ସୌର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ରବିବାର । ଚନ୍ଦ୍ର – କୁମ୍ଭ ଦିବା ୦୨.୫୮ ଗତେ ମୀନ । ତିଥି – ୭ମୀ ରାତ୍ରି ୦୮.୦୦ ଗତେ ଅଷ୍ଟମୀ । ଘାତ ଚନ୍ଦ୍ର – ଧନୁ ଅହୋରାତ୍ର । ଘାତ ବାର – ମେଷ ।
ମୃଗଶିରା- ସକାଳୁ କୌଣସି କାମରେ ନିଜକୁ ନିୟୋଜିତ କରି ଅନ୍ୟମାନଙ୍କ କୃପାଭାଜନ ହେବେ । ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତିକୁ ବୃଦ୍ଧି କରିବ । ଯେକୌଣସି ପରିସ୍ଥିତି ଓ ପରିବେଶରେ ନିଜକୁ ଚଳାଇନେଇ ପାରିଲେ କୃତକାର୍ଯ୍ୟ ହେବେ ।
ଆଦ୍ରା- ବନ୍ଧୁଙ୍କ ଆଗମନରେ କିଛି ସମୟ ଅତିବାହିତ କରିବେ। କର୍ମଧାରାରେ ପରିବର୍ତ୍ତନ ଆଣିବାକୁ ପଡ଼ିପାରେ। ଘରୋଇ ସମସ୍ୟା ମଧ୍ୟରେ ଅଣନିଃଶ୍ୱାସୀ ହୋଇ ଏକପ୍ରକାର ବ୍ୟତିବ୍ୟସ୍ତ ହୋଇପାରନ୍ତି ।
ପୁନର୍ବସୁ- କଚେରି ମାମଲା ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ । ପୂର୍ବ ଯୋଜନା ଅନୁଯାୟୀ କାମ କରି କିଛିଟା ସଫଳତା ମଧ୍ୟ ପାଇବେ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ଦତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ