ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୫ ତାରିଖ ବୁଧବାର । ଚନ୍ଦ୍ର – କନ୍ୟା ଅହୋରାତ୍ର,ତିଥି – ୧୪ଶୀ ଦିବା ୦୯.୧୯ ଗତେ ପୂର୍ଣ୍ଣିମା,ଘାତ ଚନ୍ଦ୍ର – ବୃଷ ଅହୋରାତ୍ର, ଘାତ ବାର – କର୍କଟ,ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୧୧.୨୧ ପର୍ଯ୍ୟନ୍ତ ।
ମୃଗଶିରା- ଜର ଚକ୍ଷୁ ପ୍ରତି ଧ୍ୟାନ ଦିଅନ୍ତୁ । ବାଣିଜ୍ୟ - ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦିତା ବଢିବ । ପରିସି୍ଥତିରେ ପଡି ଅନ୍ୟମାନଙ୍କୁ ଭୁଲ ବୁଝିବେ । କୈାଣସି ଅସୁବିଧା ନଥିଲେ ମଧ୍ୟ ଅଯଥାରେ ଚିନ୍ତାକରି ବିବ୍ରତ ହୁଅନ୍ତୁ ନାହିଁ ।
ଆଦ୍ରା- ପରୀକ୍ଷାରେ ସଫଳତାଦି ଅଭିଳାଷା ପୂର୍ଣ୍ଣତା ଲାଭ କରିବ । ରାଜନିତିରେ ଆଲୋଚନାରେ ନିଜକୁ ସାମିଲ କରିବେ । ବାଧ୍ୟ, ବାଧକତାରେ ଦୂରଯାତ୍ରା କରିବାକୁ ପଡିପାରେ । କର୍ମକ୍ଷେତ୍ରରେ ସନ୍ଦେହଜନକ ବାତାବରଣ ମଧ୍ୟରେ ଅଣନିଶ୍ୱାସୀ ହେବାକୁ ପଡିପାରେ ।
ପୁନର୍ବସୁ- ମହିଳା ମାନେ ମଧୁର ସଂପର୍କ ଗଢିବେ । ନିଜ ପରିସରରେ ସବୁ କିଛିକୁ ହାଲୁକା ଭାବେ ଗ୍ରହଣ କରିଲେ ଅସୁବିଧାରେ ପଡିପାରନ୍ତି । ଆବଶ୍ୟକତା ପୂରଣ କରିବା ସକାଶେ ଟଙ୍କା,ପଇସା ଧାର କରିପାରନ୍ତି ।
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫