• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 4th August 2023: ଯାତ୍ରାରେ ପ୍ରତିବନ୍ଧକ ଦେଖାଦେଇପାରେ, ବ୍ୟବସାୟରେ ଲାଭ ହୋଇପାରେ

ସୈାର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୪ ତାରିଖ ଶୁକ୍ରବାର,  ଚନ୍ଦ୍ର – କୁମ୍ଭ ଅହୋରାତ୍ର ତିଥି -  ୩ୟା ଦିବା ୧୨.୪୫ ଗତେ ୪ର୍ଥୀ ଘାତ ଚନ୍ଦ୍ର –ମିଥୁନ  ଓ ମୀନ ରାତ୍ରି ୧୧.୧୮ ଗତେ ଧନୁ ଘାତ ବାର – ବିଛା  ଧନୁ ଓ ମୀନ ପୁଷ୍କର ଦୋଷ – ପ୍ରାତଃ ୦୭.୦୮ ଗତେ ୧ ପାଦ କୁଟୁମ୍ବହାନି- ତିଳକାଞନ ଦାନ ନିଶାନ୍ତ ୦୪.୪୪ ପର୍ଯ୍ୟନ୍ତ

Leo

ସିଂହ

Friday 04 Aug 2023

ମଘା-ସମ୍ପର୍କ ହାନି କାରଣରୁ ମାନସିକ ଅସ୍ଥିରତା ଅନୁଭବ କରିବେ । ଆଲୋଚନା କ୍ଷେତ୍ରରେ କିମ୍ବା ସଭାସମିତିରେ ସଫଳତା ପାଇବେ ନାହଁ । ପରିବାର ଭିତରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ।
ପୂ- ଫାଲ୍‌ଗୁନୀ- ସାହିତ୍ୟ, ସାମ୍ବାଦିକତା, ଅନୁସନ୍ଧାନ, ପ୍ରଶାସନିକ ସ୍ଥିତି ଭଲ ରହିବ । ବ୍ୟବସାୟ ଅଧିକ ନ ହେଲେ ମଧ୍ୟ ମନ୍ଦ ହେବନାହିଁ । କର୍ମକ୍ଷେତ୍ରରେ ପଦୋନ୍ନତି କିମ୍ବା କୌଣସି ସୂତ୍ରରୁ ଅର୍ଥାଗମ ସମ୍ଭାବନା ରହିଛି। 
ଉ- ଫାଲ୍‌ଗୁନୀ- ମାନସିକ ସ୍ତରରେ କିଛି ଦୁଃଖ ରହିଥିଲେ ମଧ୍ୟ ଆବଶ୍ୟକ କ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ପଦସ୍ଥ ବ୍ୟକ୍ତିଙ୍କ ସାନିଧ୍ୟ ଲାଭକରି ଉଚ୍ଚସ୍ତରରୁ କିମ୍ବା ସଭାସମିତିରୁ ସମ୍ମାନିତ ହେବେ।

ପ୍ରତିକାର – ମାଆ ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ 

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :