ଏହି ସପ୍ତାହରେ ବହୁଦିନରୁ ବିଫଳ ହେଉଥିବା କାର୍ଯ୍ୟକ୍ରମରେ କିଛି ମାତ୍ରାରେ ସଫଳତା ଆସିବ । ବେପାରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ମିଳିବ । ପ୍ରେମିକା-ପ୍ରେମିକଙ୍କ ପାଇଁ ଉତ୍ତମ ସପ୍ତାହ ରହିବ ।
ଶାରୀରିକ ଅସୁସ୍ଥତା ସାମାନ୍ୟ ଦେଖାଦେଇପାରେ । ଅନ୍ୟ ମାନଙ୍କର ବିଶ୍ୱାସଘାତକତା ମାନସିକ ସ୍ତରରେ ବହୁ କ୍ଷତି ଘଟାଇପାରେ । ମିଥ୍ୟା ପ୍ରଲୋଭନର ଶିକାର ହୋଇ ନିଜର ପ୍ରଭୂତ କ୍ଷତି ହୋଇପାରେ , ତେଣୁ ସାବଧାନ ରହିବା ଉଚିତ୍ । ଅନ୍ୟ ପାଇଁ ଖରାପ ଭାବିଲେ ନିଜେ ହିଁ ଅସୁବିଧାରେ ପଡିପାର , ତେଣୁ ଅନ୍ୟୟ ଅନୀତି , ମିଥ୍ୟା ଇତ୍ୟାଦି ଠାରୁ ଦୂରରେ ରହନ୍ତୁ । ଅଭାବ ଅସୁବିଧା କିଛି ମାତ୍ରାରେ କମ ରହିବାର ଦେଖାଦେବ । ଆପଣଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ।
ପ୍ରତିକାର- ଭୋକିଲା ଲୋକଙ୍କୁ ଖେଚୁଡି ଖାଇବାକୁ ଦିଅନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨