ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୫ ତାରିଖ ଗୁରୁବାର ।ଚନ୍ଦ୍ର- ମକର ଅହୋରାତ୍ର,ତିଥି- ୪ର୍ଥୀ ଦିବା ୦୧.୧୦ ଗତେ ୫ମୀ,ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର,ଘାତବାର- ତୁଳା ଓ କୁମ୍ଭ ରାଶିର,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ସନ୍ଧ୍ୟା ୦୫.୨୬ ପର୍ଯ୍ୟନ୍ତ ।
ମୂଳା- ପରିବାରରେ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ଉପୁଜିପାରେ। ପ୍ରତ୍ୟେକ କ୍ଷେତ୍ରରେ ଚେଷ୍ଟା ଅବ୍ୟାହତ ରଖିଲେ ମଧ୍ୟ ପ୍ରତିବନ୍ଧକ ପିଛା ଛାଡିବ ନାହିଁ। କର୍ମକ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।
ପୂ,ଷାଢା- ସାଧାରଣ ବ୍ୟତିକ୍ରମକୁ ବାଦ୍ ଦେଲେ ଦିନଟି ମନ୍ଦ ହେବନି । ପଡ଼ୋଶୀ, ଆତ୍ମୀୟସ୍ବଜନଙ୍କ ଦ୍ୱାରା ସାହାଯ୍ୟ, ସହଯୋଗଲାଭର ସୂଚନା ରହିଛି। ନୂତନ ଗୃହୋପକରଣ କ୍ରୟ କରିପାରନ୍ତି।
ଉ,ଷାଢା- ଶିଳ୍ପ, ବାଣିଜ୍ୟ, ପରିବହନ କ୍ଷେତ୍ରରେ ପ୍ରତିବନ୍ଧକ ଦୂର ହେବ । ଆତ୍ମୀୟଙ୍କ ଅନାଦରଭାବ, ଅସ୍ଥିରତାଯୁକ୍ତ ନିଷ୍ପତ୍ତି, ମନକୁ ହଲଚଲ କରିପାରେ। ବିଦ୍ୟାର୍ଥୀ ମାନେ ପ୍ରତିଦ୍ୱନ୍ଦିତାରେ ସଫଳ ହେବା ପାଇଁ ଚେଷ୍ଟା କରିବେ ।
ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩