ସୈାର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୪ ତାରିଖ ଶୁକ୍ରବାର, ଚନ୍ଦ୍ର – କୁମ୍ଭ ଅହୋରାତ୍ର ତିଥି - ୩ୟା ଦିବା ୧୨.୪୫ ଗତେ ୪ର୍ଥୀ ଘାତ ଚନ୍ଦ୍ର –ମିଥୁନ ଓ ମୀନ ରାତ୍ରି ୧୧.୧୮ ଗତେ ଧନୁ ଘାତ ବାର – ବିଛା ଧନୁ ଓ ମୀନ ପୁଷ୍କର ଦୋଷ – ପ୍ରାତଃ ୦୭.୦୮ ଗତେ ୧ ପାଦ କୁଟୁମ୍ବହାନି- ତିଳକାଞନ ଦାନ ନିଶାନ୍ତ ୦୪.୪୪ ପର୍ଯ୍ୟନ୍ତ
ଉ- ଫାଲ୍ଗୁନୀ- ପାରିବାରିକ ସମସ୍ୟାର ସମାଧାନ ଦିଗରେ ଚେଷ୍ଟିତ ହେବେ। ବନ୍ଧୁମାନଙ୍କ ସହାୟତାରେ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବେ। ଫେରିବା ବାଟରେ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ଉପସ୍ଥିତ ବୁଦ୍ଧି ଯୋଗୁ ବିପଦ ମୁକ୍ତ ହେବେ।
ହସ୍ତା-କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର ପାଇଁ ଦିନଟି ବହୁତ ଭଲ। ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍ ବୁଝିପାରନ୍ତି। ଭୁଲ୍ ବୁଝାମଣାରେ ପାଖ ପଡ଼ୋଶୀମାନେ ହତାଦର ମନୋଭାବ ପୋଷଣ କରିବେ।
ଚିତ୍ରା- କୌଣସି ପ୍ରୋଗାମ କରିବାର ଯୋଜନା କରିପାରନ୍ତି। ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ।
ପ୍ରତିକାର - ପାଣିରେ କିଛି ଲୁଣ ପକାଇ ଘରକୁ ପୋଛନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫