ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୫ ତାରିଖ ଗୁରୁବାର ।ଚନ୍ଦ୍ର- ମକର ଅହୋରାତ୍ର,ତିଥି- ୪ର୍ଥୀ ଦିବା ୦୧.୧୦ ଗତେ ୫ମୀ,ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର,ଘାତବାର- ତୁଳା ଓ କୁମ୍ଭ ରାଶିର,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ସନ୍ଧ୍ୟା ୦୫.୨୬ ପର୍ଯ୍ୟନ୍ତ ।
ଉ,ଷାଢା- ପରିବାରରେ ଉତମ ବୁଝାମଣା ଦ୍ୱାରା ଉନ୍ନତି ଲାଭ କରିବେ । ଆନୁଷ୍ଠାନିକ କାମଗୁଡ଼ିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପଡ଼ିବ । ବାଣିଜ୍ୟ ବ୍ୟବସାୟରେ ଆର୍ଥିକ କ୍ଷତି ସହିବାକୁ ପଡିପାରେ ।
ଶ୍ରବଣା- ଚାହୁଁଥିବା ଦିଗରୁ ଅର୍ଥ ସହଯୋଗ ଆଶା ଭଣ୍ଡୁର ହୋଇଯିବ। କର୍ମକ୍ଷେତ୍ରରେ ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ଦୀର୍ଘଦିନର ପୁରୁଣା ରୋଗ ସକାଶେ ବିଶେଷ ଚିନ୍ତିତ ରହିପାରନ୍ତି।
ଧନିଷ୍ଠା- ସମ୍ପର୍କୀୟଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ଅସୁବିଧାରେ ପଡ଼ିପାରନ୍ତି। ବିଳମ୍ବରେ କାମଗୁଡ଼ିକ ସମ୍ପନ୍ନ ହେବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ । ପରିଜନଙ୍କ ସହ ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ ଓ ଲକ୍ଷ୍ୟ ହାସଲ କରିବେ।
ପ୍ରତିକାର – ଦକ୍ଷିଣକାଳିଙ୍କୁ ପୂଜା କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮