• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

vlcsnap-error376
ଅଲାରନାଥ ପୀଠରେ ପଶିଲା ପାଣି

ପୁରୀ: ଅଲାରନାଥ ପୀଠରେ ପଶିଲା ପାଣି। ଲଗାତର ୩ ଦିନ ଧରି ପ୍ରବଳ ବର୍ଷା ଯୋଗୁ ବ୍ରହ୍ମଗିରିର ଅଲାରନାଥ ପୀଠରେ ପାଣି ପଶିଯାଇଛି। ମନ୍ଦିର ବେଢ଼ାରେ ଆଣ୍ଠୁରେ ଲେଖାଏଁ ପାଣି ହୋଇଯାଇଥିବା ଜଣାପଡିଛି। ଦର୍ଶନ ପାଇଁ ଆଶିଥିବା ଶ୍ରଦ୍ଧାଳୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଜେନେରେଟର ଲଗାଯାଇ...

ଇସ୍କନ୍
ପ୍ରବଳ ବର୍ଷାରେ ରାଜଧାନୀ ଅବସ୍ଥା ବେହାଲ

ଭୁବନେଶ୍ୱର: ପ୍ରବଳ ବର୍ଷାରେ ରାଜଧାନୀର ଅବସ୍ଥା ବେହାଲ ହୋଇଯାଇଛି। ଭୁବନେଶ୍ୱରର ବିଭିନ୍ନ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମିରହିଛି। ଇସ୍କନ ମନ୍ଦିର ସାମ୍ନାରେ ବର୍ଷା ପାଣିର ସୁଅ ଛୁଟୁଛି। ଏଥିପାଇଁ ଯାତାୟାତ ସମ୍ପୂର୍ଣ ଠପ୍ ହୋଇପଡ଼ିଛି। ଇସ୍କନ୍‌ ନିକଟରେ ପାଣି ଏତେ ଜମି ରହିଛି ଯେ, ଗୋଟିଏ ଯାତ୍ରୀବାହୀ...

dead body
ନାବାଳିକାକୁ ଅପହରଣ, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

କେନ୍ଦ୍ରାପଡା: ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହିଭଳି ସଙ୍ଗୀନ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜଗନ୍ନାଥପୁର ଘୋଷରାମାଳ ଗାଁରୁ। ଖ‍ବର ମୁତାବକ, ଗତ ଜାନୁଆରୀ ୧୮ ତାରିଖରେ ନାବାଳିକା ଜଣକ ଗାଁ ପାଖକୁ ତ୍ରିବେଣୀ ମେଳା ଦେଖିବାକୁ ଯାଇଥିଲା। ମେଳା ଦେଖି...

congress-bhawan
କଂଗ୍ରେସର ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ଭୁବନେଶ୍ୱର: କଂଗ୍ରେସ ଭବନରେ ବୈଠକ ଚାଲିଥିବାବେଳେ କଂଗ୍ରେସର ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏହାକୁ ନେଇ ଭଙ୍ଗାରୁଜା ହୋଇଥିବା ମଧ୍ୟ ସୂଚନା ମିଳିଛି। ଗୋଟିଏ ଗୋଷ୍ଠୀ କଂଗ୍ରେସ ଭବନର କବାଟ ଭାଙ୍ଗିବା ସହ କିଛି ପୋଷ୍ଟର ଚିରିଥିବା ସୂଚନା ମିଳିଛି। ଏହାକୁ ନେଇ ଘଟଣାସ୍ଥଳରେ କିଛି...

police station
୫ ନକଲି ପରୀକ୍ଷାର୍ଥୀ ଗିରଫ

ରାଉରକେଲା: ଶିଳ୍ପ ନିରାପତ୍ତା ସୁରକ୍ଷା ବଳ ବା CISF ନିଯୁକ୍ତି ପାଇଁ ଲିଖିତ ଓ ଶାରୀରିକ ପରୀକ୍ଷା ହେଉଥିବାବେଳେ ରାଉରକେଲାରୁ ନକଲି ପରୀକ୍ଷାର୍ଥୀ ଗିରଫ ହୋଇଛନ୍ତି। ଜାଲ୍‌ ଡକୁମେଣ୍ଟ ଜରିଆରେ ପରୀକ୍ଷା ଦେଉଥିବା ଅଭିଯୋଗରେ ଗତକାଲି ରାଉରକେଲା ପୋଲିସ ୫ ଜଣ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରିଛି। ସହରର...

Capture
ଫ୍ରାନ୍ସ ପିନ୍ଧିଲା ବିଶ୍ୱମୁକୁଟ: କ୍ରୋଏସିଆକୁ ୪-୨ ଗୋଲ୍‌ରେ ହରାଇ ହେଲା ବିଶ୍ୱବିଜୟୀ

ଭୁବନେଶ୍ୱର: କ୍ରୋଏସିଆକୁ ହରାଇ ବିଶ୍ୱକପ୍‌ ମୁକୁଟ ପିନ୍ଧିଲା ଫ୍ରାନ୍ସ। ସବୁ ଅଙ୍କକୁ ଭୁଲ୍‌ କରି ଦ୍ୱିତୀୟ ଥର ପାଇଁ ଫ୍ରାନ୍ସ ଫିଫା ବିଶ୍ୱକପ ଚାମ୍ପିୟନ ହୋଇଛି। ଫାଇନାଲ୍‌ ମ୍ୟାଚ୍‌କୁ ସମ୍ପୂର୍ଣ୍ଣ ଭାବେ ଫ୍ରାନ୍ସ ନିଜ ନିୟନ୍ତ୍ରଣରେ ରଖିଥିଲା। ଫ୍ରାନ୍ସ ଖେଳାଳିଙ୍କ ସାମ୍ନାରେ କ୍ରୋଏସିଆ ଖେଳାଳି ହାର ମାନିଥିଲେ। ପ୍ରଥମାର୍ଦ୍ଧରେ ଫ୍ରାନ୍ସ...

vlcsnap-error159
ରାଜ୍ୟବ୍ୟାପୀ ଲଗାଣ ବର୍ଷା, ବନ୍ୟା ପରିସ୍ଥିତି

ରାୟଗଡ଼ା/ଭବାନୀପାଟଣା/ଆସ୍କା: ରାଜ୍ୟବ୍ୟାପୀ ଲଗାଣ ବର୍ଷା ଯୋଗୁ ଅନେକ ତଳିଆ ଅଞ୍ଚଳରେ ପାଣି ପଶିଥିବା ବେଳେ କିଛି ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାୟଗଡ଼ା ବିଷମକଟକ ବ୍ଲକ୍‌ ପାଇକ ଡାକୁଲୁଗୁଡ଼ା ଓ ଥୁଆପାଡ଼ି ପଞ୍ଚାୟତର ଅନେକ ଅଂଚଳ ଜଳମଗ୍ନ ହୋଇଛି। ଥୁଆପାଡ଼ି ପଞ୍ଚାୟତର ଭେଜିପଦର କାଣିଯୋଡ଼ି ବ୍ରିଜ୍‌ ଉପରେ...

vlcsnap-error693
ଆସନ୍ତାକାଲି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ

ପୁରୀ: ଜଗତର ନାଥଙ୍କ ଅପୂର୍ବ ସାନ୍ନିଧ୍ୟ ପାଇ ବିମୋହିତ ଶ୍ରଦ୍ଧାଳୁ। କାଲି ଭାଇ ଭଉଣୀ ଶରଧାବାଲିରେ ପହଞ୍ଚିସାରିଥିବାରୁ ସତେ ଯେପରି ଅଭିମାନ କରିଥିଲା କାଳିଆ। ଆଜି ସକାଳୁସକାଳୁ ସଜବାଜ ହୋଇ ଆରମ୍ଭ କରିଥିଲା ଦ୍ୱିତୀୟ ଦିନର ଯାତ୍ରା। ଅସରା ଅସରା ବର୍ଷା ସତ୍ତ୍ୱେ ଶ୍ରଦ୍ଧାଳୁମାନେ ବି ଉତ୍ସାହର ସହ...

vlcsnap-error443
ବିଜେପି ଫୋକସ୍‌ରେ ଓଡ଼ିଶା, ନବୀନଙ୍କୁ କାଉଣ୍ଟର ପାଇଁ ଅସ୍ମିତା କାର୍ଡ

ଭୁବନେଶ୍ୱର: ସାରା ଦେଶରୁ ରାଜ୍ୟସଭାକୁ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ୪ ଜଣଙ୍କ ଭିତରେ ଓଡ଼ିଶାର ଦୁଇ ବିଶିଷ୍ଟ ବ୍ୟକ୍ତିତ୍ୱ। ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଓ ନୃତ୍ୟଶିଳ୍ପୀ ସୋନାଲ୍ ମାନ୍‌ସିଂ। ଯାହା କେବେ ହୋଇ ନଥିଲା, ତାହା ଏବେ ହେଲା। ହେଲେ ଏବେ କାହିଁକି? ତାକୁ ନେଇ ଚର୍ଚ୍ଚା, ଜୋରଧରିଛି।...

vlcsnap-error077
କଂଗ୍ରେସ ଭବନରେ ମାନସମନ୍ଥନ, ୧୯ ନିର୍ବାଚନ ପାଇଁ ରୋଡ଼୍‌ମ୍ୟାପ୍ ପ୍ରସ୍ତୁତ କରୁଛି ଦଳ

ଭୁବନେଶ୍ୱର: କଂଗ୍ରେସ ଭବନରେ ଚାଲିଛି କେନ୍ଦ୍ରୀୟ ଓ ରାଜ୍ୟ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ। ଓଡ଼ିଶା ଇନ୍‌ଚାର୍ଜ ଜିତେନ୍ଦ୍ର ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଛି ଆଲୋଚନା। ବିଭିନ୍ନ ଜିଲ୍ଲା ସଭାପତି, କାର୍ଯ୍ୟକାରୀ ସଭାପତି ତଥା ପିସିସି ସଭାପତିଙ୍କ ପକ୍ଷରୁ ପ୍ରସ୍ତୁତ ପିସିସି ଓ ଡିସିସି କମିଟିରେ କାହାକୁ ରଖାଯିବ, କାହାକୁ...

vlcsnap-error109
ଚାବି ହଜିବା ଘଟଣାକୁ ନେଇ ବିଦେଶରେ ବି ଚର୍ଚ୍ଚା

ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ବିଦେଶରେ ବି ଚର୍ଚ୍ଚା ଆରମ୍ଭ ହୋଇଛି। ନ୍ୟୁୟର୍କ ଟାଇମ୍ସ ଏହି ଖବର ଛାପିବା ପରେ ଏହା ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପୂରା ଘଟଣାକୁ ନ୍ୟୁୟର୍କ ଟାଇମ୍ସ ବିସ୍ତୃତ ଭାବେ ଛାପିବା ସହ ଗଜପତି ମହାରାଜା, ଶ୍ରୀମନ୍ଦିର...

vlcsnap-error328
ରାଜ୍ୟ ସରକାରଙ୍କୁ ଆର୍ଥିକ ପରିଚାଳନା ଚିନ୍ତା

ଭୁବନେଶ୍ୱର: ଗୋଟିଏ ପଟେ ଋଣ ବୋଝ, ଅନ୍ୟପଟେ ନିର୍ବାଚନର ଆହ୍ୱାନ। ଖାସ୍‌ ସେଥିପାଇଁ ବାଟ ବାହାର କରିଛି ଅର୍ଥ ବିଭାଗ। ଆଉ ଫୋକସ୍‌ରେ ରହିଛି ସପ୍ଲିମେଣ୍ଟାରି ବଜେଟ୍। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଗାଇଡ୍ ଲାଇନ୍‌ ଜାରି କରିଛି ଅର୍ଥ ବିଭାଗ। ରାଜ୍ୟରେ ସପ୍ତମ ବେତନ କମିଶନ୍ ଲାଗୁ...

ଜନ୍‌ସନ୍‌
‘ଜନ୍‌ସନ୍‌ ଏଣ୍ଡ୍‌ ଜନ୍‌ସନ୍‌ କମ୍ପାନୀର ସୁଗନ୍ଧିତ ପାଉଡର୍‌ରୁ ହେଉଛି କ୍ୟାନ୍‌ସର୍‌’

ୱାଶିଂଟନ୍: ଆଉ ନିରାପଦ ନୁହେଁ ଜନ୍‌ସନ୍‌ ଏଣ୍ଡ୍‌ ଜନ୍‌ସନ୍‌ କମ୍ପାନୀର ସୁଗନ୍ଧିତ ପାଉଡର୍‌। ଏଥିରେ ମାରାତ୍ମକ ଆଜ୍‌ବେଷ୍ଟସ୍‌ ମିଶିଥିବା ଅଭିଯୋଗ ହୋଇଛି। ଆଉ ଏଥିପାଇଁ ଗର୍ଭାଶୟରେ କ୍ୟାନ୍‌ସର୍ ହେଉଥିବା ୨୨ ଜଣ ମହିଳା ଅଭିଯୋଗ କରି ଆମେରିକାର ଏକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହି ମାମଲାର ବିଚାର କରି...

vlcsnap-error946
ମୁମ୍ବାଇରେ ବର୍ଷା ବିତ୍ପାତ, ମେରାଇନ ଡ୍ରାଇଭ୍‌ରେ ୫ ମିଟର ଉଚ୍ଚ ଜୁଆର

ମୁମ୍ବାଇ: ଗତ ଦୁଇ ସପ୍ତାହ ହେବ ବାଣିଜ୍ୟ ମହାନଗରୀ ମୁମ୍ବାଇରେ ବର୍ଷା ସ୍ଥିତି ବଢ଼ିବାରେ ଲାଗିଛି। ଏହା ସହିତ ପୁଣି ଆଗକୁ ବର୍ଷିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ମୁମ୍ବାଇ ମେରାଇନ ଡ୍ରାଇଭ୍‌ରେ ଚଳିତ ମୌସୁମୀରେ ସବୁଠାରୁ ଉଚ୍ଚତମ ଜୁଆର ଦେଖିବାକୁ ମିଳିଛି। ଚଳିତ...

vlcsnap-error438
ଭଦ୍ରକ-ଚାନ୍ଦବାଲି ରାସ୍ତାରେ ୧୧ କେଭି ବିଦ୍ୟୁତ୍ ବିପଦ

ଚାନ୍ଦବାଲି: ମୃତ୍ୟୁର ପଥ ପାଲଟିଛି ଭଦ୍ରକ-ଚାନ୍ଦବାଲି ୯ ନମ୍ବର ରାଜ୍ୟ ରାଜପଥ। ଗତ ୩ ମାସ ମଧ୍ୟରେ ୧୧ କେଭି ତାର ଛିଣ୍ଡି ଜିଲ୍ଲାରେ ୬ ଜଣ ଲୋକଙ୍କ ପ୍ରାଣ ଗଲାଣି। ତଥାପି ବିଦ୍ୟୁତ୍‌ ବିଭାଗର ନିଦ ଭାଙ୍ଗୁନି। ରାଜ୍ୟ ରାଜପଥର ୫୨ କିଲୋମିଟର ଏହି ରାସ୍ତାରେ ପାଖାପାଖି୧୦୦ଟି...

vlcsnap-error876
କାନ୍ଦିଲେ କୁମାରସ୍ୱାମୀ; କହିଲେ ‘ମେଣ୍ଟ ସରକାର ଚଳାଇବା ଯନ୍ତ୍ରଣାଦାୟକ’

ବେଙ୍ଗାଲୁରୁ: ‘ମେଣ୍ଟ ସରକାର ଚଳାଇବା କେତେ ଯନ୍ତ୍ରଣାଦାୟକ ତାହା ମୁଁ ହିଁ ଜାଣିଛି। ଏହି ଯନ୍ତ୍ରଣା ବିଷଜ୍ୱାଳାଠାରୁ ବି ଅଧିକ’ । ଏ କଥା କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ୱାମୀ। ସେ ଆହୁରି କହିଛନ୍ତି, ଭଗବାନ ତାଙ୍କୁ ଏଥିପାଇଁ ଶକ୍ତି ଦେଇଛନ୍ତି। ମେଣ୍ଟ ସରକାରରେ ଆଉ କେତେଦିନ...

vlcsnap-error045
ଜଳିଗଲା ୫ ଲକ୍ଷ ଟଙ୍କାର ବିସ୍କୁଟ୍‌

ଯାଜପୁର: ବ୍ୟାସନଗର ସ୍ଥିତ ଏକ ବିସ୍କୁଟ୍‌ ଓ ତେଲ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ନର୍ସିଂ ଟ୍ରେଡିଂ ଏଜେନ୍ସିର ଗୋଦାମରେ ନିଆଁ ଲାଗି ପାଖାପାଖି ୫ ଲକ୍ଷ ଟଙ୍କାର ବିସ୍କୁଟ ପୋଡ଼ି ପାଉଁସ ହୋଇଯାଇଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।...

vlcsnap-error422
ମାଛ ମାର୍କେଟ୍‌ରେ ଚଢ଼ଉ, ୮ ପ୍ରକାର ମାଛର ନମୂନା ପରୀକ୍ଷା ପାଇଁ ପଠାଗଲା

କଟକ: ମାଛ ମାର୍କେଟ୍‌ରେ CMC ଫୁଡ୍ ଇନ୍ସପେକ୍ଟର ଚଢ଼ଉ କରିଛନ୍ତି। ସହରର ବିଭିନ୍ନ ମାଛ ବଜାର ଓ ମାଛ ଗୋଦାମରେ ଏହି ଚଢ଼ାଉ କରାଯାଇଛି। କଟକ କୃଷକ ବଜାର, ସେମିନାର୍‌ ଛକ, ପ୍ରେସ ଛକ ସ୍ଥିତ ମାଛ ମାର୍କେଟ୍‌ରେ ଚଢ଼ଉ କରାଯାଇଛି। ସେପଟେ ରାତିରେ ଆନ୍ଧ୍ରରୁ ଗୋଦାମକୁ ଆସୁଥିବା...

flood
ଆସ୍କା: ବୁଡ଼ିଗଲା ବାଘୁଆ ସେତୁ, ଗୌଡ଼ଗୋଠ ଗାଁ ନିକଟରେ ଘାଇ

ଆସ୍କା: ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍‌ ଧନେଇ ନଈରେ ବନ୍ୟାଜଳ ପ୍ରବେଶ କରିଛି। ସେପଟେ ଆସ୍କା ସ୍ଥିତ କବିସୂର୍ଯ୍ୟନଗର ଚମ୍ପେଇତପୁରରେ ବାଘୁଆ ବ୍ରିଜ୍ ବୁଡ଼ିଯାଇଛି। ବ୍ରିଜ୍‌ ଉପରେ ପାଣି ଚାଲିବାରୁ ବ୍ରହ୍ମପୁର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଯାହାଫଳରେ ସ୍ଥାନୀୟ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ...