ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୫ ତାରିଖ ବୁଧବାର । ଚନ୍ଦ୍ର – କନ୍ୟା ଅହୋରାତ୍ର,ତିଥି – ୧୪ଶୀ ଦିବା ୦୯.୧୯ ଗତେ ପୂର୍ଣ୍ଣିମା,ଘାତ ଚନ୍ଦ୍ର – ବୃଷ ଅହୋରାତ୍ର, ଘାତ ବାର – କର୍କଟ,ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୧୧.୨୧ ପର୍ଯ୍ୟନ୍ତ ।
ଉ- ଫାଲ୍ଗୁନୀ- ଆରୋଗ୍ୟ ଲାଭ ସହ ବୈଦ୍ଧିକ ବିକାଶ ଘଟିବ । ଘରକୁ ଅତିଥିଙ୍କ ଆଗମନ ହୋଇପାରେ ପରିବହନ, କଳା, ବାଣିଜ୍ୟରେ ଲାଭାନ୍ୱିତ ହୋଇ ପାରନ୍ତି । ସରକାରି କ୍ଷେତ୍ରରେ ପ୍ରୋତ୍ସାହନ ମିଳିପାରେ ।
ହସ୍ତା- ରାଜନିତିରେ ଉଦ୍ୟମରେ ଅହେତୁକ ବାଧାବିଘ୍ନ ଦେଇ ଗତି କରିପାରନ୍ତି । କ୍ରିଡା କ୍ଷେତ୍ରରେ ଉଲେଖନୀୟ ସଫଳତା ମିଳିପାରେ । ଚାକିରିରେ ପ୍ରାଧ୍ୟନତା ମିଳିବ । ବିଦ୍ୟାର୍ଥୀ ମାନେ ପଢାରେ ମନ ଲଗାଇବେ ।
ଚିତ୍ରା- କୋର୍ଟକଚେରି ମାମଲାରେ ଲାଗିରହିଥିବା ଅଚଳାବସ୍ଥା ଦୂରିଭୂତ ହେବ । ମହିଳା ମାନଙ୍କର ଧାର୍ମିକ ଭାବନା ଉଦେୟ ହେବ । ଗୃହ ନିର୍ମାଣ ବ୍ୟବସାୟ କ୍ଷେତ୍ରରେ ସଫଳତା ଲାଭ କରିବେ ।
ପ୍ରତିକାର - ଐ୍ୟଂ ସ୍ତୀଂ ଶ୍ରୀଂ ବୁଧାୟ ନମଃ ଜପ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫