• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 14th October 2023: ଏହି ରାଶିର ବ୍ୟକ୍ତି ଅନ୍ୟ ଉପରେ ଭରସା କଲେ ବିପଦରେ ପଡ଼ିବେ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଶନିବାର । ଚନ୍ଦ୍ର –କନ୍ୟା ନିଶାନ୍ତ ୦୫.୨୧ ଗତେ ତୁଳା । ତିଥି- ଅମାବାସ୍ୟା ରାତ୍ରି ୧୧.୨୫ ଗତେ ପ୍ରତିପଦ । ଘାତଚନ୍ଦ୍ର- ବୃଷ ରାଶିର ନିଶାନ୍ତ ୦୫.୨୧ ପର୍ଯ୍ୟନ୍ତ । ଘାତବାର- ବୃଷ, ସିଂହ ଓ କନ୍ୟା ରଶିର । ପୁଷ୍କର ଦୋଷ-୧ ପାଦ-କୃଷିହାନି–ଭୂମିଦାନ ।

Aquarius

କୁମ୍ଭ

Saturday 14 Oct 2023

ଧନିଷ୍ଠା- ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ନିଜର ମନ ଅନୁସାରେ କର୍ମ କ୍ଷେତ୍ରରେ ସ୍ୱାଧିନତା ପାଇବେ । ପାରିବାରିକ ଜୀବନରେ ସନ୍ତୁଳତା ରକ୍ଷା କରିବେ । ବନ୍ଧୁତ୍ୱ ସମ୍ପର୍କରେ କିଛି ଉନ୍ନତି ଆସିବ ଏବଂ ତାଙ୍କ ସହିତ ମିଶି କଛି ନୂଆ ଯୋଜନା କରିବେ ।

ଶତଭିଷା- ପଛ କଥା ପଛରେ ପକାଇ ଏହି ସମୟର ସଦୁପଯୋଗ କରିପାରିଲେ ଭଲ । ମନରେ ସାହସ ବାନ୍ଧି କୌଣସି କାମ ଆରମ୍ଭ କରି ପାରିଲେ ଅବଶ୍ୟ ସଫଳତା ପାଇବେ । ମହିଳା ମାନେ କର୍ତ୍ତବ୍ୟନିଷ୍ଠା ପରାୟଣ ରହିବେ ।

ପୂ, ଭାଦ୍ରପଦ- ମାଲି ମୋକଦ୍ଦମା ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ରାଜନୀତିରେ କୌଣସି କାମକୁ ହାତକୁ ନେବେ । ବହୁ ଦିନର ମନୋସ୍କାମନା ପୂରଣ ହେବ । ବ୍ୟସ୍ତତା ଭିତରେ ସମୟ ବିତାଇବେ ।

ପ୍ରତିକାର – ରାହୁଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :