/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746614769.jpg)
Why Modi Choose Tuesday
ସେଦିନ ଥିଲା ମଙ୍ଗଳବାର ଆଉ ଗତକାଲି ବି ଥିଲା ସେହି ମଙ୍ଗଳବାର । ହେଲେ ଏବେ ମଥାରେ ସିନ୍ଦୂର ନାହିଁ । କିନ୍ତୁ ‘ଅପରେସନ୍ ସିନ୍ଦୂର’ ନେଇଛି ବଦଲା । ୨୪ ଜଣ ହିନ୍ଦୁ ନାରୀଙ୍କ ଗଳାରୁ ମଙ୍ଗଳସୂତ୍ର ଖୋଲି ଦେଇଥିବା ରାକ୍ଷାସ ଗୁଡ଼ାକୁ କଡ଼ା ଜବାବ ଦେଇଛନ୍ତି ମୋଦି ସରକାର ।
ପ୍ରଶାନ୍ତ ସିନା ଆଉ ଫେରିବେନି । କିନ୍ତୁ, ଆଉ କେବେ ବି ଯେମିତି ଏପରି କାଣ୍ଡ ନଘଟେ ସେ ବ୍ୟବସ୍ଥା କରୁଛି ଭାରତୀୟ ସେନା । ଆତଙ୍କବାଦୀଙ୍କ ଆକ୍ରମଣ ପରେ ମୋଦି ସରକାର ନିରବରେ କରୁଥିଲେ ବଡ଼ ଯୋଜନା । ୧୩ ଦିନ ପରେ ପାକ୍ ଆକାଶରେ ରାଫେଲ୍ ଓ ସୁଖୋଇ ଉଡ଼ାଇ ପ୍ରତିଶୋଧ ନେଇଛି ଭାରତୀୟ ସେନା । ଗଡ଼ାଇଛି ଆତଙ୍କୀ ମୁଣ୍ଡ, ଖିନ୍ଭିନ୍ କରିଛି ପାକ୍ ମାଟି ।
ଆଉ ୧୫ ଦିନ ପରେ ଏବେ ମନରୁ ଟିକିଏ ଖୁସି ହୋଇଛନ୍ତି ଓଡିଶାର ବାଲେଶ୍ୱର ଜିଲ୍ଲାର ପ୍ରଶାନ୍ତଙ୍କ ପତ୍ନୀ ପ୍ରିୟଦର୍ଶିନୀ । ଆଉ ସରକାରଙ୍କୁ ଧନ୍ୟବାଦ ଦେବା ସହ ଆହୁରି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଘଟଣାକୁ ସିନା ୧୫ ଦିନ ହେଲାଣି । କିନ୍ତୁ ଏବେ ବି ଏ ପରିବାର ସେଦିନର କଥାକୁ ଭୁଲିପାରିନି । ପ୍ରଶାନ୍ତଙ୍କୁ ସମସ୍ତେ ଝୁରୁଛନ୍ତି । ଭଉଣୀ, ଭାଇ ଆଉ ମା’ ନ୍ୟାୟ ପାଇଁ ଅନାଇ ବସିଛନ୍ତି । ହେଲେ ମଙ୍ଗଳବାର ମଧ୍ୟରାତ୍ରି ଗୋଟାଏ ୫୪ ମିନିଟରେ ସେନା ପକ୍ଷରୁ ହୋଇଥିବା ଏୟାର ଷ୍ଟ୍ରାଇକ୍କୁ ନେଇ ଏବେ ଖୁବ୍ ଖୁସି ଏହି ପରିବାର ।
ଅପରେସନ ସିନ୍ଦୂର ପରେ ପ୍ରଶାନ୍ତଙ୍କ ପରିବାର କହିଛି ପରିବାର କହିଛି ଆତଙ୍କବାଦୀ ନିପାତ ହେବା ଦରକାର । ବିଳମ୍ବିତ ହେଲେ ବି ସରକାର ଆତଙ୍କବାଦୀଙ୍କ ଉପରେ ଆହୁରି ବଡ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ତେବେ ପ୍ରଶାନ୍ତଙ୍କ ପରିବାର ଆତଙ୍କବାଦୀଙ୍କ ଉପରେ ଏୟାର ଷ୍ଟ୍ରାଇକ୍କୁ ନେଇ ଖୁସିଥିବା ବେଳେ ଆଗକୁ ଆତଙ୍କବାଦୀଙ୍କ ଉପରେ ହମଲା ପାଇଁ ଦାବି କରିଛନ୍ତି ।
ତେବେ ଆଗକୁ ଭାରତ ପାକିସ୍ତାନ ଉପରେ କ'ଣ ପଦକ୍ଷେପ ନେବ, ସେ ବିଷୟରେ ଚିନ୍ତା କରି ଭୟରେ ରହିଛନ୍ତି ପାକିସ୍ତାନ ସରକାର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)