Advertisment

Success Story: ଗାଁର ପ୍ରଥମ ଦଶମ ପାଶ୍; ରାତିରେ କରୁଥିଲେ ମଜୁରୀ, ଦିନରେ ସ୍କୁଲ୍

ବାରବାଙ୍କିର ନିଜାମପୁର ଗାଁରେ ପ୍ରାୟ ୩୦ଟି ଘର ଅଛି। ଗାଁର ସମସ୍ତ ଘର ଦଳିତ ସମ୍ପ୍ରଦାୟର। ଏହି ଗାଁର ୧୫ ବର୍ଷୀୟ ରାମସେବକ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଇତିହାସ ରଚିଛନ୍ତି। ରାମସେବକ ବିବାହ ସମୟରେ ମୁଣ୍ଡରେ ଲାଇଟ୍ ଧରି ମଜୁରୀ ଖଟନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Ram keval 10th pass first time in nizampur village

Ram keval 10th pass first time in nizampur village

ଉତ୍ତର ପ୍ରଦେଶର ବାରବାଙ୍କି ଜିଲ୍ଲାରେ ଏମିତି ଏକ ଗାଁ ଅଛି, ଯେଉଁଠାରେ ପ୍ରଥମ ଥର ପାଇଁ ଜଣେ ପୁଅ ଦଶମ ଶ୍ରେଣୀ ପାଶ୍ କରିଛନ୍ତି। ବାରବାଙ୍କିର ନିଜାମପୁର ଗାଁରେ ପ୍ରାୟ ୩୦ଟି ଘର ଅଛି। ଗାଁର ସମସ୍ତ ଘର ଦଳିତ ସମ୍ପ୍ରଦାୟର। ଏହି ଗାଁର ୧୫ ବର୍ଷୀୟ ରାମସେବକ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଇତିହାସ ରଚିଛନ୍ତି। ରାମସେବକ ବିବାହ ସମୟରେ ମୁଣ୍ଡରେ ଲାଇଟ୍ ଧରି ମଜୁରୀ ଖଟନ୍ତି।

Advertisment

ରିପୋର୍ଟ ଅନୁଯାୟୀ, ରାମସେବକ ୟୁପି ବୋର୍ଡ ଦଶମ ପରୀକ୍ଷାରେ ୫୫% ମାର୍କ ରଖିଛନ୍ତି। ଯେତେବେଳେ ବାରବାଙ୍କିର ଡିଏମ୍ ଜାଣିବାକୁ ପାଇଲେ ଯେ ଜିଲ୍ଲାର ନିଜାମପୁର ଗାଁରେ ପ୍ରଥମ ଥର ପାଇଁ ଜଣେ ପୁଅ ଦଶମ ପାସ୍ କରିଛି, ସେ ରାମସେବକଙ୍କୁ ଭେଟିବା ପାଇଁ ଡକେଇଲେ। ଏହି ଦିନ ରାମସେବକ ପ୍ରଥମ ଥର ପାଇଁ ଜୋତା ପିନ୍ଧିଥିଲେ।

ଅଧିକ ପଢ଼ନ୍ତୁ: ଚାକିରି ହରାଇ ଚାପରେ ଅଛନ୍ତି କି… ଏହି ସମୟରେ କ’ଣ କରିବେ ଜାଣନ୍ତୁ

ଲୋକେ କହୁଥିଲେ ଦଶମ ପାଶ କରିପାରିବ ନାହିଁ:

ରାମସେବକଙ୍କ ସ୍କୁଲ୍‌ ଲେଖା ନା’ ହେଉଛି ରାମକେୱାଲ। କିନ୍ତୁ ଲୋକମାନେ ତାଙ୍କୁ କେବଳ ରାମସେବକ ବୋଲି ଡାକନ୍ତି। ରାମସେବକ କୁହନ୍ତି ଯେ ସେ ତାଙ୍କ ଗାଁର ପ୍ରାଥମିକ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ଏହା ପରେ, ସେ ଗାଁରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ରାଜକୀୟ ଇଣ୍ଟର୍‌ କଲେଜରେ ଷଷ୍ଠ ଶ୍ରେଣୀ ପାଇଁ ଆଡ୍‌ମିସନ୍ ନେଇଥିଲେ।

Advertisment

ରାମସେବକ ଆହୁରି କୁହନ୍ତି ଯେ ଗାଁର ଲୋକମାନେ ପ୍ରାୟତଃ କହୁଥିଲେ ଯେ ପାଠପଢ଼ିବା ପରେ ତୁମେ କ'ଣ କରିବ? ତୁମେ ଦଶମ ପାଶ୍‌ କରିପାରିବ ନାହିଁ। ଲୋକଙ୍କ ଏହି କଥା ଶୁଣି ପାଶ କରିକି ଦେଖାଇଦେବେ ବୋଲି ରାମସେବକ କହୁଥିଲେ। ସେ ଆଜି ଏହା କରି ମଧ୍ୟ ଦେଖାଇଦେଇଛନ୍ତି।

ଖଟୁଥିଲେ ମଜୁରୀ:

ରିପୋର୍ଟ ଅନୁସାରେ, ରାମସେବକ ତିନି ଭାଇଙ୍କ ମଧ୍ୟରୁ ବଡ଼। ତେଣୁ, ପରିବାର ଖର୍ଚ୍ଚର ଦାୟିତ୍ୱ ମଧ୍ୟ ଏହି ନିଜ କାନ୍ଧକୁ ନେଇଥିଲେ। ବିବାହ ସମୟରେ ରାମସେବକ ରାତିରେ ମୁଣ୍ଡରେ ଲାଇଟ୍ ବୁହନ୍ତି। ଏଥିପାଇଁ ତାଙ୍କୁ ୨୦୦-୩୦୦ ଟଙ୍କା ମିଳେ।

ଯେତେବେଳେ ବିବାହ ଆଦି କାର୍ଯ୍ୟକ୍ରମ ନ ଥାଏ ତେବେ ସେ ଶ୍ରମିକ ଭାବରେ କାମ କରନ୍ତି। ଏହି ଟଙ୍କାରେ ସେ ଘର ଖର୍ଚ୍ଚ ଭରଣ କରନ୍ତି ଏବଂ ବହି, ଖାତା କିଣନ୍ତି ଆଉ ଫିସ୍ ମଧ୍ୟ ଦିଅନ୍ତି। ରାମସେବକଙ୍କ କହିବା ଅନୁଯାୟୀ, ସେ ଶ୍ରମିକ ଭାବରେ କାମ କରି ଦଶମ ଶ୍ରେଣୀର ଫିସ୍ ପାଇଁ ୨୧୦୦ ଟଙ୍କା ଜମା କରିଥିଲେ।

କେତେବେଳେ ପଢୁଥିଲେ:

ରାମସେବକ କୁହନ୍ତି ଯେ ବିବାହରେ ଲାଇଟ୍ ବୋହିବା ପରେ, ସେ ବିଳମ୍ବିତ ରାତିରେ ଫେରି ଘଣ୍ଟାଏ କିମ୍ବା ଦୁଇ ଘଣ୍ଟା ପଢ଼ୁଥିଲେ। ଯାହା ସେ ବୁଝିପାରୁ ନଥିଲେ, ସେ ତାକୁ ଲେଖି ରଖୁଥିଲେ ଏବଂ ତା’ପରେ ତାଙ୍କ ଶିକ୍ଷକଙ୍କୁ ପଚାରି ବୁଝୁଥିଲେ। ମଜୁରିଆ ଭାବରେ କାମ କରିବା ସହ ପାଠପଢ଼ି ଏବଂ ଦଶମ ଶ୍ରେଣୀ ପାଶ କରି ରାମସେବକ ଏକ ଉଦାହରଣ ସୃଷ୍ଟି କରିଛନ୍ତି।

ଅଧିକ ପଢ଼ନ୍ତୁ: ଚାକିରି ହୋଇଯିବ ପକ୍କା, ଯଦି ଏହି ଗୋଟିଏ ପ୍ରଶ୍ନର ଠିକ୍ ଉତ୍ତର ଦେଇଦେବେ

Uttar Pradesh Successful Class 10th Result Successful Story
Advertisment
Advertisment