• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 14th Dec 2023 : ପ୍ରେମ ସମ୍ପର୍କ ବିବାହରେ ପରିଣତ ହେବ, ନୂତନ ବନ୍ଧୁତ୍ୱ ସୃଷ୍ଟି ହେବା ସମ୍ଭାବନା..

ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୪ ତାରିଖ ଗୁରୁବାର । ଚନ୍ଦ୍ର- ଧନୁ ଅହୋରାତ୍ର । ତିଥି- ୨ୟା ରାତ୍ରି ୧୨.୫୬ ଗତେ ୩ୟା । ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୧୨.୫୬ ପର୍ଯ୍ୟନ୍ତ ।

Scorpio

ବିଛା

Thursday 14 Dec 2023

ବିଶାଖା- ମାନସିକ ଅବସ୍ଥାରେ ପରିବର୍ତ୍ତନ ହୋଇପାରେ । ଜୀବନସାଥୀଙ୍କର ସ୍ୱାସ୍ଥ୍ୟକୁ ନେଇ କିଛି ସମୟ ପାଇଁ ଚିନ୍ତିତ ହୋଇପାରନ୍ତି । କରିଥିବା କର୍ମ ପାଇଁ ଆପଣଙ୍କୁ କିଛି ଅସୁବିଧା ଭୋଗ କରିବାକୁ ପଡିପାରେ ।

ଅନୁରାଧା- ଜମିବାଡି ସମ୍ବନ୍ଧିୟ ସମସ୍ୟାରୁ ମୁକ୍ତି ପାଇବେ । ବିବାହିତ ଜୀବନରେ କୌଣସି ପ୍ରକାରର ସମସ୍ୟା ହେବାର ସମ୍ଭାବନା କମ୍ ରହିବ । କିଛି ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

ଜ୍ୟେଷ୍ଠା- ନିଜ ପରିସରରେ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶୃତି ଦେବେ । ଗଠନ ମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଂଶସିତ ହେବେ । ଯାନ ବାହନ, ସଭସମିତି, ପାରିବାରିକ ସମସ୍ୟା ନେଇ ଚିନ୍ତାରେ ରହିବେ ।

ପ୍ରତିକାର – ମା ମଙ୍ଗଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :