ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୪ ତାରିଖ ଗୁରୁବାର । ଚନ୍ଦ୍ର- ଧନୁ ଅହୋରାତ୍ର । ତିଥି- ୨ୟା ରାତ୍ରି ୧୨.୫୬ ଗତେ ୩ୟା । ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୧୨.୫୬ ପର୍ଯ୍ୟନ୍ତ ।
ଧନିଷ୍ଠା- ସ୍ୱାସ୍ଥ୍ୟକ୍ଷେତ୍ରରେ ସାମାନ୍ୟ ଉନ୍ନତି ଦେଖାଦେବ । ଅଧିକ ଭାଗ୍ୟଦାରୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । କର୍ମ କ୍ଷେତ୍ରରେ ଅନ୍ୟମାନେ ଆପଣଙ୍କର କର୍ମ କରିବାର ଶୈଳିକୁ ବୁଝିପାରିବେ ନାହିଁ । ସାମ୍ବାଦିକତା କ୍ଷେତ୍ରରେ ପ୍ରଂଶସା ସାଉଣ୍ଟିବେ ।
ଶତଭିଷା- ରାଜନୀତି କ୍ଷେତ୍ରରେ ନିଜକୁ ସୁରକ୍ଷିତ ରଖି ପାରିବେ । ନୂତନ ଯୋନଜାକୁ କାର୍ଯ୍ୟକରୀ କରନ୍ତୁ ନାହିଁ । ଶିକ୍ଷାତ୍ରମାନେ କିଛି ପରିମାଣରେ ଶୁଭଫଳ ପାଇବେ । ଖଳ ପ୍ରକୃତିର ଲୋକମାନେ ବିରୋଧୀ ଆଚରଣ କରିପାରନ୍ତି ।
ପୂ,ଭାଦ୍ରପଦ- କୋର୍ଟରେ ମାମଲା ପାଇଁ ଶତୃ ବୃଦ୍ଧି ହୋଇପାରନ୍ତି । ନୂଆ ଉପାୟ ପ୍ରୟୋଗ କରିବେ ସାଂସୃତିକ କାର୍ଯ୍ୟରେ ଅଗ୍ରଣି ହୋଇ ସାମାଜିକ ସ୍ଥିତିକୁ ସୁଦୃଢ କରିବେ ।
ପ୍ରତିକାର – ହନୁମାନଙ୍କର ପୂଜା କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮