• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

dead body
ରେଙ୍ଗାଳି କେନାଲ୍‌ରୁ ମିଳିଲା ମୃତଦେହ

ଢେଙ୍କାନାଳ: କେନାଲ୍‌ରୁ ମୃତଦେହ ଉଦ୍ଧାର। ଢେଙ୍କାନାଳ ଜିଲ୍ଲା ସଦର ଥାନା ଅର୍ନ୍ତଗତ ପଦ୍ମନାଭପୁର ନିକଟରେ ରେଙ୍ଗାଳି ଡ୍ୟାମ୍‌ର ବାମ କେନାଲ୍‌ରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳୁ ସ୍ଥାନୀୟ ଲୋକେ କେନାଲ୍‌ରେ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ପୁଲିସ୍‌କୁ ଖବର ଦେଇଥିଲେ। ଘଟଣାସ୍ଥଳରେ...

simran
ହାଜର ହେଲେନି ଆଲ୍‌ବମ୍‌ ଅଭିନେତ୍ରୀ ସିମ୍‌ରନ୍‌ଙ୍କ ଶାଶୂ ଘର ଲୋକ, ଘରେ ଲାଗିଲା ଲଟ୍‌କା

ସମ୍ବଲପୁର: ସମ୍ୱଲପୁରୀ ଆଲ୍‌ବମ୍‌ ଅଭିନେତ୍ରୀ ସିମ୍‌ରନ୍‌ ମୃତ୍ୟୁ ମାମଲାରେ ପୁଲିସ୍‌ ଖୋଳତାଡ଼ ଜୋରଦାର କରିଛି। ସିମ୍‌ରନ୍‌ଙ୍କ ଶାଶୂ ଘରେ ବୁର୍ଲା ପୁଲିସ୍‌ ଲଟ୍‌କା ଲଗାଇଛି। ସିମ୍‌ରନ୍‌ଙ୍କ ଶାଶୂ ଘର ଲୋକଙ୍କୁ ପୁଲିସ୍‌ ନୋଟିସ୍‌ କରିଥିଲା। ତେବେ ଏହା ସତ୍ତ୍ୱେ ସେମାନେ ପୁଲିସ୍‌ ନିକଟରେ ହାଜର ହୋଇନଥିଲେ। ଫଳରେ ବଲାଙ୍ଗିର...

nayagarh
ମାନସିକ ବିକୃତ ଯୁବକର ପଥରମାଡ଼ରେ ୨ଜଣଙ୍କ ମୃତ୍ୟୁ

ନୟାଗଡ଼: ମାନସିକ ବିକୃତ ଯୁବକର ଉନ୍ମତ୍ତକାଣ୍ଡ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବଜାରରେ ମାନସିକ ଭାରସାମ୍ୟ ହରାଇଥିବା ଜଣେ ଯୁବକର ପଥରମାଡ଼ରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିସହ ଯୁବକଙ୍କ ପଥର ମାଡ଼ରେ ଓଡ଼ଗାଁ ଥାନା ଆଇଆଇସିଙ୍କ ସମେତ ୩ରୁ ଅଧିକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଆଜି...

pm modi..
ବଲାଙ୍ଗିରରେ ବି ରାଜ୍ୟ ସରକାରଙ୍କୁ ନରମ ସ୍ୱରରେ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି

ବଲାଙ୍ଗିର: ବାରିପଦା ପରି ବଲାଙ୍ଗିରରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱର ନରମ। ରାଜ୍ୟ ସରକାର ଓ ବିଜେଡି ପ୍ରତି ତାଙ୍କ ଆଭିମୁଖ୍ୟ ଅପେକ୍ଷାକୃତ ଭାବେ ନରମ ରହିଛି। ବିଜେପି ଦ୍ୱାରା ଆୟୋଜିତ ଜବାବ ମାଗୁଛି ଓଡ଼ିଶା ସମାବେଶରେ ଯୋଗ ଦେଇ ମୋଦି କହିଛନ୍ତି, ଗତ ଥରର କେନ୍ଦ୍ର...

Arun Jaitley
ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଅରୁଣ ଜେଟ୍‌ଲୀ ଆମେରିକା ଗସ୍ତ କରିଥିବା ସୂଚନା

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ହଠାତ୍‌ ଆମେରିକା ଗସ୍ତ କରିଥିବା ସୂଚନା ମିଳିଛି। ଗତବର୍ଷ ମେ’ ୧୪ ତାରିଖରେ ତାଙ୍କର ରିନାଲ୍‌ ଟ୍ରାନ୍ସପ୍ଲାଣ୍ଟ୍‌ ସର୍ଜରୀ ହୋଇଥିଲା। ଗତ ୯ମାସ ହେବ ସେ ବିଦେଶ ଗସ୍ତ କରିନଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ମେଡିକାଲ୍‌ ଚେକ୍‌ ଅପ୍‌...

pm modi
ଓଡ଼ିଶାରେ ୧୫୪୫ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି

ବଲାଙ୍ଗିର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଲାଙ୍ଗିରରେ ପ୍ରାୟ ୧୫୪୫ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଆଜି ସକାଳେ ପ୍ରଧାନମନ୍ତ୍ରୀ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ବଲାଙ୍ଗିରରେ ପହଞ୍ଚିଥିଲେ। ବଲାଙ୍ଗିର ରେଳଷ୍ଟେସନ୍‌ ନିକଟରେ ଥିବା ପଡ଼ିଆରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ...

accident
ଓଲଟି ପଡ଼ିଲା କୁକୁଡ଼ା ବୋଝେଇ ମିନି ଟ୍ରକ୍‌

ଗଜପତି: ଓଲଟି ପଡ଼ିଲା କୁକୁଡ଼ା ବୋଝେଇ ଟ୍ରକ୍‌। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ରାମଗଡ଼ ନିକଟସ୍ଥ କେନ୍ଦୁଘାଟିରେ ଆଜି ଭୋରରେ ଏକ କୁକୁଡ଼ା ବୋଝେଇ ମିନି ଟ୍ରକ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ଦୁଇ ଶହରୁ ଊର୍ଦ୍ଧ୍ୱ କୁକୁଡ଼ା ମରିଯାଇଛନ୍ତି। ତେବେ ଗାଡ଼ି ଡ୍ରାଇଭର ସାମାନ୍ୟ...

fire
ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୨୫ ବଖରା ଘର

ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୨୫ ବଖରା ଘର। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ୍ ଅନ୍ତର୍ଗତ ଗୁହାଳିଆ ରାଉତସାହିରେ ଭୟାବହ ଅଗ୍ନିକାଣ୍ଡରେ ୧୭ଟି ପରିବାରର ୨୫ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଏହାସହ ଦୁଇଟି ଗାଈ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୩ଟି ବାଇକ୍ ଓ...

accident
ଦୋକାନ ଉପରେ ମାଡ଼ିଗଲା ଟୁରିଷ୍ଟ୍‌ ବସ୍‌

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଟାକରା ନିକଟରେ ଏକ ଟୁରିଷ୍ଟ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଆହତଙ୍କୁ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍‌ରେ ୬୦ରୁ ୭୦ଜଣ ଯାତ୍ରୀ...

representational image
ପୁଣି ଜଣେ ନାବାଳିକା ଗର୍ଭବତୀ ହୋଇଥିବା ଅଭିଯୋଗ

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ଏକ ସେବାଶ୍ରମରେ ଗତକାଲି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଶିଶୁକନ୍ୟା ପ୍ରସବ ଘଟଣାକୁ ନେଇ ଉତ୍ତେଜନା ଥମି ନଥିବାବେଳେ ପୁଣି ଜିଲ୍ଲାରେ ଜଣେ ନାବାଳିକା ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି। ଜି. ଉଦୟଗିରି ଆଦର୍ଶ ଥାନାରେ ଏନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ଅଭିଯୁକ୍ତ...

representational image
ସ୍କୁଲ ଛାତ୍ରୀଙ୍କ ସନ୍ତାନ ପ୍ରସବ ଘଟଣା: ଆଖି ବୁଜିଲା ନବଜାତ ଶିଶୁ

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ଏକ ସେବାଶ୍ରମରେ ଗତକାଲି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଶିଶୁକନ୍ୟା ପ୍ରସବ କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବ୍ରହ୍ମପୁର MKCG ମେଡିକାଲ୍‌ରେ ନବଜାତ ଶିଶୁର ଚିକିତ୍ସା ଚାଲିଥିଲା। ସେପଟେ ନାବାଳିକା ଛାତ୍ରୀଙ୍କ ପ୍ରସବ ଘଟଣାରେ...

jagannath temple
ବ୍ରହ୍ମ ବିଭ୍ରାଟ ଘଟଣାରେ ପୁଣି ୯ ସେବାୟତଙ୍କୁ ନୋଟିସ ଜାରି

ପୁରୀ: ଶ୍ରୀଜିଉଙ୍କ ନବକଳେବରରେ ବ୍ରହ୍ମବିଭ୍ରାଟ ଘଟଣାରେ ୮ଜଣ ଦଇତାପତି ଓ ଜଣେ ମହାରଣା ସେବାୟତଙ୍କୁ ପୁଣି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି। ଆସନ୍ତା ୧୫ ଦିନ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତର ସନ୍ତୋଷଜନକ ନହେଲେ ସେବାୟତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ...

Schoolgirl Delivers Baby
ସ୍କୁଲ ଛାତ୍ରୀଙ୍କ ସନ୍ତାନ ପ୍ରସବ ଘଟଣାରେ ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଶିଶୁକନ୍ୟା ପ୍ରସବ ଘଟଣାରେ ପ୍ରଧାନଶିକ୍ଷୟିତ୍ରୀ ରାଧାରାଣୀ ଦଳେଇଙ୍କୁ ନିଲମ୍ବନ କରାଯାଇଛି।  ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗତକାଲି ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ। ଏହି ଘଟଣାରେ ଆଗରୁ ଆବାସିକ ସ୍କୁଲର ୩ ଆସିଷ୍ଟାଣ୍ଟ୍‌ ସୁପରିଣ୍ଟେଣ୍ଡେଣ୍ଟ, ଜଣେ ଏଏନ୍ଏମ୍, ୨...

anganwadi
‘ରାଜ୍ୟ ସରକାର ମିଥ୍ୟାବାଦୀ ସରକାର, ଆମକୁ ଭୁଆଁ ବୁଲାଉଛନ୍ତି’

ବ୍ରହ୍ମପୁର: ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି ଘୋଷଣାକୁ ନେଇ ଅଲ୍ ଓଡ଼ିଶା ଅଙ୍ଗନବାଡି ଲେଡିଜ୍ ୱାର୍କର୍ସ ଆସୋସିଏସନ୍‌ର ଗଞ୍ଜାମ ଜିଲ୍ଲା ଶାଖା ସାଂଘାତିକ ଅଭିଯୋଗ ଆଣିଛି। ରାଜ୍ୟ ସରକାରଙ୍କ ଦରମା ବୃଦ୍ଧି ଘୋଷଣାକୁ ମିଥ୍ୟା ବୋଲି ସଂଘ ଅଭିଯୋଗ କରିଛି। ଗତ ୧୨ ତାରିଖରେ ରାଜ୍ୟ ସରକାର ଘୋଷଣା...

dharmendra pradhan
ମହିଳାଙ୍କ ସମ୍ମାନ କଥା ବାରମ୍ବାର କହୁଥିବା ମୁଖ୍ୟମନ୍ତ୍ରୀ ଏବେ କଣ କହିବେ ‘ଆପଣ ମାନେ ଖୁସି ତ’?: ଧର୍ମେନ୍ଦ୍ର

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ସନ୍ତାନ ପ୍ରସବ ଘଟଣାରେ ଟ୍ୱିଟ୍ ଜରିଆରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଛାତ୍ରୀ ଗର୍ଭବତୀ ହେବା ଓ କର୍ତ୍ତୃପକ୍ଷ ଚୁପ୍‌ ରହିବା ଘୋର୍ ଚିନ୍ତାର ବିଷୟ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଦାରିଙ୍ଗବାଡି ଠାରେ ଆଦିବାସୀ...

elephant
ଜଙ୍ଗଲ ଭିତରେ ଗଜରାଜଙ୍କ ଚିକିତ୍ସା

ଭୁବନେଶ୍ୱର: ଜଙ୍ଗଲ ଭିତରେ ହାତୀର ଚିକିତ୍ସା। ସେ ପୁଣି ଜଙ୍ଗଲୀ ହାତୀର। ଦୀର୍ଘଦିନ ଧରି ଅସୁସ୍ଥ ହୋଇ ପଡ଼ିଥିବା ହାତୀକୁ ଚିକିତ୍ସା କରି ସୁସ୍ଥ କରିବାକୁ ବନବିଭାଗ କର୍ତ୍ତୃପକ୍ଷ ଉଦ୍ୟମ କରିଛନ୍ତି। ଆଠଗଡ଼ ଡିଭିଜନ୍ ନରସିଂହପୁର ରେଞ୍ଜ୍ ବାଲିକିଆରି ସଂରକ୍ଷିତ ଜଙ୍ଗଲ ପରିସରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।...

vlcsnap-error544
ଆଜି ପବିତ୍ର ମକର ସଂକ୍ରାନ୍ତି

ଭୁବନେଶ୍ୱର: ଆଜି ପବିତ୍ର ମକର ସଂକ୍ରାନ୍ତି। କୃଷି ଭିତ୍ତିକ ଏହି ପର୍ବକୁ ନେଇ ଚାରିଆଡ଼େ ଉତ୍ସବ ମୁଖର। ଆଜିର ଦିନରେ ଘରେ ଘରେ ମକର ଚାଉଳ ସାଙ୍ଗକୁ ପିଠାପଣା ପ୍ରସ୍ତୁତ କରାଯାଇଥାଏ। ମକର ସଂକ୍ରାନ୍ତିରେ ପୁରୀରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ। ଆଜି ମକର ବେଶରେ...

acp nikita
ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ନୂଆ ଟ୍ୱିଷ୍ଟ୍‌

କଟକ: ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ ନିକିତାଙ୍କ ମୃତ୍ୟୁ ଘଟଣାରେ ଆଜି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ନିକିତାଙ୍କ ନଣନ୍ଦ ସୋନମ୍ ସାହୁ କହିଛନ୍ତି, ଘଟଣା ସମୟରେ ନିକିତା ଓ ଲିପନଙ୍କ ବ୍ୟତୀତ ନିକିତାଙ୍କ ବାପା ଓ ଭାଇ ମଧ୍ୟ ଛାତ ଉପରେ ଉପସ୍ଥିତ ଥିଲେ। ଛାତରୁ...

odia labour death
ତେଲେଙ୍ଗାନାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ତେଲେଙ୍ଗାନା: ତେଲେଙ୍ଗାନା କରିମ୍ ନଗରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ। ମୃତ ଶ୍ରମିକଙ୍କ ନାଁ ମନୋରଞ୍ଜନ ମହାପାତ୍ର। ବାଲେଶ୍ୱର ଜିଲ୍ଲା ନୀଳଗିରି ନରସିଂହପୁରରେ ତାଙ୍କ ଘର ବୋଲି ଜଣାପଡ଼ିଛି। କରିମ ନଗରରେ ଏକ ଗ୍ରାନାଇଟ୍ ଫ୍ୟାକ୍ଟ୍ରିର୍‌ରେ ମନୋରଞ୍ଜନ କାମ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। ମନୋରଞ୍ଜନଙ୍କ ମୃତଦେହ ଆଜି...

representational image
ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ

ବାଲେଶ୍ୱର: ବିଳମ୍ବରେ ଆମ୍ବୁଲାନ୍ସ ଆସିବାରୁ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ନୀଳଗିରି ଟାଆଁସ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଗର୍ଭବତୀଙ୍କ ନାଁ ବାସନ୍ତୀ ନାୟକ। ସୂଚନା ଅନୁସାରେ, ଟାଆଁସ ଗାଁର ସଞ୍ଜୟ ନାୟକଙ୍କ ସ୍ତ୍ରୀ ବାସନ୍ତୀ ନାୟକଙ୍କ ପ୍ରସବ ଯନ୍ତ୍ରଣା ହେବାରୁ...