• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 4th August 2023: ଯାତ୍ରାରେ ପ୍ରତିବନ୍ଧକ ଦେଖାଦେଇପାରେ, ବ୍ୟବସାୟରେ ଲାଭ ହୋଇପାରେ

ସୈାର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୪ ତାରିଖ ଶୁକ୍ରବାର,  ଚନ୍ଦ୍ର – କୁମ୍ଭ ଅହୋରାତ୍ର ତିଥି -  ୩ୟା ଦିବା ୧୨.୪୫ ଗତେ ୪ର୍ଥୀ ଘାତ ଚନ୍ଦ୍ର –ମିଥୁନ  ଓ ମୀନ ରାତ୍ରି ୧୧.୧୮ ଗତେ ଧନୁ ଘାତ ବାର – ବିଛା  ଧନୁ ଓ ମୀନ ପୁଷ୍କର ଦୋଷ – ପ୍ରାତଃ ୦୭.୦୮ ଗତେ ୧ ପାଦ କୁଟୁମ୍ବହାନି- ତିଳକାଞନ ଦାନ ନିଶାନ୍ତ ୦୪.୪୪ ପର୍ଯ୍ୟନ୍ତ

Taurus

ବୃଷ

Friday 04 Aug 2023

କୃତିକା- ଯେତେ ଉପାୟ ଅବଲମ୍ବନକଲେ ସୁଦ୍ଧା କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିବ ହିଁ ବଢ଼ିବ। ପାରିବାରିକ ସମସ୍ୟାର ସମାଧାନ କ୍ଷେତ୍ରରେ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ।
ରୋହିଣୀ- ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିପାରେ। ଗୃହସୀମା, ଜମିଜମାରେ ସମସ୍ୟାମୁକ୍ତ ରହିବେ। ମାନସିକ ସ୍ଥିରତା ରକ୍ଷା କରିବା କଷ୍ଟକର ହେବ। ପୁରାତନ ସମସ୍ୟାକୁ କେନ୍ଦ୍ରକରି ଯୋଗାଯୋଗ କଲେ ଉପକୃତ ହେବେ।    
ମୃଗଶିରା- ପିଲାଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ତର୍କର ସମ୍ଭାବନା ରହିଛି। ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ ନିଷ୍ପତ୍ତିକୁ ଅନ୍ୟମାନେ ସ୍ୱାଗତ କରିବେ। ସାମାନ୍ୟ ପ୍ରତିବନ୍ଧକ ଦେଖାଦେଲେ ମଧ୍ୟ କର୍ମକ୍ଷେତ୍ରରେ ନିଶ୍ଚିତ ଉପକୃତ ହେବେ।    

ପ୍ରତିକାର – ପାଣିରେ ଟିକେ ହଳଦୀ ମିଶେଇ ଗାଧାନ୍ତୁ    

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :