Advertisment

Modi and Ajit Doval Meeting: ସର୍ବଦଳୀୟ ବୈଠକ ପୂର୍ବରୁ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଡୋଭାଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ମଧ୍ୟରେ ୫୦ ମିନିଟ୍‌ ଆଲୋଚନା ହୋଇଛି । ଅପରପକ୍ଷେ ଅପରେସନ ‘ସିନ୍ଦୂର’ ସମ୍ପର୍କରେ ଆଲୋଚନା ପାଇଁ ସଂସଦ ଭବନରେ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି ।

author-image
Deviprasad Jena
ଅଦ୍ୟତନ ହୋଇଛି
ମୋଦିଙ୍କୁ ଭେଟିଲେ ଡୋଭାଲ ।

ମୋଦିଙ୍କୁ ଭେଟିଲେ ଡୋଭାଲ ।

ପ୍ରଧାନମନ୍ତ୍ରୀ ମୋଦି ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ମଧ୍ୟରେ ୫୦ ମିନିଟ୍‌ ଆଲୋଚନା ହୋଇଛି । ଆଜିର ସର୍ବଦଳୀୟ ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି NSA ଅଜିତ ଡୋଭାଲ । ସେ ସେନା ସୁରକ୍ଷାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ନେଇ ସୂଚନା ମିଳିଛି ।

Advertisment

୫୦ ମିନିଟ୍‌ ଧରି ଉଭୟଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି । ଅପରପକ୍ଷେ ଅପରେସନ ‘ସିନ୍ଦୂର’ ସମ୍ପର୍କରେ ଆଲୋଚନା ପାଇଁ ସଂସଦ ଭବନରେ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି । ଏହି ବୈଠକ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ।

ଏଥିରେ ଅମିତ ଶାହ, କିରନ ରିଜିଜୁ, ବୈଦେଶିକ ମନ୍ତ୍ରୀ ଉପସ୍ଥିତ ରହିଛନ୍ତି । ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କଂଗ୍ରେସ ଅଧ୍ୟକ୍ଷ ଖଡ୍‌ଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମଧ୍ୟ ଉପସ୍ଥିତ ରହିଛନ୍ତି । ଏଥିରେ ଆଗାମୀ ରଣନୀତି ନେଇ ଆଲୋଚନା ହୋଇପାରେ।

Advertisment

ଅଧିକ ପଢ଼ନ୍ତୁ: ଚୀନ ଶରଣରେ ପଶିଥିଲା ପାକିସ୍ତାନ; ଧୋକାଦେଲା ଡୁପ୍ଲିକେଟ୍ ଚାଇନା ମାଲ୍

Narendra Modi All-party Meeting NSA Ajit Doval Operation Sindoor
Advertisment
Advertisment