ସୈାର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୪ ତାରିଖ ଶୁକ୍ରବାର, ଚନ୍ଦ୍ର – କୁମ୍ଭ ଅହୋରାତ୍ର ତିଥି - ୩ୟା ଦିବା ୧୨.୪୫ ଗତେ ୪ର୍ଥୀ ଘାତ ଚନ୍ଦ୍ର –ମିଥୁନ ଓ ମୀନ ରାତ୍ରି ୧୧.୧୮ ଗତେ ଧନୁ ଘାତ ବାର – ବିଛା ଧନୁ ଓ ମୀନ ପୁଷ୍କର ଦୋଷ – ପ୍ରାତଃ ୦୭.୦୮ ଗତେ ୧ ପାଦ କୁଟୁମ୍ବହାନି- ତିଳକାଞନ ଦାନ ନିଶାନ୍ତ ୦୪.୪୪ ପର୍ଯ୍ୟନ୍ତ
ଧନିଷ୍ଠା-ମାନସିକ ସ୍ଥିତି ବିଶେଷ ଭଲ ରହିବ ନାହିଁ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ବଢିପାରେ।ଅଟକି ରହିଯାଇଥିବା କାମପାଇଁ ଅନ୍ୟମାନଙ୍କୁ ଆଦେଶ ଦେଇ ସମାଲୋଚିତ ହୋଇପାରନ୍ତି।
ଶତଭିଷା- ସାମାଜିକ ସ୍ତରରେ ବୀବାଦୀୟ ଘଟଣାର ଦିଗ ପରିବର୍ତ୍ତନ ହୋଇଯାଇପାରେ। ଅନୁଷ୍ଠାନିକ କାମ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ । ମୂଲ୍ୟହୀନ କଥାଗୁଡାଏ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ।
ପୂ, ଭାଦ୍ରପଦ- ସନ୍ଧ୍ୟା ସମୟରେ ସତ୍ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ।ପିଲାମାନଙ୍କ ଗୌରବରେ ଗୌରବାନ୍ୱିତ ହୋଇପାରନ୍ତି। ବହୁତ ଦିନରୁ ସାଇତିଥିବା ଧନ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ।
ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮