• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

fog
ସାରା ରାଜ୍ୟରେ ଘନ କୁହୁଡ଼ିର ଆସ୍ତରଣ; ୧୨ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା, ସବୁଠି ଏବେ ଘନ କୁହୁଡ଼ିର ଆସ୍ତରଣ। ସାରା ରାଜ୍ୟ ଯେପରି ଏବେ କୁହୁଡ଼ି ଭିତରେ ଘୋଡ଼େଇ ହୋଇ ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୨୫ ତାରିଖ ଯାଏ ସମାନ ପରିସ୍ଥିତି ଲାଗି ରହିବ। ଆଜି...

accident
ରାସ୍ତା ତଳକୁ ଖସିଗଲା ଯାତ୍ରୀବାହୀ ବସ୍‌

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଜନଗରରୁ ପୁରୀ ଯାଉଥିବାବେଳେ ଦ୍ୱିବେଦୀ ନାମକ ଏକ ଯାତ୍ରୀବାହୀ ବସ୍‌ ଆଜି ସକାଳେ ଗୋପାଳପୁର ବଜାରର ନିକଟରେ ଘନ କୁହୁଡ଼ି ଯୋଗୁଁ ରାସ୍ତା ତଳକୁ ଖସି ଯାଇଥିବା ଜଣାପଡ଼ିଛି। ବସ୍‌ଟି ବାମ ପଟକୁ ସାଇଡ୍‌...

ll
ଋଣ କରି ଘିଅ ପିଉଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର : ନିର୍ବାଚନ ବର୍ଷରେ ଋଣ କରି ସରକାରଙ୍କ ଯୋଜନା ଭେଟି। ଗୋଟିଏ ପରେ ଗୋଟିଏ ଯୋଜନା ଘୋଷଣା କରି ଚାଲିଛନ୍ତି ରାଜ୍ୟ ସରକାର। ରାଜ୍ୟର ଋଣ ବୋଝ ୯୧ ହଜାର ୯୪୩ କୋଟି ଟପିଥିବା ବେଳେ ମୁଣ୍ଡପିଛା ଋଣଭାର ୨୩ ହଜାର ଟଙ୍କାରେ ପହଞ୍ଚିଛି। ଏଭଳି ସ୍ଥିତିରେ...

naveen niwas
ଓଟିଭିକୁ ନବୀନ ନିବାସ ଭିତରକୁ ବାରଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ NBAର ଚିଠି

ଭୁବନେଶ୍ୱର : ଓଟିଭିକୁ ନବୀନ ନିବାସ ବାରଣ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛି ନ୍ୟୁଜ୍ ବ୍ରଡକାଷ୍ଟର୍ସ ଆସୋସିଏସନ(NBA)। ଗଣତାନ୍ତ୍ରିକ ବ୍ୟବସ୍ଥା ଚାଲୁ ରଖିବା ଓ ଲୋକଙ୍କୁ ସୂଚନା ପ୍ରଦାନ କ୍ଷେତ୍ରରେ ମିଡିଆର ଭୂମିକା ଅପରିହାର୍ଯ୍ୟ ବୋଲି ଏଥିରେ କୁହାଯାଇଛି। ସେ ଦୃଷ୍ଟିରୁ ଗଣମାଧ୍ୟମର ଅଧିକାର...

train
ରାଜଧାନୀ ଏକ୍ସପ୍ରେସ୍‌ରେ ଲାଗିଗଲା ନିଆଁ

ରାଉରକେଲା: ରାଜଧାନୀ ଏକ୍ସପ୍ରେସ୍‌ରେ ଲାଗିଗଲା ନିଆଁ। ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ରାଜଧାନୀ ଏକ୍ସପ୍ରେସ୍‌ ଟ୍ରେନ୍‌ ନମ୍ବର ୨୦୮୧୮ରେ ଆଜି ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ତେବେ ଟ୍ରେନ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଅନ୍ୟପଟେ, ନିଆଁକୁ ଆୟତ୍ତ କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା...

front
ଓଡ଼ିଶା ରାଜନୀତିରେ ନୂଆ ସାମ୍ମୁଖ୍ୟର ଅଭ୍ୟୁଦୟ; ଗଠନ ହେଲା ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ନୂଆ ସାମ୍ମୁଖ୍ୟର ଅଭ୍ୟୁଦୟ। ଗଠନ ହେଲା ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ। ଆଗାମୀ ସାଧାରଣ ନିର୍ବାଚନରେ ବିଜେଡିକୁ ଟକ୍କର ଦେବାକୁ ଓଡ଼ିଶା ଗଣତାନ୍ତ୍ରିକ ସାମୁଖ୍ୟ ଗଠନ ହୋଇଛି।  ସମତାକ୍ରାନ୍ତି ଦଳ ଓ ଉତ୍କଳ ଭାରତ ମିଶି ଏହି ସାମୁଖ୍ୟ ଗଠନ କରିଛନ୍ତି। ସମତାକ୍ରାନ୍ତି ଆବାହକ ବ୍ରଜ...

pranay sahu
କଂଗ୍ରେସ ଛାଡ଼ିଲେ ବରିଷ୍ଠ ନେତା ପ୍ରଣୟ ସାହୁ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସକୁ ପୁଣି ଆଉ ଏକ ଝଟ୍‌କା ଲାଗିଛି। ବରଗଡ଼ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ପ୍ରଣୟ ସାହୁ ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତିଙ୍କୁ ପଠାଇ ଦେଇଛନ୍ତି। ଗତ ବର୍ଷ ହୋଇଥିବା ବିଜେପୁର ଉପ-ନିର୍ବାଚନରେ ପ୍ରଣୟ କଂଗ୍ରେସ ଦଳରୁ ପ୍ରାର୍ଥୀ ଭାବେ...

cold
୧୦ ଡିଗ୍ରୀ ତଳେ ରାଜ୍ୟରେ ୬ଟି ସହରର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଶୀତର ଲହରୀ ଜାରି ରହିଥିବା ବେଳେ ଆଜି ୬ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଫୁଲବାଣୀରେ ସବୁଠୁ ଅଧିକ ଶୀତ ହେଉଛି। ଫୁଲବାଣୀରେ ଆଜି ସର୍ବନିମ୍ନ ତାପମାତ୍ରା ୭.୩ ଡଗ୍ରୀ ରେକର୍ଡ କରାଯାଇଛି। ସେହିପରି ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୮.୬ ଡିଗ୍ରୀ ରହିଥିବା...

pipe line
ପାଇପ୍‌ ଲାଇନ୍‌ କାଟିଲେ ମାଓବାଦୀ

ମାଲକାନଗିରି: ପାଇପ୍‌ ଲାଇନ୍‌ କାଟିଲେ ମାଓବାଦୀ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ ରାଲେଗଡ଼ ପଞ୍ଚାୟତ ଦିଘାଜାନବାଇ ଗାଁ ନିକଟରେ ଥିବା ଏସ୍ସାର୍‌ କମ୍ପାନୀର ପାଇପ୍‌ ଲାଇନ୍‌କୁ ମାଓବାଦୀମାନେ କାଟିଥିବା ଜଣାପଡ଼ିଛି। ଗତ ଶନିବାର ଏହି ପାଇପ୍‌ ଲାଇନ୍‌ କଟାଯାଇଥିବା କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି। ଫଳରେ ଛତିଶଗଡ଼ରୁ ଆନ୍ଧ୍ରପ୍ରଦେଶ...

bjp
ବିଜେପିରେ ଯୋଗ ଦେଲେ ମହିଳା କଂଗ୍ରେସର ପୂର୍ବତନ ଉପସଭାନେତ୍ରୀ ଜୟଶ୍ରୀ ପଟ୍ଟନାୟକ

ଭୁବନେଶ୍ୱର: ବିଜେପିରେ ଯୋଗଦେଲେ ମହିଳା କଂଗ୍ରେସର ପୂର୍ବତନ ଉପସଭାନେତ୍ରୀ ଜୟଶ୍ରୀ ପଟ୍ଟନାୟକ। କଂଗ୍ରେସରୁ ଇସ୍ତଫା ଦେବା ପରେ ଜୟଶ୍ରୀ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ମିଶିଥିବା କହିଛନ୍ତି। ତାଙ୍କ ସହ ଖୋର୍ଦ୍ଧା ଜିଲ୍ଲାର କିଛି...

ambulance accident
ନୟାଗଡ଼ରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ନୟାଗଡ଼: ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଡ୍ୟାମ୍‌ ଛକ ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ଆମ୍ବୁଲାନ୍ସଟି ରୋଗୀ ଆଣିବାକୁ ଯାଉଥିବା ବେଳେ...

kumbh mela
ସାହି ସ୍ନାନ ଅବସରରେ କୁମ୍ଭ ମେଳାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ସାଧୁସନ୍ଥ

ପ୍ରୟାଗରାଜ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାରେ ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଆଜି ପୌଷ ପୂର୍ଣ୍ଣିମା ହୋଇଥିବାରୁ ସଙ୍ଗମ ସ୍ଥଳରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଆହୁରି ବଢ଼ିଛି। କୁମ୍ଭ ମେଳାରେ ଆଜି ଦ୍ୱିତୀୟ ଥର ପାଇଁ ସାହି ସ୍ନାନ ହୋଇଛି। ୮ଟି ସାହି ସ୍ନାନରୁ ଦ୍ୱିତୀୟ ସାହି...

women
ମାନବିକତା ଦେଖାଇଲେ ମହିଳା ସରପଞ୍ଚ

ବାଲେଶ୍ୱର: ପୂର୍ବତନ ସରପଞ୍ଚଙ୍କ ଚିକିତ୍ସା ପାଇଁ ସାହି ସାହି ବୁଲି ଅର୍ଥ ଯୋଗାଡ଼ କରୁଛନ୍ତି ବାଲେଶ୍ୱର ଜିଲ୍ଲା ଖଈରା ବ୍ଲକ କୁରୁଣ୍ଠା ପଞ୍ଚାୟତର ମହିଳା ସରପଞ୍ଚ ଦମୟିନ୍ତୀ ପଣ୍ଡା। ଗତ ପଞ୍ଚାୟତ ନିର୍ବାଚନରେ ଜିତି ସରପଞ୍ଚ ହୋଇଥିବା ଦମୟନ୍ତୀ ନିଜ ପ୍ରତିଦ୍ୱନ୍ଦ୍ୱୀ ଅକ୍ଷୟ ମହାପାତ୍ରଙ୍କ ଚିକିତ୍ସା ପାଇଁ ଏମିତି...

safala
ବାନ୍ଧବୀକୁ ହତ୍ୟାକଲା ବାନ୍ଧବୀ

ଭୁବନେଶ୍ୱର: ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ। ଭୁବନେଶ୍ୱର ଗୌରୀ ନଗର ଲେନ୍ ୫ରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା। ସେଠାରେ ନିଜ ବାନ୍ଧବୀଙ୍କୁ ହତ୍ୟା କଲେ ତାଙ୍କ ବାନ୍ଧବୀ। ଲିଙ୍ଗରାଜ ଥାନା ପୋଲିସ ଅଭିଯୁକ୍ତ ଯୁବତୀକୁ ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରିଛି। ଦୁଇ ବାନ୍ଧବୀ କୋଣାର୍କର ଅମିଶା...

national
ପାରାଦୀପ ସମୁଦ୍ରରେ ଚାଲିଛି 'ଡେ ଆଟ୍ ସି' କାର୍ଯ୍ୟକ୍ରମ

ପାରାଦୀପ: ପାରାଦୀପ ସମୁଦ୍ରରେ ଚାଲିଛି ‘ଡେ ଆଟ୍ ସି’ ଅର୍ଥାତ୍ ସମୁଦ୍ରରେ ଦିନଟିଏ କାର୍ଯ୍ୟକ୍ରମ। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଫେବ୍ରୁଆରୀ ୧ ତାରିଖରେ କୋଷ୍ଟଗାର୍ଡର ୪୩ତମ ରେଜିଂ ଡେ ପାଳନ ହେବାକୁ ଥିବାବେଳେ ଏହା ପୂର୍ବରୁ ପାରାଦୀପସ୍ଥିତ କୋଷ୍ଟଗାର୍ଡ...

drown
ସମୁଦ୍ରରେ ବୁଡ଼ିଗଲେ ୪ ଛାତ୍ର; ୨ ନିଖୋଜ, ୨ ଉଦ୍ଧାର

କୋଣାର୍କ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଜାହାନିଆ ପୀର ନିକଟରେ ଆଜି ଏକ ଅଘଟଣ ଘଟିଛି। ପିକ୍‌ନିକ୍‌ କରିବାକୁ ଯାଇଥିବା ବେଳେ ଚାରି ଜଣ ଛାତ୍ର ସମୁଦ୍ରରେ ବୁଡ଼ି ଯାଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଉଦ୍ଧାର କରାଯାଇଛି। ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଅନ୍ୟ ଦୁଇଜଣ...

congresss
କଂଗ୍ରେସରୁ ବହିଷ୍କୃତ ହେବା ପରେ ବିଷ ଓଗାଳିଲେ ଶ୍ରୀକାନ୍ତ ଜେନା

ଭୁବନେଶ୍ୱର: କଂଗ୍ରେସରୁ ବହିଷ୍କୃତ ହେବା ପରେ ବିଷ ଓଗାଳିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ଓଡ଼ିଶା  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ  କରି ସେ କହିଛନ୍ତି, କଂଗ୍ରେସ ସଭାପତି ଏଭଳି ଜଣେ ବ୍ୟକ୍ତିଙ୍କୁ ଦଳର ଦାୟିତ୍ୱ ଦେଇଛନ୍ତି ଯାହାଙ୍କୁ ହାଇକୋର୍ଟ  ଅଭ୍ୟାସଗତ ଲାଞ୍ଚ ପ୍ରଦାନକାରୀ ବ୍ୟକ୍ତି  କହିଛନ୍ତି।...

amit shah
ଏମ୍‌ସ୍‌ରୁ ଡିସ୍‌ଚାର୍ଜ ହେଲେ ଅମିତ ଶାହ

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଆଜି ଏମ୍‌ସ୍‌ରୁ ଡିସ୍‌ଚାର୍ଜ କରାଯାଇଛି। ସ୍ୱାଇନ୍‌ ଫ୍ଲୁ ପରି ଘାତକ ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଶାହଙ୍କୁ ଗତ ବୁଧବାର ଦିନ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥିତ ଏମ୍‌ସ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ହେବା ପରେ ତାଙ୍କୁ...

accident 1
ଅଟୋକୁ ଧକ୍କା ଦେଲା ଅଜଣା ଗାଡ଼ି; ୨ ମୃତ, ଜଣେ ଗୁରୁତର ଆହତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ କଣ୍ଡରା ଗାଁ ନିକଟରେ ଏକ ଅଜଣା ଗାଡ଼ି ଅଟୋକୁ ଧକ୍କା ଦେବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଜଣେ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ମୃତକମାନେ ହେଲେ ମିଥୁନ ନାଏକ ଓ ଜମ୍ବୁ ମହାକୁଡ଼। ଆହତ କୁଙ୍କୁଲି ମହାକୁଡ଼...