• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

vlcsnap-error473
ଆଉ ଭୁବନେଶ୍ୱରରୁ ବ୍ୟାଂକକ୍‌ ଉଡ଼ିବନି ଏୟାର ଇଣ୍ଡିଅା ବିମାନ

ଭୁବନେଶ୍ୱର: ଆଉ ଭୁବନେଶ୍ୱରରୁ ବ୍ୟାଂକକ୍‌କୁ ଉଡ଼ିବନି ଏୟାର ଇଣ୍ଡିଅାର ବିମାନ। ଏୟାର ଇଣ୍ଡିଅା ଏହି ବିମାନକୁ ଅାସନ୍ତା ଅକ୍ଟୋବର ୩ ତାରିଖ ଯାଏ ବାତିଲ କରିଛି। ଏହି ବିମାନ ବାତିଲ ହେବା ଦ୍ୱାରା କେବଳ ଯାତ୍ରୀମାନେ ଯେ ହଇରାଣ ହେବେ ତା’ ନୁହେଁ, ବରଂ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ...

vlcsnap-error035
ସ୍ୱାମୀ ଅଗ୍ନିବେଶଙ୍କ ଉପରେ ଅାକ୍ରମଣ

ରାଞ୍ଚି: ସମାଜସେବୀ ସ୍ୱାମୀ ଅଗ୍ନିବେଶଙ୍କ ଉପରେ ଅାକ୍ରମଣ ହୋଇଛି। ତାଙ୍କୁ ତଳେ ପକାଇ ଟଣାଘୋଷରା ସହ ଠେଲାପେଲା ଓ ମୁଥ ମରାଯାଇଥିବା ନେଇ ଅଭିଯୋଗ ହୋଇଛି। ବିଜେପି ଯୁବ ମୋର୍ଚ୍ଚା କର୍ମୀମାନେ ଏଭଳି କାଣ୍ଡ କରିଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ରଘୁବର...

vlcsnap-error317
ପ୍ରହସନ ପାଲଟିଛି ମହିଳା ଚାଷୀଙ୍କୁ ମୋବାଇଲ ଯୋଗାଣ

ଜୟପୁର (ଟି. ଗୌରୀଶଙ୍କର): ମହିଳା ଚାଷୀଙ୍କୁ ମୋବାଇଲ ଯୋଗାଇବା ଯୋଜନା ଯେମିତି ଏକ ପ୍ରହସନ ପାଲଟିଛି। ଏଭଳି ଅଭିଯୋଗ ଅାସିଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍‌ରେ। ଅନ୍ତା ଗାଁରେ ୮ ଏକର ଜମିରେ ଚାଷ କରିଛନ୍ତି ସବିତା ହରିଜନ। ହେଲେ ସେ ମୋବାଇଲ୍‌ ପାଇନଥିବା ଅଭିଯୋଗ ହୋଇଛି। ସେହିପରି...

vlcsnap-error437
ପୁଣି ଭାଇରାଲ ହେଲା ଯୁବକ ଯୁବତୀଙ୍କ ଅନ୍ତରଂଗ କ୍ଷଣର ଭିଡିଓ

ଭଦ୍ରକ: ପୁଣି ଭାଇରାଲ ହେଲା ଯୁବକ ଯୁବତୀଙ୍କ ଅନ୍ତରଂଗ କ୍ଷଣର ଭିଡିଓ। ଜଣେ ଉଦ୍‌ଭ୍ରାନ୍ତ କଲେଜ ଛାତ୍ର ତାଙ୍କ ସହପାଠିନୀଙ୍କ ସହ ଅନ୍ତରଙ୍ଗ କ୍ଷଣର ଭିଡିଓ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ଧାମନଗର ପୁଲିସ ଯାଜପୁର ଜିଲ୍ଲା ବାହାବଳପୁର ଅଞ୍ଚଳର ସଂପୃକ୍ତ କଲେଜ ଛାତ୍ରଙ୍କୁ ଗିରଫ...

vlcsnap-error146
ଧର୍ମେନ୍ଦ୍ରଙ୍କୁ ଦାମଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର: ଛେରା ପହଁରାକୁ ସ୍ୱଚ୍ଛ ଭାରତ ସହ ତୁଳନା କରି ସୋଶାଲ୍ ମିଡିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୋଷ୍ଟ କରିଥିଲେ। ଏହି ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା ଡା. ଦାମୋଦର ରାଉତ। ଏସବୁ ନିଜର ଅହଙ୍କାର ଛଡ଼ା ଅାଉ କିଛି ନୁହେଁ...

Sex-Racket
ଭଡ଼ା ଘରେ ବର୍ଷେ ହେଲା ଚାଲିଥିଲା ଦେହ ବ୍ୟବସାୟ

ବ୍ରହ୍ମପୁର: ଗଂଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ବୈଦ୍ୟନାଥ ଥାନା ଅନ୍ତର୍ଗତ ହାତୀବନ୍ଧ ସାହିରେ ଏକ ଭଡ଼ା ଘରୁ ସୋମବାର ଅପରାହ୍ନରେ ଏକ ସେକ୍ସ ରାକେଟ୍‌ ଠାବ କରିଛି ପୁଲିସ । ଏହି ଭଡ଼ା ଘର ଉପରେ ଚଢ଼ଉ କରି ପୁଲିସ ୨ ଜଣ ଗ୍ରାହକ ଓ ମାଷ୍ଟରମାଇଣ୍ଡକୁ ଗିରଫ କରିଛି।...

vlcsnap-error464
ଗ୍ୟାଙ୍ଗଷ୍ଟର ଟିଟୋର ୮ ସହଯୋଗୀଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ

କଟକ: ଗ୍ୟାଙ୍ଗଷ୍ଟର୍‌ ଟିଟୋର ୮ ସହଯୋଗୀଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ ଉଠାଇ ନେଇଛି। କଟକର ବିଭିନ୍ନ ସ୍ଥାନରେ କ୍ରାଇମ୍‌ବ୍ରାଞ୍ଚ୍‌ର ୧୦ଟି ଟିମ୍ ଚଢ଼ଉ କରି ସେମାନଙ୍କୁ ଧରିଛି। ସମସ୍ତଙ୍କୁ ଅଟକ ରଖି ପଚରା ଉଚରା କରୁଛି। ପୋଲିସ ଅଟକ ରଖିଥିବା ସମସ୍ତଙ୍କର ଅପରାଧିକ ରେକର୍ଡ ଅଛି। ଟିଟୋ ସହିତ ଏମାନଙ୍କର ଲିଙ୍କ୍‌...

girl
ନାବାଳିକାକୁ ମାସ ମାସ ଧରି ଦୁଷ୍କର୍ମ ଅଭିଯୋଗ

ଚେନ୍ନାଇ: ଚେନ୍ନାଇର ଏକ ଆପାର୍ଟମେଣ୍ଟରେ ଜଣେ ନାବାଳିକାକୁ ମାସ ମାସ ଧରି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡ ସହ ୧୭ଜଣଙ୍କୁ ଗିରଫ କରିଛି। ସପ୍ତମ ଶ୍ରେଣୀରେ ପଢୁଥିବା ଛାତ୍ରୀଜଣଙ୍କୁ ମୃଦୁ ପାନୀୟରେ ନିଶା ମିଶାଇ ପିଆଇବା ପରେ ସେମାନେ ଗଣଦୁଷ୍କର୍ମ କରିଥିଲେ।...

vlcsnap-error062
ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ଯାଜପୁର: ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ତଣ୍ଡରା ଗାଁରେ ଘଟିଛି ଏହି ଅଘଟଣ। ମୃତ ଯୁବକ ତଣ୍ଡରା ଗାଁର ନରେନ୍ଦ୍ର ମଲିକ ବୋଲି ଜଣାପଡିଛି। ନରେନ୍ଦ୍ର ତାଙ୍କ କୁକୁଡା ଫାର୍ମ ଛାତ ଉପରେ ଲୁହା ପାଇପ୍ ବିଛାଉଥିବାବେଳେ...

bus
ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ୪୦ ଯାତ୍ରୀ

କଟକ/ବାଙ୍କୀ: ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ବାଙ୍କୀ ରଣସଙ୍ଖ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛି ବସ୍। ବସ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ଭାରସାମ୍ୟ ହରାଇ ବସ୍‌ଟି ରାସ୍ତାକଡ଼ର ଗଛରେ ପିଟି ହୋଇଥିଲା। ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ସମସ୍ତ...

jay narayan
ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ଜାମିନ

ଭୁବନେଶ୍ୱର: ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ଜାମିନ ମିଳିଛି। ବନାବିରା ଗୁଳିକାଣ୍ଡ ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ୫୦ ହଜାର ଟଙ୍କା ଲେଖାଏଁ ୨ ଜାମିନଦାର ବଦଳରେ ତାଙ୍କୁ ଜାମିନ ମିଳିଛି। ନିମ୍ନ ଅଦାଲତଙ୍କ ବିନା ଅନୁମତିରେ ବାହାରକୁ ନଯିବାକୁ ସର୍ତ୍ତ ରହିଛି ବୋଲି ଜୟନାରାୟଣଙ୍କ ଓକିଲ...

tiger
ଅନୁଗୁଳ ସାତକୋଶିଅା ଅଂଚଳରେ ବାଘ ଆତଙ୍କ

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟ ନିକଟ ଅଂଚଳରେ ବାଘ ଆତଙ୍କ । କାଳେ ଗାଁକୁ ମାଡ଼ି ଆସିବ ବାଘ ସେଇ ଚିନ୍ତାରେ ଲୋକଙ୍କ ନିଦ ହଜିଯାଇଛି। ବାଘ ବଂଶ ବିସ୍ତାର ଲାଗି ମଧ୍ୟପ୍ରଦେଶରୁ ଅନୁଗୁଳ ସାତକୋଶିଅା ଅଭୟାରଣ୍ୟକୁ ଅଣାଯାଇଛି ବାଘ ଓ ବାଘୁଣୀ। ପ୍ରଥମେ ଏନ୍‌କ୍ଲୋଜର୍‌ରୁ ଜଙ୍ଗଲକୁ ମହାବଳ ଛାଡ଼ିଛି...

pattamundai collage
ପଟ୍ଟାମୁଣ୍ଡାଇ କଲେଜରେ ଛାତ୍ର ଅଶାନ୍ତି, ଫାଟକରେ ତାଲା

ପଟ୍ଟାମୁଣ୍ଡାଇ: କଲେଜରେ ଅଣଛାତ୍ର ପ୍ରବେଶକୁ ନେଇ ତାତିଲେ ଛାତ୍ର। ଟାୟାର ଜାଳି ଆନ୍ଦୋଳନ କରିଛନ୍ତି ପଟ୍ଟମୁଣ୍ଡାଇ କଲେଜ ଛାତ୍ର। ଗତକାଲି କିଛି ଅଣଛାତ୍ର କଲେଜରେ ପଶି ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରିଥିବା ପ୍ରତିବାଦରେ ପିଲାମାନେ କଲେଜ ଗେଟ୍‌ରେ ତାଲା ପକାଇଦେଇଛନ୍ତି। ବାରମ୍ବାର କଲେଜରେ ଅଣ ଛାତ୍ର ପ୍ରବେଶ କରୁଥିବା...

vlcsnap-error339
ଭୁବନେଶ୍ୱର- କୋଣାର୍କ ରାସ୍ତା ବିଚ୍ଛିନ୍ନ

କୋଣାର୍କ : ଲଗାଣ ବର୍ଷା ଯୋଗୁଁ ଭୁବନେଶ୍ୱରକୁ କୋଣାର୍କ ଓ କାକଟପୁରକୁ ସଂଯୋଗ କରୁଥିବା ପିପିଲି-ନିମାପଡ଼ା ରାସ୍ତା ବିଚ୍ଛିନ୍ନ ହୋଇ ଯାଇଛି। ଏହି ରାସ୍ତାର ଗରପଦା ନିକଟରେ ଧନୁଆ ନଦୀ ଉପରେ ନିର୍ମାଣାଧୀନ ପୋଲ ପାଇଁ ଏକ ଅସ୍ଥାୟୀ ବାଇ ପାସ୍ ରାସ୍ତା ନିର୍ମାଣ କରାଯାଇଥିଲା। ପ୍ରବଳ ବର୍ଷାରେ...

heavy-rain
୧୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ୱେଲମାର୍କ ଲୋ ପ୍ରେସର୍ ଦୁର୍ବଳ ହୋଇଛି। ଏହା ଉତ୍ତର ଉପକୂଳ ଓଡ଼ିଶାରେ କେନ୍ଦ୍ରୀଭୂତ ହୋଇଥିଲେ ମଧ୍ୟ ଦୁର୍ବଳ ହୋଇଥିବାରୁ ବର୍ଷା କମିଛି। ତେବେ ମୌସୁମୀ ପ୍ରଭାବରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି। ବିଶେଷ କରି ଉତ୍ତର ଓଡ଼ିଶା ଓ...

medical
ଅଜଣା ରୋଗରେ ଦୁଇ ମୃତ, ଆଠ ଜଣ ଆକ୍ରାନ୍ତ

ବାଲେଶ୍ୱର: ଭୋଗରାଇ ବ୍ଲକ୍ ନିମାତଗୁର ଗାଁରେ ଅଜଣା ରୋଗର ଆତଙ୍କ ଖେଳିଯାଇଛି। ଏଥିରେ ୮ ଜଣ ଆକ୍ରାନ୍ତ ହୋଇଛନ୍ତି ଓ ସମସ୍ତଙ୍କର ଭୀଷଣ ଜ୍ୱର ଓ ପେଟ ବ୍ୟଥାର ଲକ୍ଷଣ ଦେଖାଦେଇଛି। ସମସ୍ତ ଆକ୍ରାନ୍ତ ଗୋଆରେ ଏକ ରେଷ୍ଟୁରାଣ୍ଟରେ କାମ କରୁଥିଲେ। ସୂଚନା ମୁତାବକ, ପୂର୍ବରୁ ଗାଁର ଦୁଇ...

puri image
ଶ୍ରୀକ୍ଷେତ୍ରରେ ଆଜିଠାରୁ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢ଼ା

ପୁରୀ: ଶ୍ରୀକ୍ଷେତ୍ରରେ ଆଜିଠାରୁ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢ଼ା। ଶ୍ରୀଜୀଉ ରଥ ଉପରୁ ଜନ୍ମବେଦୀକୁ ବିଜେ କରିଛନ୍ତି। ଆଜିଠୁ ଜନ୍ମବେଦୀରେ ଦର୍ଶନ ପାଇଁ ଲାଗିବ ଭକ୍ତଙ୍କ ଗହଳି ଚହଳି। ଶରଧାବାଲିରେ ରହିଥିବା ତିନି ରଥରୁ ଗତକାଲି ଶ୍ରୀଜୀଉମାନଙ୍କୁ ଗୋଟି ପହଣ୍ଡିରେ ଗୁଣ୍ଡିଚା ମନ୍ଦିର ସ୍ଥିତ ଆଡ଼ପ ବେଦୀକୁ ନିଆଯାଇଥିଲା।...

parliament
କାଲିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ମୌସୁମୀ ବର୍ଷାକୁ ନେଇ ପରିବେଶ ସିନା ଥଣ୍ଡା ହୋଇଛି। ହେଲେ ସଂସଦରେ ବୋହିପାରେ ଗରମ ହାଓ୍ୱା। କାରଣ ବିରୋଧୀଙ୍କ ହାତରେ ପ୍ରସଙ୍ଗର ଲମ୍ବା ତାଲିକା ରହିଛି। ଖାସ୍ କରି ଦଳିତ ଓ ସଂଖ୍ୟାଲଘୁଙ୍କ ଉପରେ ଅାକ୍ରମଣ ପ୍ରସଙ୍ଗକୁ ଅସ୍ତ୍ର କରି ମୋଦି ସରକାରକୁ ଘେରିବାକୁ ସଜ ହୋଇଛନ୍ତି...

Naveen Patnaik
ସରକାରଙ୍କୁ କୋଣାର୍କ ଚିନ୍ତା, କେନ୍ଦ୍ରକୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ସରକାରଙ୍କୁ କୋଣାର୍କ ସ୍ଥିତ ସୂର୍ଯ୍ୟମନ୍ଦିରର ଚିନ୍ତା। ସୂର୍ଯ୍ୟମନ୍ଦିର ପରିସରରେ ବର୍ଷାଜଳ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିଛନ୍ତି। ନବୀନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ଚିଠି ଲେଖି ସାମାନ୍ୟ ବର୍ଷାରେ କୋଣାର୍କ ସୂର୍ଯ୍ୟମନ୍ଦିରର ପରିସର ଜଳପ୍ଲାବିତ ହେଉଥିବା କଥା ଜଣାଇଛନ୍ତି। ଏଥିସହ...

skill
ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ନେଇ ବିଜେଡି-ବିଜେପି ଛକାପଞ୍ଛା

ଭୁବନେଶ୍ୱର : ଯୁବପୀଢ଼ିଙ୍କୁ ଦରଦ ଦେଖାଇବା ପାଇଁ କେନ୍ଦ୍ର-ରାଜ୍ୟ ଭିତରେ ଟଣାଓଟରା। ଉଭୟଙ୍କ ଅସ୍ତ୍ର ଦକ୍ଷତା ବିକାଶ । ବେରୋଜଗାରଙ୍କୁ ସ୍ୱାବଲମ୍ବୀ କରିବା ପାଇଁ କେଉଁ ସରକାର କଣ କରିଛନ୍ତି ଓ ଭବିଷ୍ୟତ ପନ୍ଥା କଣ ତାକୁ ନେଇ ଚାଲିଛି ପ୍ରଚାରର ପ୍ରତିଯୋଗିତା । କେନ୍ଦ୍ରର କାର୍ଯ୍ୟକ୍ରମକୁ ରାଜ୍ୟ...