ଭୁବନେଶ୍ୱର: ଟ୍ରପ୍ ଲାଇନ୍ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡ଼ି ସହ ବର୍ଷା ସମ୍ଭାବନା। ବିଶେଷ କରି ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ଯାଏ ଏଭଳି ପାଗ ଲାଗି ରହିବ ବୋଲି...
ବାଲେଶ୍ୱର: ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍। ବାଲେଶ୍ୱର ଜିଲ୍ଲା ବାହାନାଗା ବ୍ଲକ୍ ଥାନା ଅନ୍ତର୍ଗତ ଆଳଦା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୧୦ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ବାହାନାଗା ବ୍ଲକ୍ ବରଜଦେଉଳିରୁ ବାଲେଶ୍ୱର ଅଭିମୁଖେ ଆସୁଥିବା ଝାଡ଼େଶ୍ୱର ବସ୍ ଭାରସାମ୍ୟ ହରାଇ ରାସ୍ତାର...
ବାରିପଦା/ବାଲେଶ୍ୱର: ବାରିପଦା ଓ ବାଲେଶ୍ୱରରେ ୪ଟି ଦୁର୍ଘଟଣା ଘଟି ୬ ଜଣଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳରେ ୩ଟି ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ଜଣଙ୍କ ମୃତ୍ୟୁ ଘଟିଛି। ଦୋହିକୋଟୀ ଛକ ନିକଟରେ ରାତି ପ୍ରାୟ ୧୨ଟାରେ ଏକ ବାଇକ୍ ଦୁର୍ଘଟଣାରେ...
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଦେବଗଡ଼, ଯାଜପୁର, ଭଦ୍ରକ, ବରଗଡ଼, ଅନୁଗୁଳ, ନୟାଗଡ଼, ବଲାଙ୍ଗିର, ବୌଦ୍ଧ, ସୋନପୁର, ନୂଆପଡ଼ା, ସୁନ୍ଦରଗଡ଼,...
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ପୁଣି ଏନ୍କାଉଣ୍ଟର। ପୁଲିସ୍ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଦେବୀ ପ୍ରସାଦ ଦାସ ଓରଫ ଲିଟୁ ଦାସ ଆହତ ହୋଇଛି। ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଲିଟୁକୁ ଗୁରୁତର ଅବସ୍ଥାରେ ପ୍ରଥମେ ମାର୍ଶାଘାଇର ଏକ ମେଡିକାଲ୍ ପରେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି...
ରାଉରକେଲା: ରାଉରକେଲାର ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟି ୭ ଜଣ ଗୁରୁତର ଆହତ ହୋଇଛନ୍ତି। ପାନପୋଷ ଛକ ସ୍ଥିତ ପଞ୍ଚମ ହୋଟେଲରେ ଆଜି ସକାଳେ ଏହି ଅଗ୍ନିକାଣ୍ଡ ଘଟିଛି। ପ୍ରଥମେ ଆହତଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ୍କୁ ଅଣାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ରାଉରକେଲା ଆଇଜିଏଚ୍କୁ ସ୍ଥାନାନ୍ତର କରାଯାଇଛି।...
ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ଗୋରଖପୁରରୁ କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ)ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଚାଷୀଙ୍କୁ ୩ଟି କିସ୍ତିରେ ବାର୍ଷିକ ୬୦୦୦ ଟଙ୍କା ସହାୟତା ମିଳିବ। ଏହାଦ୍ୱାରା ଚାଷୀମାନେ ଲାଭାନ୍ୱିତ ହେବେ ବୋଲି ପ୍ରଧାନମନ୍ତ୍ରୀ ମୋଦି...
କଟକ: କଟକ ବାରବାଟୀ ଷ୍ଟାଡିୟମ୍ର ସ୍ଥିତି ପରଖିଛନ୍ତି ବିସିସିଆଇ କାର୍ଯ୍ୟକାରୀ ସଭାପତି ସି.କେ ଖାନ୍ନା। ବାରବାଟୀର ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଦେଖି ସି.କେ ଖାନ୍ନା ପ୍ରଶଂସା କରିଛନ୍ତି। ତେବେ ପୁଲ୍ୱାମା ହମ୍ଲା ପରେ ବିଶ୍ୱକପ୍ରେ ଭାରତ, ପାକିସ୍ତାନ ସହ କ୍ରିକେଟ୍ ମ୍ୟାଚ୍ ନ ଖେଳିବା ଚର୍ଚ୍ଚା...
ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ବାଉଁଶପାଳ ଗାଁରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଏଥିସହ ନିଆଁରେ ପୋଡ଼ି ହୋଇ ଜଣେ ଯୁବତୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ଧରିତ୍ରୀ। ଉଦଳା ବାଉଁଶପାଳ ଗାଁରେ ଧରିତ୍ରୀଙ୍କ ଘର ବୋଲି...
ଭୁବନେଶ୍ୱର: ଟ୍ରପ୍ ଲାଇନ୍ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ଏହାସହ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ୩ ଦିନ ଯାଏ ଝଡ଼ତୋଫାନ ସହ ରାଜ୍ୟର...
ବ୍ରହ୍ମଗିରି: ପୁରୀ ଜିଲ୍ଲା ଚିଲିକା ଘାଟପେଣ୍ଠ ନିକଟରୁ ଏକ ବିରଳ ଇରାୱାଡ଼ି ଡଲଫିନ୍ର ମୃତଦେହ ମିଳିଛି। ମୃତ ଡଲଫିନ୍କୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି। ତେବେ ଡଲଫିନ୍ ମୃତ୍ୟୁର କାରଣ ଜଣାପଡିନାହିଁ। ଚଳିତ...
ଭୁବନେଶ୍ୱର: ଓଡିଶାରେ ୨୦ବର୍ଷର ଶାସନ ଭିତରେ ଚାଷୀଙ୍କ ଆୟ ଦ୍ୱିଗୁଣିତ ହେବାସହ ଖାଦ୍ୟ ସମସ୍ୟାର ସମାଧାନ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ କହିଛନ୍ତି। ୮୦ଲକ୍ଷ ଲୋକ ଦାରିଦ୍ର୍ୟ ସୀମାରେଖା ଉପରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ...
ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରର ହେବ ନବକଳେବର। ନୂଆ ଓ ପୁରୁଣା ଟର୍ମିନାଲ୍କୁ ସଂଯୋଗ କରିବ ଲିଙ୍କ୍ ବିଲ୍ଡିଂ। ଟି-ୱାନ୍ ଓ ଟି-ଟୁ ଟର୍ମିନାଲ ସହ ଟି-ଥ୍ରୀ ଟର୍ମିନାଲ୍ ନିର୍ମାଣ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। କଳାତ୍ମକ ସୌଧ ଭାବେ ପରିଚିତ ଘରୋଇ ଟର୍ମିନାଲ୍ ୱାନ୍, ଅନ୍ତର୍ଜାତୀୟ...
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଚାଲିଥିବା ଏରୋ ଇଣ୍ଡିଆ ଶୋ’ରେ ଜଳିଗଲା ୩୦୦ ଗାଡ଼ି। ଆଜି ଅପରାହ୍ନରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାର୍କିଂ ଲଟ୍ରେ ରଖାଯାଇଥିବା ଗାଡ଼ି ଗୁଡ଼ିକ ହଠାତ୍ ଜଳି ଯାଇଛି। ଫଳରେ ଉତ୍ତର ବେଙ୍ଗାଲୁରୁର ୟେଲାହଙ୍କା ଏୟାର ବେସ୍ର ଆକାଶ ପୂରା ଧୂଆଁମୟ ହୋଇଯାଇଥିବା ଦେଖିବାକୁ ମିଳିଛି।...
ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା। ଗତକାଲି ରାତିରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତତ୍କାଳ ୧୦୦ କମ୍ପାନୀ ଅର୍ଦ୍ଧସାମରିକ ବାହିନୀଙ୍କୁ ଜମ୍ମୁ-କଶ୍ମୀର ପଠାଇଛି। ଏହି ସୁରକ୍ଷାକର୍ମୀମାନେ ପୁଲିସ୍ ଓ ସେଠାରେ ଥିବା ଯବାନମାନଙ୍କ ସହ ମିଶି କାର୍ଯ୍ୟ କରିବେ। ବିଚ୍ଛିନ୍ନତାବାଦୀ ନେତା ଓ ଜମାତ-ଇ-ଇସ୍ଲାମି ସଂଗଠନର ସଦସ୍ୟଙ୍କ...
ଭୁବନେଶ୍ୱର: ରାଜ୍ୟରେ ଶୀତଳ ଭଣ୍ଡାର ମାଲିକ ସଂଘଙ୍କ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ଶୀତଳ ଭଣ୍ଡାର ବନ୍ଦ କରି ସେମାନେ ଗତକାଲିଠୁ ଧର୍ମଘଟ ଚଳାଇଛନ୍ତି । ପର୍ଯ୍ୟାପ୍ତ ସାମଗ୍ରୀ ମିଳୁନଥିବାରୁ ରାଜ୍ୟର ୪୪ଟି ଶୀତଳ ଭଣ୍ଡାର କ୍ଷତିରେ ଚାଲୁଥିବା କହିଛି ମାଲିକ ସଂଘ । ୨୦୧୫ର ଆଳୁ ସମସ୍ୟା...
ଅନୁଗୁଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଘଟାଇଛି ନାରକୀୟ କାଣ୍ଡ । ସାମାନ୍ୟ ବଚସାରୁ ଉତ୍ତ୍ୟକ୍ତ ସ୍ୱାମୀ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କରିଛନ୍ତି। ଏପରି ଅଭିଯୋଗ ହୋଇଛି ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନ ଅନ୍ତର୍ଗତ ବାରକୋଟିଆ ଗାଁରେ। ନିଜ ଝିଅ ଘରକୁ...
ବାଲେଶ୍ୱର: ପୁଲିସ ପରିଚୟ ଦେଇ ନର୍ସଙ୍କ ବେକରୁ ସୁନା ଚେନ୍ ଲୁଟ୍ । ଏପରି ଅଭିନବ ଉପାୟରେ ଲୁଟ୍ ଘଟଣା ସୋର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଆଜି ସକାଳୁ ସୋର ଥାନା ଟ୍ରେଜେରି ଛକରୁ ବସ୍ ଷ୍ଟାଣ୍ଡ ଅଭିମୁଖେ ଜଣେ ନର୍ସ ଆସୁଥିଲେ। ମହିଳାଜଣକ ଏକୁଟିଆ...
ଭୁବନେଶ୍ୱର: ରାଜ୍ୟର ଏକାଧିକ ୱେବ୍ସାଇଟ୍ ହ୍ୟାକ୍। ଓଡ଼ିଶା ପ୍ରଶାସନିକ ସେବା ଆସୋସିଏଏସ୍ଏନ୍, ଶ୍ରୀମନ୍ଦିର ଦଇତାପତି ନିଯୋଗ ସହ ଅନେକ ସରକାରୀ ଅଫିସ୍ର ୱେବ୍ସାଇଟ୍ ହ୍ୟାକ୍ ହୋଇଛି। ଖାଲି ସେତିକି ନୁହେଁ ଏକାଧିକ ସରକାରୀ କଲେଜ ୱେବ୍ସାଇଟ୍ ମଧ୍ୟ ହ୍ୟାକ୍ ହୋଇଥିବା ସୂଚନା ମିଳିଛି। ୱେବ୍ସାଇଟ୍ ଗୁଡ଼ିକର ହୋମ୍ପେଜ୍ରେ ମ୍ୟାଡ୍...
କଟକ: କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ନାଁରେ ଥାନାରେ ମାମଲା ରୁଜୁ। ସହିଦଙ୍କ ସମ୍ପର୍କୀୟଙ୍କୁ ଦେବାଶିଷ ସାମନ୍ତରାୟ ତଣ୍ଟିଆ ମାରିବା ଘଟଣାକୁ ନେଇ କଟକ ବାଦାମବାଡ଼ି ଥାନାରେ ମାମଲା ରୁଜୁ ହୋଇଛି। ଧକ୍କା ମାରିବା, ଗାଳିଗୁଲଜ କରିବା ଅଭିଯୋଗରେ ପୁଲିସ୍ ମାମଲା ରୁଜୁ କରିଛି। ମାମଲା ରୁଜୁ ନେଇ କଟକ...