• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsnamayee Pradhan

Jyotsnamayee Pradhan

Editor

Posts by Jyotsnamayee Pradhan

IPL
ଆଜି ଆଇପିଏଲ୍‌ରେ ମୁମ୍ୱାଇ-ବାଙ୍ଗାଲୋର ଲଢ଼େଇ

ନୂଆଦିଲ୍ଲୀ: ଆଜି ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିଅମରେ ମୁମ୍ବାଇ ଓ ବାଙ୍ଗାଲୋର ମଧ୍ୟରେ ଟକ୍କର ହେବ। ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ୍‌ ରୋହିତ ଶର୍ମା ଓ ରେୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର କ୍ୟାପଟେନ୍‌ ବିରାଟ କୋହଲିଙ୍କ ମଧ୍ୟରେ ହେବ ଜୋରଦାର ଫାଇଟ୍‌। ତେବେ ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିବା ଉଭୟ ଦଳ...

salapur
ଟ୍ରକ୍‌ ଧକ୍କାରେ ଦୁଇ ମୃତ, ଜଣେ ଆହତ

ସାଲେପୁର(ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ତାରିତୋ-କୋଟିଲୋ ଠାରେ ଟ୍ରକ୍‌ ଧକ୍କାରେ  ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ଏଥିସହ ଜଣେ ଆହତ ହୋଇଛନ୍ତି। ମୃତକଦ୍ୱୟ ହେଲେ ଦାଇଲୋର ଗାଁର ଜ୍ୟୋତି ରଞ୍ଜନ ଦାସ ଓ ଦିଲ୍ଲୀପ ଦାସ। ଜ୍ୟୋତି ଓ ଦିଲ୍ଲୀପ ଏକ ବାଇକ୍‌ରେ...

IPL
ଆଇପିଏଲ୍‌ ଟକ୍କର: ପଞ୍ଜାବକୁ ୨୮ରନ୍‌ରେ ହରାଇଲା କୋଲକାତା

ନୂଆଦିଲ୍ଲୀ: ଚଳିତ ସିଜିନ୍‌ର ଆଇପିଏଲ୍‌ରେ କୋଲକାତା ନାଇଟ ରାଇଡର ଆଉ ଏକ ବିଜୟ ହାସଲ କରିଛି। କିଙ୍ଗସ୍‌ ଇଲେଭେନ ପଞ୍ଜାବକୁ ୨୮ରନରେ ହରାଇ କୋଲକାତା ଦ୍ୱିତୀୟ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ୨୧୮ରନ୍‌ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ରବିନ ଉଥାପା ସର୍ବାଧିକ ୬୭...

1
ବୁଡଗାମରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ବୁଡଗାମ ଜିଲ୍ଲାରେ ଏନ୍‌କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ବୁଡଗାମ ଜିଲ୍ଲାର ସୁସ୍ତୁ ଗାଁରେ ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। କିନ୍ତୁ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗୁଳିମାଡ କରିଥିଲେ। ସୁରକ୍ଷାକର୍ମୀ ମଧ୍ୟ ତାର...

puri
ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ(ମଧୁସୂଦନ ମିଶ୍ର): ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ଶୈଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ। ହିଙ୍ଗୁଳ, ହରିତାଳ,...

BJP
‘ମୈଦାନ ପ୍ରସ୍ତୁତ, ଏଥର ନବୀନ ନିଶ୍ଚୟ ହାରିବେ’

ଭୁବନେଶ୍ୱର: ଚଳିତ ସାଧାରଣ ନିର୍ବାଚନରେ ବିଜେପି ଓଡ଼ିଶାରେ ୨୧ରୁ ୨୧ ଲୋକସଭା ଆସନ ଜିତିବା ନେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଦଳର ରାଜ୍ୟ ପ୍ରଭାରୀ ଅରୁଣ ସିଂହ। ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି,“ ମୈଦାନ ପ୍ରସ୍ତୁତ ରହିଛି ଏବଂ ଏଥର ନବୀନ ନିଶ୍ଚୟ ହାରିବେ।” ଅରୁଣ ସିଂହ...

death
ଶିଶୁକନ୍ୟାର ମୃତ୍ୟୁକୁ ନେଇ ଉତ୍ତେଜନା

ବାଲେଶ୍ୱର:(ରଞ୍ଜିତ ପାକଳ): ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୫ ବର୍ଷର ଶିଶୁକନ୍ୟାର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଡାକ୍ତରଖାନା ଆଗରେ ଶବ ରଖି ପରିବାର ଲୋକେ ଧାରଣା ଦେଇଛନ୍ତି। ସାଉଡ଼ି ଗାଁର ଜଣେ ଶିଶୁ କନ୍ୟାଙ୍କ ମୁଣ୍ଡରେ ଟ୍ୟୁମର ହୋଇଥିଲା। ତେଣୁ ଗତ ବୁଧବାର ଦିନ ପରିବାର ଲୋକେ...

BJD
ଅଧ୍ୟକ୍ଷ ପଦ ଛାଡ଼ିଲେ ଅନ୍ତର୍ଯ୍ୟାମୀ ଗମାଙ୍ଗ

ପାରଳାଖେମୁଣ୍ଡି( ଆଦର୍ଶ ଦାସ): ଗଜପତି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ମୋହନା ବିଧାନସଭା ଆସନ ପାଇଁ ତାଙ୍କ ସ୍ତ୍ରୀ ପୂର୍ଣ୍ଣବାସୀ ନାୟକଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି। ଦଳରେ ଶୃଙ୍ଖଳା ରକ୍ଷା କରିବା...

bjd
ଶଙ୍ଖ ଧରିଲେ ପୂର୍ବତନ ବିଜେପି ନେତା ସନ୍ତୋଷ ଖଟୁଆ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରିର ପୂର୍ବତନ ବିଜେପି ନେତା ସନ୍ତୋଷ ଖଟୁଆ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡି କାର୍ଯ୍ୟାଳୟରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଜର ୫୦୦ରୁ ଅଧିକ ସମର୍ଥକଙ୍କ ସହ ସେ ବିଜେଡିରେ ସାମିଲ ହୋଇଛନ୍ତି। ସନ୍ତୋଷଙ୍କ ଯୋଗଦାନ ନୀଳଗିରିରେ ବିଜେଡିକୁ ମଜଭୁତ୍ କରିବ ବୋଲି...

modi
ଆସନ୍ତାକାଲି ଜୟପୁର ଆସିବେ ମୋଦି

ଜୟପୁର(ଟି.ଗୌରୀଶଙ୍କର): ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟପୁର ଆସିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ପ୍ରଧାନମନ୍ତ୍ରୀ ଓଡ଼ିଶାର କୋରାପୁଟ ଜିଲ୍ଲାରୁ ଆରମ୍ଭ କରୁଥିବାରୁ ସାଧାରଣରେ ବେଶ୍ ଉତ୍ସାହ ଦେଖାଦେଇଛି। ସକାଳ ସାଢ଼େ ୯ଟାରେ ମୋଦି ଜୟପୁର ସଦର ଥାନା...

d0a606756a3dfe9e384322906fb0c4cb_342_660
ଆଜି ଦିଲ୍ଲୀରେ ବସିବ କଂଗ୍ରେସର ସିଇସି ବୈଠକ

ଭୁବନେଶ୍ୱର: ଆଜି ଦିଲ୍ଲୀରେ ବସିବ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ। ଏହି ବୈଠକରେ ବାକିଥିବା ଆସନ ପାଇଁ ଅବଶିଷ୍ଟ ପ୍ରାର୍ଥୀଙ୍କ ଉପରେ ଆଲୋଚନା ହେବ। ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗତକାଲି ଦିଲ୍ଲୀ ଗସ୍ତ କରିଛନ୍ତି। ଓଡ଼ିଶାରେ ବାକି ଆସନ ଗୁଡ଼ିକର ପ୍ରାର୍ଥୀ ଘୋଷଣା ଆଉ...

election
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର: ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଓଡ଼ିଶାର ୬ଟି ଲୋକସଭା ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ସହ ୪୨ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ବିଜ୍ଞପ୍ତି ପ୍ରକାଶ ସହ...

unnamed
ଖରା ପାଇଁ ସତର୍କତା: ସକାଳ ୧୧ଟାରୁ ସାଢେ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କ କାମ ବନ୍ଦ

ଭୁବନେଶ୍ୱର: ବଢୁଛି ତାତି। ଅସହ୍ୟ ଖରାରେ ହନ୍ତସନ୍ତ ରାଜ୍ୟବାସୀ। ଏଥିପାଇଁ ସକାଳ ୧୧ଟାରୁ ସାଢେ ୩ଟା ପର୍ଯ୍ୟନ୍ତ ରାଜ୍ୟରେ ଶ୍ରମିକମାନେ ଆଉ କାମ କରିପାରିବେ ନାହିଁ। ଆସନ୍ତା ଜୁନ ୧୫ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ବଳବତ୍ତର ରହିବ। ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତି...

accident
ଦୁର୍ଘଟଣାରେ ଛାତ୍ରୀଙ୍କ ମୃତ୍ୟୁ, ଉତ୍ତେଜନା

କଣ୍ଟାବାଞ୍ଜି(ସୁରଦାସ ବାଗ): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ଭାଲୁମୁଣ୍ଡା ଗାଁ ଫୁଗୁଡ଼ା ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରୀଙ୍କ ନାଁ ପଦ୍ମିନୀ ମଲ୍ଲିକ(୧୦)। ତାଙ୍କ ଘର ଧୂମସୁ ଗାଁରେ। ପଦ୍ମିନୀ କିଛି ଦିନ ହେବ ତାଙ୍କ ମାମୁ ଘର ଫୁଗୁଡ଼ାକୁ ଆସିଥିଲେ।...

nabarangpur
ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ନବରଙ୍ଗପୁର(ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲା ଉମରକୋଟ ଉପକାରାଗାରର ଜଣେ ବିଚାରାଧୀନ କଏଦୀଙ୍କ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ମୃତକ ହେଲେ ରାଇଘର ବ୍ଳକ ରାହାସପାରା ଗାଁର ଦେବ ମାଝୀ। ୪ ମାସ ତଳେ ସେ ଏକ ହତ୍ୟାକାଣ୍ଡ ଅଭିଯୋଗରେ ଜେଲରେ ଥିଲେ। ଗତକାଲି ସନ୍ଧ୍ୟାରେ ତାଙ୍କ ଦେହ...