/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746614423.jpg)
ଷ୍ଟକ ବଜାରରେ ଅସ୍ଥିରତା
ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କୀ ହାମଲାର ବଦଲା ନେବା ପାଇଁ ପାକିସ୍ତାନରେ ଏୟାର ଷ୍ଟ୍ରାଇକ କରିବା ପାଇଁ ଭାରତ ଆରମ୍ଭ କରିଛି ଅପରେସନ ସିନ୍ଦୂର । ଏଥିରେ ପ୍ରଭାବିତ ହୋଇଛି ଘରୋଇ ଷ୍ଟକ ବଜାର । ଘରୋଇ ଷ୍ଟକ୍ ବଜାରରେ ଅସ୍ଥିରତା ଦେଖାଦେଇଛି । ଭାରତୀୟ ଷ୍ଟକ ଏକ୍ସଚେଞ୍ଜର ପ୍ରମୁଖ ସୂଚକାଙ୍କ ବେଂଚମାର୍କ ନିଫଟି ୫୦ ଓ ବିଏସଇ ସେନ୍ସେକ୍ସ ହ୍ରାସ ପାଇଛି । ଆଜି ସକାଳେ କାରବାରରେ ସେନ୍ସେକ୍ସ ୦.୧୫ ପ୍ରତିଶତ ବା ୧୨୧.୦୧ ପଏଂଟ ହ୍ରାସ ପାଇ ୮୦,୫୨୦.୦୬ରେ ପହଂଚିଥିଲା । ନିଫ୍ଟି ୫୦ ୦.୬ ପ୍ରତିଶତ ବା ୧୫.୬ ପଏଂଟ ହ୍ରାସ ପାଇ ୨୪,୩୭୯.୬୦ରେ ପହଂଚିଥିଲା । ସେହିଭଳି ଅପରାହ୍ନ ୧ଟା ୪୬ ସୁଦ୍ଧା ବିଏସଇ ସେନ୍ସେକ୍ସ ୦.୧୨ ପ୍ରତିଶତ ବା ୯୫ ପଏଂଟ ହ୍ରାସ ପାଇ ୮୦,୫୪୬.୪୨ରେ ପହଂଚିଥିବା ବେଳେ ନିଫ୍ଟି ୦.୧୦ ପ୍ରତିଶତ ବା ୨୫ ପଏଂଟ ହ୍ରାସ ପାଇ ୨୪,୩୫୪.୨୦ରେ ପହଂଚିଛି ।
ଅଧିକ ପଢ଼ନ୍ତୁ: ସେୟାର ବଜାରରେ ଭୂକମ୍ପ, ୧୦ ସେକେଣ୍ଡରେ ଉଡ଼ିଗଲା ୧୯ ଲକ୍ଷ କୋଟି
ଭାରତର ଆକ୍ରମଣ ପରେ ବଡ ଧରଣର କ୍ଷତି ସହିବାକୁ ପଡିଛି । ଇନଭେଷ୍ଟମେଂଟ ରଣନୀତିକାର ମୁଖ୍ୟ ଭିକେ ବିଜୟକୁମାର କହିଛନ୍ତି ଯେ, ଗତ ୧୪ ଟ୍ରେଣ୍ଡିଂ ଦିନରେ ଭାରତ ବଜାର ୪୩୯୪୦ କୋଟି ନଗଦ ଆଦାୟ କରିଛି । ଭାରତର ଅଭିବୃଦ୍ଧି ଯୋଗୁଁ ଆମେରିକା ଓ ଚୀନରେ ଡଲାର ପଛରେ ପଡିଛି, ଯାହା ବଜାରରେ ସେହିଭଳି ସ୍ଥିତିକୁ ବଜାୟ ରଖିବ । ନିବେଶକମାନେ ଭାରତର ସୀମାନ୍ତବର୍ତୀ ଅଂଚଳରେ ହେଉଥିବା ବିକାଶକୁ ଦେଖିବା ଉଚିତ୍ । ସେନ୍ସେକ୍ସ ପ୍ରଭାବିତ ହେବା ଫଳରେ ପ୍ରମୁଖ କମ୍ପାନୀଗୁଡିକ ଯେପରିକି ଏଚସିଏଲ ଟେକ, ଏସିଆନ ପେଂଣ୍ଟସ, ନେସଲେ ଇଣ୍ଡିଆ, ଏଚୟୁଏଲ, ଟାଇଟାନ ଏବଂ ସନ ଫାର୍ମା କମ୍ପାନୀକୁ ମାନ୍ଦାବସ୍ଥା ଦେଇ ଗତି କରିବାକୁ ପଡିଛି । କିନ୍ତୁ ଏହାର ବିପରୀତ ସ୍ଥିତି ଦେଖିବାକୁ ମିଳିଛି ଅନ୍ୟ କେତେକ କମ୍ପାନୀରେ । ଟାଟା ମୋଟର୍ସ, ଏଚଡିଏଫସି ବ୍ୟାଙ୍କ, ପାୱାର ଗ୍ରିଡ, ଏସବିଆଇ ଏବଂ ଇଂଲଣ୍ଡ ବ୍ୟାଙ୍କର ଭଲ ପ୍ରଦର୍ଶନ ଦେଖିବାକୁ ମିଳିଛି । ଟାଟା ମୋଟର୍ସ ସେୟାରରେ ୪ ପ୍ରତିଶତ ଅଭିବୃଦ୍ଧି ଘଟିଛି ।
ବଜାର ବିଶେଷଜ୍ଞ ଅଜୟ ବାଗା କହିଛନ୍ତି, ଭାରତର ବଜାର ଉପରେ ଝୁଲି ରହିଥିବା ବର୍ତମାନର ଭୂ-ରାଜନୈତିକ ବିପଦ ଆଜି ସ୍ପଷ୍ଟ ହୋଇଯାଇଛି । ପାକିସ୍ତାନ ଉପରେ ଆକ୍ରମଣର କିଛି ବ୍ୟବଧାନ ପରେ ଭାରତ ପୁଣି ବଜାରରେ ପ୍ରଭାବ ବିସ୍ତାର କରିବ । ଆଗକୁ ଭାରତୀୟ ବଜାରର ସ୍ଥିତି କିପରି ରହିବ ତାହା ଯୁଦ୍ଧ ଉପରେ ନିର୍ଭର କରେ । ଗତ ମଙ୍ଗଳବାର ଭାରତ ଓ ପାକିସ୍ତାନ ମଧ୍ୟରେ ସଙ୍କଟ ଦେଖା ଦେବାରୁ ବଜାରରେ ମାନ୍ଦାବସ୍ଥା ଦେଖିବାକୁ ମିଳିଥିଲା । କୋଟାକ ସିକୁରିଟିଜର ଅଧିକାରୀ ଶ୍ରୀକାନ୍ତ ଚୌହାନ କହିଛନ୍ତି ଯେ, ଗତ ୧୫-୧୬ ଦିନ ହେବ ଭାରତ ଓ ପାକିସ୍ତାନ ମଧ୍ୟରେ ଭୂ-ରାଜନୈତିକ ସମସ୍ୟା ଯୋଗୁଁ ବଜାରରେ ହଲଚଲ ଦେଖିବାକୁ ମିଳିଛି । ଯଦି ଆଗକୁ ଯୁଦ୍ଧ ଲାଗି ରୁହେ ତାହାଲେ ନିଫଟି ୨୦୦-୪୦୦ ପଏଂଟକୁ ହ୍ରାସ ହେବାର ସମ୍ଭାବନା ରହିଛି । ଆମେରିକା ଓ ଚାଇନା ମଧ୍ୟରେ ବାଣିଜ୍ୟକୁ ନେଇ ଆଲୋଚନା ହୋଇଥିବା ବେଳେ ସୁନା ଦର ହ୍ରାସ ପାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)