ସୌର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ରବିବାର । ଚନ୍ଦ୍ର – କୁମ୍ଭ ଦିବା ୦୨.୫୮ ଗତେ ମୀନ । ତିଥି – ୭ମୀ ରାତ୍ରି ୦୮.୦୦ ଗତେ ଅଷ୍ଟମୀ । ଘାତ ଚନ୍ଦ୍ର – ଧନୁ ଅହୋରାତ୍ର । ଘାତ ବାର – ମେଷ ।
ବିଶାଖା- ବାଣିଜ୍ୟ, ବ୍ୟବସାୟରେ ରହିଥିବା ପୂର୍ବ ସମସ୍ୟାକୁ ସୁଧାରି ନେବେ। ପରିବାରରେ ପିଲାମାନଙ୍କ ସଫଳତାରେ ଆନନ୍ଦ ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ବହୁତ ଖଟଣି ହେତୁ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି।
ଅନୁରାଧା- ଅଶାନ୍ତିଜନିତ ମାନସିକ ଯନ୍ତ୍ରଣା କେତେକାଂଶରେ ବନ୍ଧୁଙ୍କ ଆଶ୍ୱାସନାରୁ ଉପଶମ ହେବ। ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ସାମାଜିକ ସ୍ତରରେ ସମସ୍ୟା ସୃଷ୍ଟି ହୋଇପାରେ।
ଜ୍ୟୋଷ୍ଠା- ପ୍ରତ୍ୟେକ କ୍ଷେତ୍ରରେ ପ୍ରତିରୋଧ ଦୂରେଇ ଯିବ ଓ ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ଅର୍ଜନ କରିବେ। ପ୍ରତ୍ୟେକ ପରିସ୍ଥିତିକୁ ସଜାଡ଼ି ନେବେ । କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ମାନସିକ ଚିନ୍ତା ବଢ଼ିଯିବ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ