ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୫ ତାରିଖ ଗୁରୁବାର ।ଚନ୍ଦ୍ର- ମକର ଅହୋରାତ୍ର,ତିଥି- ୪ର୍ଥୀ ଦିବା ୦୧.୧୦ ଗତେ ୫ମୀ,ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର,ଘାତବାର- ତୁଳା ଓ କୁମ୍ଭ ରାଶିର,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ସନ୍ଧ୍ୟା ୦୫.୨୬ ପର୍ଯ୍ୟନ୍ତ ।
ପୂ,ଭାଦ୍ରପଦ- ପରିବାରରେ ଯୋଜନାଗୁଡିକ ଠିକ୍ଭାବେ ସମ୍ପୂର୍ଣ୍ଣ ହେବ ନାହିଁ । ଆଶା କରୁଥିବା ଦିଗରୁ ଅର୍ଥ ପାଇବା କଷ୍ଟକର ହୋଇପଡ଼ିବ । ବିଭିନ୍ନ ସମସ୍ୟା ଥିଲେ ମଧ୍ୟ ନିର୍ମାଣ, ପରିବହନ, ମରାମତି, ଜମିଜମା କାମରେ ସାହାଯ୍ୟ ଅବଶ୍ୟ ପାଇବେ।
ଉ,ଭାଦ୍ରପଦ- ପାରିବାରିକ ସମସ୍ୟା ସକାଶେ ମାନସିକ ଅସ୍ଥିରତା ସୃଷ୍ଟି ହେବାର ସୂଚନା ରହିଛି । ବନ୍ଧୁଙ୍କଠାରୁ ମିଥ୍ୟା ଗୁଜବ ଶୁଣି ଆତଙ୍କିତ ହୁଅନ୍ତୁ ନାହିଁ । ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ଅନ୍ୟମାନଙ୍କ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।
ରେବତୀ- ପୂର୍ବ ଯୋଜନାନୁଯାୟୀ ଆତ୍ମୀୟଙ୍କ ସହ ସୁଖଭ୍ରମଣ ଯୋଗ ରହିଛି । ସମ୍ପର୍କୀୟଙ୍କ ସହ ଆଲୋଚନା ବିଗିଡ଼ି ଯାଇପାରେ । ଗୃହ, ଯାନବାହନ ତଥା ଯାନ୍ତ୍ରିକ ଜିନିଷର ମରାମତି ପାଇଁ ବ୍ୟଗ୍ରତା ପ୍ରକାଶ କରିପାରନ୍ତି
ପ୍ରତିକାର – ରାହୁଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩