• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 4th October 2023: ଏହି ରାଶିର ବ୍ୟକ୍ତି ସରକାରୀ ଚାକିରି କରିଥିଲେ ମିଳିପାରେ ଖୁସି ଖବର

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୦୪ ତାରିଖ ବୁଧବାର । ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି- ୬ଷ୍ଠୀ ନିଶାନ୍ତ ୦୫.୪୧ ଗତେ ୭ ମୀ । ଘାତ ଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତ ବାର- କର୍କଟ । ପୁଷ୍କର ଦୋଷ- ନିଶାନ୍ତ ୦୫.୪୧ ଗତେ ୧ ପାଦ-ପଶୁସମ୍ପଦ ନାଶ- ଅନ୍ନ ଦାନ ।

Taurus

ବୃଷ

Wednesday 04 Oct 2023

କୃତିକା-ପାରିବାରିକ ସ୍ଥିତି କେତେକାଂଶରେ ଭଲ ଥିଲେ ମଧ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଟି ଅଟକି ରହିଥିବାରୁ ଟେନ୍‌ସନ ଲାଗିରହିବ । ଆମଦାନୀ ବାଣିଜ୍ୟରେ ଉନ୍ନତି କରିବେ ଏବଂ ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିବେ । ମନର ବଳ ଖୁବ୍ ଟାଣ ରହିବ ଏବଂ ଜିଦ୍ରେ ଅଟଳ ରହିବେ ।

ରୋହିଣୀ- ପରୋକ୍ଷ ଭାବରେ ଖଳ ଲୋକମାନେ ବିରୁଦ୍ଧାଚରଣ କରିପାରନ୍ତି । କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ । ଶିକ୍ଷା, ପରୀକ୍ଷା, ବନ୍ଧୁଙ୍କ ସହ ଆଲୋଚନା ବିଶେଷ ସନ୍ତୋଷଜନକ ନ ହୋଇପାରେ ।

ମୃଗଶିରା- ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃ ବିବାଦର ସମ୍ମୁଖୀନ ହୋଇପାରନ୍ତି । କେତେକ ସାମାନ୍ୟ ଭୁଲରୁ ମଧ୍ୟ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ । ସନ୍ତାନଙ୍କ ବୈବାହିକ ସମସ୍ୟାକୁ କେନ୍ଦ୍ରକରି ମନ ଭଲ ରହିବନାହିଁ ।

ପ୍ରତିକାର- ମା’ କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :