍କ ବିବାହ ମଞ୍ଚ ଭୁଶୁଡିଲା, ଖାଇବା ଓ ବାସନ ଲୁଟିନେଲେ ଲୋକେ

ପାଟନା: ବାହାହେଲେ ଲାଲୁଙ୍କ ଲାଡ଼୍‌ଲା। ଆର୍‌ଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବିହାରର ପୂର୍ବତନ ମନ୍ତ୍ରୀ ଚନ୍ଦ୍ରିକା ରାୟଙ୍କ ଝିଅ ଐଶ୍ୱର୍ଯ୍ୟା ରାୟଙ୍କୁ ବାହା ହୋଇଛନ୍ତି ତେଜ୍।   ବିହାର ରାଜଧାନୀ ପାଟ୍‌ନା ସ୍ଥିତ ଭେଟନାରୀ କଲେଜ...

maoist killed
ଏନ୍‌କାଉଣ୍ଟରରେ ୨ ମାଓବାଦୀ ମୃତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଳକ ଡୁଡୁକାମାଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ। ଏଥିରେ ୨ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି।  ମୃତକଙ୍କ ମଧ୍ୟରେ  କ୍ୟାଡର ମାଓବାଦୀ ସଞ୍ଜୀବ ଥିବା କୁହାଯାଉଛି।  ତାଙ୍କ ନାଁରେ ୨୫ରୁ ଅଧିକ ମାମଲା ଥିବା କୁହାଯାଉଛି। ସୂଚନା ଅନୁସାରେ ଡ଼ୁଡ଼ୁକାମାଲ ଜଙ୍ଗଲରେ ମାଓବାଦୀ ଥିବା ଖବର...

jee
ଆଜି OJEE: ୮୧ କେନ୍ଦ୍ରରେ ପ୍ରାୟ ୪୮ ହଜାର ପରୀକ୍ଷାର୍ଥୀ

ଭୁବନେଶ୍ୱର: ଆଜି ଅନୁଷ୍ଠିତ ହେଉଛି ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍ଜାମିନେସନ୍‌ (ଓଜେଇଇ)। ପ୍ରାୟ ୪୮ ହଜାର ୩୧୭ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଏଥିପାଇଁ ରାଜ୍ୟର ପ୍ରମୁଖ ସହରରେ ୮୧ଟି କେନ୍ଦ୍ର ଖୋଲା ଯାଇଛି। ଭୁବନେଶ୍ୱର ଏବଂ କଟକରେ ସର୍ବାଧିକ ପରୀକ୍ଷା କେନ୍ଦ୍ର ଖୋଲାଯାଇଛି। ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ...

mothers day
ମାତୃତ୍ୱ ଦିବସ ଅବସରରେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ମାତୃତ୍ୱ ଦିବସ। ମାଆର ବାତ୍ସଲ୍ୟ ମମତା, ତ୍ୟାଗ, ବଳିଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରକୁ ମଦର୍ସ ଡେ ଭାବେ ପାଳନ କରାଯାଇଥାଏ। ମାଆ ଏହି ଦୁଇଟି ଅକ୍ଷରରେ ସାରା ସଂସାର।  ମା-ରେ ମାଟି, ଆ-ରେ ଆକାଶ।  ମାଆ ଥିଲେ...

bda
ଇଚ୍ଛାଧୀନ କୋଟା କେଳେଙ୍କାରୀ ମାମଲା

ଭୁବନେଶ୍ୱର : ଇଚ୍ଛାଧୀନ କୋଟା କେଳେଙ୍କାରୀ ମାମଲାରେ ପଦାକୁ ଆସିଲା ସରକାରଙ୍କ ପାରିବାପଣିଆ। ପାଖାପାଖି ୪ ବର୍ଷରେ ବାତିଲ ହୋଇଛି ମାତ୍ର ୪ଟି ଇଛାଧୀନ କୋଟାରେ ନିଆଯାଇଥିବା ଘର। ଆଉ ଅନ୍ୟ ଇଚ୍ଛାଧୀନ କୋଟା ମାମଲାର ଶୁଣାଣି ହୋଇଛି। ଏକ ସାମ୍ବାଦିକ ସମ୍ମଳନୀରେ ଏହି ସୂଚନା ଦେଇଛନ୍ତି ନଗର...

vote
ସରିଲା କର୍ଣ୍ଣାଟକ ବିଧାନସଭା ନିର୍ବାଚନ

କର୍ଣ୍ଣାଟକ : ସରିଲା କର୍ଣ୍ଣାଟକ ଭୋଟ୍। ଇଭିଏମରେ ସିଲ୍ ହୋଇଛି ୨ହଜାର ୬୫୪ ପ୍ରାର୍ଥୀଙ୍କ ଭାଗ୍ୟ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୨୨୨ ଆସନ ଲାଗି ମତଦାନ ଶେଷ ହୋଇଛି। ମତଦାନ ବେଳେ କିଛି ଅଞ୍ଚଳରେ ଭୋଟିଂ ମେସିନରେ ତ୍ରୁଟି ପରିଲକ୍ଷିତ ହେବାରୁ ଭୋଟ୍ ଗ୍ରହଣରେ ବିଳମ୍ବ ହୋଇଥିଲା।...

omr
ମାଟ୍ରିକ୍ ପରୀକ୍ଷାରେ ଓଏମ୍ଆର୍ ବ୍ୟବସ୍ଥା ଉଚ୍ଛେଦ ନିଷ୍ପତ୍ତି

ଭୁବନେଶ୍ୱର :  ଆସନ୍ତାବର୍ଷରୁ ଓଏମ୍ଆର୍ ବଦଳରେ ସିବିଏସ୍ଇ ଢାଞ୍ଚାରେ ପରୀକ୍ଷା ଦେବେ ମାଟ୍ରିକ୍ ଛାତ୍ରଛାତ୍ରୀ। ଗତକାଲି ସ୍କୁଲ୍ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଏଇ ସୂଚନା ପରେ ଦ୍ୱନ୍ଦ୍ୱ ଓ ଆଶଙ୍କାରରେ ଛାତ୍ରଛାତ୍ରୀ, ଅଭିଭାବକ।କାରଣ ଏହା ଭିତରେ ଶିକ୍ଷାବର୍ଷ ଆରମ୍ଭ ହୋଇସାରିଲାଣି। ତେଣୁ ହଠାତ୍ ନୂଆ ଢାଞ୍ଚାରେ...