କେମିତି କଟିବ ଆପଣଙ୍କର ଏହି ସପ୍ତାହ ? କାହାର ହେବ ଧନର ଲାଭ ? କିଏ ପାଇବ ବ୍ୟବସାୟରେ ସଫଳତା ? ପ୍ରେମ କ୍ଷେତ୍ରରେ କାହାକୁ ମିଳିବ ସଫଳତା ? ଜାଣନ୍ତୁ....
ଅନେକ ପରିମାଣରେ ସୁଫଳ ବୃଦ୍ଧି ପାଇବାର ସମ୍ଭାବନା ମଧ୍ୟ ରହିଛି । ଦୈହିକ ଦୁର୍ବଳତା କର୍ମ କ୍ଷେତ୍ରକୁ ମନ୍ଥର କରାଇବ । ପ୍ରେମ ପ୍ରସଙ୍ଗରେ ମଧୁରତା ଆସିବ । ଦୀର୍ଘ ଦିନରୁ ଅଟକି ରହିଥିବା କାମକୁ ପୂରା କରିବା ପାଇଁ ଆଗ୍ରହ କରିପାରନ୍ତି । ବ୍ୟବସାୟରେ ମାନ ମତାନ୍ତର ଦେଖାଦେଇପାରେ । ରାଜନୀତିରେ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ ଓ ପ୍ରଶଂସିତ ହେବେ । ନୂତନ କର୍ମ ସଂସ୍ଥାନ ପାଇଁ ମନ ବଳାଇପାରନ୍ତି । କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି କିନ୍ତୁ ନିରାଶ ହେବାକୁ ପଡିବ ନାହିଁ । ବନ୍ଧୁ ମାନଙ୍କ ସହ ଭ୍ରମଣ ସୁଖ ବେଶ୍ ଉପଭୋଗ୍ୟ ହୋଇପାରେ ।
ପ୍ରତିକାର- ଅସହାୟ ବ୍ୟକ୍ତି ବା ମହିଳା ମାନଙ୍କୁ କମ୍ବଳ ଦାନ କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩