ଟିଟିଲାଗଡ଼: ସଇଁତଳା ବ୍ଲକ୍ ଘୁନସର ପ୍ରାଥମିକ ବିଦ୍ୟାଳୟର୨୫ରୁ ଅଧିକ ଛାତ୍ରଛାତ୍ରୀ କୃମି ଔଷଧ ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ସଇଁତଳା ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥାବସ୍ଥା ଅନୁଧ୍ୟାନ ପାଇଁ ପାଇଁ ଏକ ଡାକ୍ତରୀ ଟିମ୍ ଘଟଣାସ୍ଥଳକୁ ଯାଉଛନ୍ତି।
ନୂଆଦିଲ୍ଲୀ: ବିଜୟ ମାଲ୍ୟା ଓ ନିରବ ମୋଦିଙ୍କ ପରେ ଦେଶ ଛାଡ଼ି ଫେରାର ହେଲେ ଆଉ ଜଣେ ବ୍ୟବସାୟୀ। ବ୍ୟାଙ୍କ୍ରୁ କୋଟି କୋଟି ଟଙ୍କା ଠକି ଦେଶ ଛାଡ଼ି ଫେରାର୍ ହୋଇଯାଇଥିବା ବ୍ୟବସାୟୀଙ୍କ ମଧ୍ୟରେ ନିତିନ୍ ସନ୍ଦେସରାଙ୍କ ନାଁ ସାମିଲ୍ ହୋଇଛି। ସେ ଷ୍ଟର୍ଲିଂ ବାୟୋଟିକ୍ର ମାଲିକ। ବ୍ୟାଙ୍କରୁ...
ମୁମ୍ବାଇ: ଶିଳ୍ପା ସେଟ୍ଟୀ ସିଡନୀରୁ ମେଲବୋର୍ଣ୍ଣ ଯାତ୍ରା କରୁଥିବା ସମୟରେ ବର୍ଣ୍ଣବୈଷମ୍ୟର ଶିକାର ହୋଇଛନ୍ତି। ଏହାର ପୂରା ଘଟଣାକ୍ରମ ସେ ସୋଶାଲ ସାଇଟ୍ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ସହ ଖରାପ ବ୍ୟବହାର କରାଯାଇଥିଲା। କେବଳ ଏହା ମଧ୍ୟ ନୁହେଁ ତାଙ୍କୁ ବର୍ଣ୍ଣବୈଷମ୍ୟର ମଧ୍ୟ...
ଭୁବନେଶ୍ୱର: ପୁରୀରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ। କିଛି ସମୟ ତଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ପୁରୀ ଯାଇଥିଲେ ଶାହ। ଅଠରନଳାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ପୁରୀ ଶରଧାବାଲିରେ ଅାଜିଠାରୁ ଅାରମ୍ଭ ହେଉଥିବା ଦୁଇ ଦିନିଅା ବିଜେପି ମହିଳା ମୋର୍ଚ୍ଚାର...
ନୁଆଦିଲ୍ଲୀ: ପୁଣି ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ ହୋଇଛି। ମହାରାଷ୍ଟ୍ରର କିଛି ସହରରେ ପେଟ୍ରୋଲ ଦର ଲିଟର ପ୍ରତି ୯୧ଟଙ୍କାରେ ପହଞ୍ଚି ଥିବାବେଳେ ମୁମ୍ବାଇରେ ୯୦ଟଙ୍କାରେ ପହଞ୍ଚିଥିବା ଜଣାପଡ଼ିଛି। ଦେଶର ୪ଟି ସହରରେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହୋଇଛି। ଆଜି ଦିଲ୍ଲୀରେ ପେଟ୍ରୋଲ...
ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଟିକାୟତପଲ୍ଲୀ ଥାନା ଅନ୍ତର୍ଗତ ଚିକଟନାଳି ଗାଁରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ବିନତି ଓରାମ। ତାଙ୍କ ସ୍ୱାମୀଙ୍କ ନାଁ ଗାନ୍ଦୁର ଓରାମ। ପୁଲିସ୍ ଗାନ୍ଦୁରଙ୍କୁ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା...
ବାଲେଶ୍ୱର: ଦୁଃଖ ଦେଇଗଲା ଘୂର୍ଣ୍ଣିବାତ୍ୟା ‘ଡାଏ’। ଏହାର ପ୍ରଭାବରେ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଓ ମାଲକାନଗିରି ଅଞ୍ଚଳରେ ଲୋକେ ଏବେ ବି ଜଳବନ୍ଦୀ ଅବସ୍ଥାରେ ଦିନ କାଟୁଛନ୍ତି। ବନ୍ୟା ପାଣି ଘେରରେ ବାଲେଶ୍ୱର ଜିଲ୍ଲା ରେମୁଣା ନିର୍ବାଚନମଣ୍ଡଳୀର ବଡପାଳ, କଲ୍ୟାଣପୁର ଆଦି ପଞ୍ଚାୟତର ଲୋକେ। ସେହିପରି ବଡ଼ସାହି...
ମୁମ୍ବାଇ: କମେଡିଆନ୍ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଉଭୟ ଡେଙ୍ଗୁ ଜ୍ୱରରେ ପୀଡ଼ିତ ହୋଇଥିବା ଜଣାପଡ଼ିଛି। ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେମାନଙ୍କୁ ମୁମ୍ୱାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ କିଛି ଦିନ ହେବ ଭାରତୀ ଓ ହର୍ଷଙ୍କ ସ୍ୱାସ୍ଥ୍ୟାବସ୍ଥା...
ନୂଆଦିଲ୍ଲୀ: ବନ୍ୟା ଜଳରେ ଭାସିଗଲା ଟୁରିଷ୍ଟ୍ ବସ୍। ହିମାଚଳ ପ୍ରଦେଶ ମନାଲିରେ ଏପରିକି ଏକ ଘଟଣା ଦେଖିବାକୁ ମିଳିଛି। ତେବେ ବସ୍ରେ କେହି ଲୋକ ନଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଟୁରିଷ୍ଟ୍ ବସ୍ଟି ବିସ୍ ନଦୀର ବନ୍ୟା ଜଳରେ ଭାସି ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଏହି...
ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ବ୍ଲକ୍ ଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଚଳାଇଥିବା ଆନ୍ଦୋଳନ ଆଜି ୪୦ଦିନରେ ପହଞ୍ଚିଛି। ଆଜିଠାରୁ ଶିକ୍ଷକମାନେ ସ୍କୁଲ୍ରେ କଳାବ୍ୟାଜ୍ ପିନ୍ଧି ଶିକ୍ଷାଦାନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ସେହିପରି ଜିଲ୍ଲାଓ୍ୱାରୀ ପାଳି କରି ଭୁବନେଶ୍ୱର ଲୋୟର ପିଏମ୍ଜିରେ ଆନ୍ଦୋଳନକାରୀ ଶିକ୍ଷକ ବିକ୍ଷୋଭ...
ଆନନ୍ଦପୁର: ଓଲଟି ପଡ଼ିଲା ଚୋରା କାଠ ବୋଝେଇ ବୋଲେରୋ। କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେଏକ ଚୋରା କାଠ ବୋଝେଇ ବୋଲେରୋ ଓଲଟି ପଡ଼ିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୃ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଥିବା ବ୍ୟକ୍ତିଙ୍କୁ ଆନନ୍ଦପୁର...
ଭୁବନେଶ୍ୱର: ବିଜେଡିରୁ ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ବହିଷ୍କାର ପରେ ଦଳକୁ ଏବେ ଘାରିଛି ପାରାଦୀପ ନିର୍ବାଚନ ମଣ୍ଡଳୀ ଚିନ୍ତା। ଏଠାରେ ବିଜେଡିର ସ୍ଥିତି ଜାହିର କରିବା ପାଇଁ ପାରାଦୀପ, କୁଜଙ୍ଗ, ତିର୍ତ୍ତୋଲ ଆଦି ବ୍ଲକର କର୍ମୀ ଓ ନେତାଙ୍କୁ ନେଇ ଭୁବନେଶ୍ୱରରେ ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଗତକାଲି...