ସୌର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ରବିବାର । ଚନ୍ଦ୍ର – କୁମ୍ଭ ଦିବା ୦୨.୫୮ ଗତେ ମୀନ । ତିଥି – ୭ମୀ ରାତ୍ରି ୦୮.୦୦ ଗତେ ଅଷ୍ଟମୀ । ଘାତ ଚନ୍ଦ୍ର – ଧନୁ ଅହୋରାତ୍ର । ଘାତ ବାର – ମେଷ ।
ମଘା- ପାରିବାରିକ ଶୃଙ୍ଖଳା ରକ୍ଷା ଦିଗରେ ନିଜର ଦୂରଦର୍ଶିତା ଆପଣଙ୍କୁ ସାହାଯ୍ୟ କରିବ । ଭଲ କଥା କହିଲେ ମଧ୍ୟ ଭୁଲ ବୁଝାମଣା କାରଣରୁ ପରିବାରରେ ସମ୍ପର୍କ ହାନି ଆଶଙ୍କା ରହିଛି। ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱର ସମ୍ମୁଖୀନ ହେବେ।
ପୂ- ଫାଲ୍ଗୁନୀ- ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ମିଳିବ। ପ୍ରଶଂସା ବାକ୍ୟରେ ନିଜକୁ ଭାଗ୍ୟବାନ ମନେକରିବେ । ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡ଼ନ କରିବା ଫଳରେ ଆପଣ ସ୍ଥିର ଭାବରେ ରହିପାରିବେ ନାହିଁ।
ଉ- ଫାଲ୍ଗୁନୀ- ସ୍ୱାର୍ଥସାଧନ ପରିପ୍ରେକ୍ଷୀରେ ମିତ୍ରମାନେ ପରୋକ୍ଷ ଶତ୍ରୁତା ଆଚରଣ କରିପାରନ୍ତି। ପ୍ରତିଦ୍ୱନ୍ଦ୍ୱତା ବୃଦ୍ଧି କାରଣରୁ ବ୍ୟବସାୟରେ ମନାନ୍ତର ଦେଖା ଦେଇପାରେ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ