ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ ସୋମବାର । ଚନ୍ଦ୍ର – ବିଛା ଦିବା ୦୧.୧୭ ଗତେ ଧନୁ, ତିଥି – ପୂର୍ଣ୍ଣିମା ସନ୍ଧ୍ୟା ୦୫.୦୮ ଗତେ ପ୍ରତିପଦ, ଘାତ ଚନ୍ଦ୍ର – ତୁଳା ଓ କୁମ୍ଭ ଅହୋରାତ୍ର, ଘାତ ବାର – ମିଥୁନ, ପୁଷ୍କର ଦୋଷ – ନାସ୍ତି
ମଘା - ବନ୍ଧୁ ମିଳନ ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ। ସାହାଯ୍ୟର ପ୍ରତିଶ୍ରୁତି ଦେଇଥିବା ବନ୍ଧୁ ପରକ୍ଷରେ ଓଲଟା କଥା କହି ଦୂରେଇ ରହିବେ । ଆତ୍ମୀୟସ୍ୱଜନ କାର୍ଯ୍ୟକଳାପ ଆପଣଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ ।
ପୂ- ଫାଲ୍ଗୁନୀ - ବାଣିଜ୍ୟ, ବ୍ୟବସାୟ, ପରିବହନ ତଥା ଆଇନ ଅଦାଲତରୁ ସୁଫଳ ପାଇବେ । ଅନ୍ୟମାନଙ୍କ ଉପରେ ନିର୍ଭର ନ କରି ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ ।
ଉ- ଫାଲ୍ଗୁନୀ - କର୍ମକ୍ଷେତ୍ରରେ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯାଇପାରେ । ଆର୍ଥିକ ସ୍ଥିତି ଭଲ ରହିଥିବାରୁ କାମଗୁଡ଼ିକ ସମ୍ପନ୍ନ କରିବାରେ ଅସୁବିଧା ରହିବ ନାହିଁ।
ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ ।
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧