ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ ସୋମବାର । ଚନ୍ଦ୍ର – ବିଛା ଦିବା ୦୧.୧୭ ଗତେ ଧନୁ, ତିଥି – ପୂର୍ଣ୍ଣିମା ସନ୍ଧ୍ୟା ୦୫.୦୮ ଗତେ ପ୍ରତିପଦ, ଘାତ ଚନ୍ଦ୍ର – ତୁଳା ଓ କୁମ୍ଭ ଅହୋରାତ୍ର, ଘାତ ବାର – ମିଥୁନ, ପୁଷ୍କର ଦୋଷ – ନାସ୍ତି
ଉ, ଷାଢା - ଆଜି ଆନୁଷ୍ଠାନିକ କ୍ଷେତ୍ରରେ, ବନ୍ଧୁତ୍ୱ ସ୍ଥାପନରେ, ଲେଖାପଢ଼ାରେ ଅବହେଳା ପ୍ରଦର୍ଶନ କରି ସମାଲୋଚିତ ହେବେ । ବିବାଦୀୟ ଘଟଣା ଠାରୁ ଦୂରେଇ ରୁହନ୍ତୁ ।
ଶ୍ରବଣା - ବ୍ୟବସାୟ, ବାଣିଜ୍ୟ ଓ ପରିବହନାଦି ବିଭିନ୍ନ ଦିଗରୁ ସମସ୍ୟା ମୁକ୍ତ ରହିପାରନ୍ତି । ଅବଶ୍ୟ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ଘରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହେବେ ।
ଧନିଷ୍ଠା - ମନ କଥା କାହାକୁ କହିପାରିବେ ନାହିଁ କିମ୍ବା କହିଲେ ମଧ୍ୟ କିଛି ଲାଭ ହେବନି । କେତେକ କ୍ଷେତ୍ରରେ ଇଚ୍ଛା ବିରୋଧରେ କାମ କରି ଅନୁତାପ କରିବାକୁ ପଡ଼ିପାରେ ।
ପ୍ରତିକାର – ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ ।
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮