• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 8th July 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି ବହୁ ଦିନର ମନସ୍କାମନା ପୂରଣ ହେବ

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୮ ତାରିଖ ସୋମବାର । ଚନ୍ଦ୍ର- କର୍କଟ ଅହୋରାତ୍ର,ତିଥି- ୩ୟା ଅହୋରାତ୍ର,ଘାତଚନ୍ଦ୍ର-ନାସ୍ତି ,ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ନାସ୍ତି

Taurus

ବୃଷ

Monday 08 Jul 2024

କୃତିକା- କର୍ମ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ଆର୍ଥିକ ପରିସ୍ଥିତି ଓ କିଛି କରିବା ସକାଶେ ମନବଳାଇ କର୍ମମୁଖର ହେବେ। ପ୍ରତ୍ୟେକ କ୍ଷେତ୍ରରେ ଆଡ୍ଜଷ୍ଟ କରି ଚଳିପାରିବା ହେତୁ କିଛି ଅସୁବିଧା ହେବନାହିଁ।

ରୋହିଣୀ- ଶିଳ୍ପ, ବାଣିଜ୍ୟ, ପ୍ରଶାସନ, ସାମ୍ବାଦିକତା, ଚୁକ୍ତିପତ୍ର, ସଭାସମିତି ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସଫଳତା ହାସଲ କରିବେ। କେତେକ କ୍ଷେତ୍ରରେ ନିଜ ଲୋକମାନେ ପରୋକ୍ଷ ଶତ୍ରୁତା କରି ସମସ୍ୟାକୁ ବଢ଼ାଇଦେବେ।

ମୃଗଶିରା- କେତେକ କ୍ଷେତ୍ରରେ ଶେଷ ସମୟରେ ନିଷ୍ପତ୍ତି ବଦଳାଇବା ସକାଶେ ମନ ବଳାଇବେ। ପରିସ୍ଥିତିରେ ପଡି କେତେକ କାମ ଇଚ୍ଛା ନ ଥିଲେ ମଧ୍ୟ କରିବାକୁ ବାଧ୍ୟ ହେବେ। ଅଟକି ରହିଥିବା କାର‌୍ୟ୍ୟର ସମସ୍ୟାଟି ଆକସ୍ମିକ ଭାବେ ସମାଧାନ ହୋଇଯିବାରୁ ମନ ଖୁସି ରହିବ।

ପ୍ରତିକାର – ମଙ୍ଗଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :