• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 4th August 2023: ଯାତ୍ରାରେ ପ୍ରତିବନ୍ଧକ ଦେଖାଦେଇପାରେ, ବ୍ୟବସାୟରେ ଲାଭ ହୋଇପାରେ

ସୈାର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୪ ତାରିଖ ଶୁକ୍ରବାର,  ଚନ୍ଦ୍ର – କୁମ୍ଭ ଅହୋରାତ୍ର ତିଥି -  ୩ୟା ଦିବା ୧୨.୪୫ ଗତେ ୪ର୍ଥୀ ଘାତ ଚନ୍ଦ୍ର –ମିଥୁନ  ଓ ମୀନ ରାତ୍ରି ୧୧.୧୮ ଗତେ ଧନୁ ଘାତ ବାର – ବିଛା  ଧନୁ ଓ ମୀନ ପୁଷ୍କର ଦୋଷ – ପ୍ରାତଃ ୦୭.୦୮ ଗତେ ୧ ପାଦ କୁଟୁମ୍ବହାନି- ତିଳକାଞନ ଦାନ ନିଶାନ୍ତ ୦୪.୪୪ ପର୍ଯ୍ୟନ୍ତ

Capricorn

ମକର

Friday 04 Aug 2023

ଉ, ଷାଢା-ପାରିବାରିକ କ୍ଷେତ୍ରରୁ ଅଭିଯୋଗ ଆସିପାରେ, ମାତ୍ର ପରୋକ୍ଷରେ ସବୁ କିଛି ଠିକ୍ ହୋଇଯିବ। କର୍ମକ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି । ନିଜ ମନ ପସନ୍ଦର ଜିନିଷ କିଣିବାର ସୁଯୋଗ ଲାଭକରି ଖୁସି ରହିବେ
ଶ୍ରବଣା- ଆର୍ଥିକ ଅନଟନକୁ ସୁଧାରିବା ସକାଶେ ଆଜି ହଠାତ୍ ଧାର ସୂତ୍ରରେ ଅର୍ଥ ପାଇବେ ।  ସଙ୍ଗୀତ, କଳା, ସାହିତ୍ୟ, ସାମ୍ବାଦିକତା, ଯୋଗାଯୋଗରେ ସମସ୍ୟା ସମାଧାନ ହୋଇଯିବ । ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇବେ ଏବଂ ଆମୋଦ ପ୍ରମୋଦର ମଉକା ଜୁଟିବ।
ଧନିଷ୍ଠା- ସାମାଜିକ ତଥା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯାଦା ବୃଦ୍ଧି ଘଟିବ।  ଗୃହସୀମାକୁ କେନ୍ଦ୍ରକରି ଥିବା ବିବାଦର ସମାଧାନ ହୋଇଯିବ । ସ୍ତ୍ରୀଙ୍କ ପରାମର୍ଶ ନେଇ କାଯର‌୍ୟ କଲେ ବିଶେଷ ଭାବରେ ଉପକୃତ ହେବେ।

ପ୍ରତିକାର – ନିମ୍ବକାଠରେ ଚନ୍ଦନ ଘୋରି ମସ୍ତକରେ ଧାରଣ କରନ୍ତୁ 

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :