/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746621428.jpg)
ପଥର ଫିଙ୍ଗିଲେ ଫୁଲକୁଣ୍ଡ ଫୋପାଡ
ପହଲଗାମ ଆତଙ୍କବାଦୀ ହାମଲା ବିରୋଧରେ ଭାରତର କଡା ଆକ୍ସନକୁ ଭୂୟସୀ ପ୍ରଶଂସା କରିଛନ୍ତି ଭାରତୀୟ କ୍ରିକେଟର । ପ୍ରତ୍ୟେକ ଭାରତୀୟଙ୍କ ଅପେକ୍ଷାର ଅନ୍ତ ଘଟିଛି । ଭାରତୀୟ ସେନାର ପ୍ରଶଂସାରେ ଶତମୁଖ ଭାରତର ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ । ପାକିସ୍ତାନ ଉପରେ ‘ଅପରେସନ ସିନ୍ଦୂର’ ନାମରେ ହୋଇଥିବା ଆକ୍ରମଣକୁ ଶକ୍ତିଶାଳୀ କହିବା ସହ ତାଙ୍କ ସୋସିଆଲ ମିଡିଆ ସାଇଟରେ ଏକ ଜାତୀୟତାବାଦୀ ପୋଷ୍ଟ କରିଛନ୍ତି । ସେ କହିଛନ୍ତି, ‘‘ଯଦି କେହି ଆପଣଙ୍କୁ ପଥର ଫିଙ୍ଗୁଛନ୍ତି, ତାହାଲେ ଆପଣ ତାଙ୍କ ଉପରକୁ ଫୁଲ ଫିଙ୍ଗନ୍ତୁ, କିନ୍ତୁ ଫୁଲ କୁଣ୍ଡ ସହିତ ।’’
କେବଳ ସେହୱାଗ ନୁହନ୍ତି, ବରଂ ବର୍ତମାନର ଓ ପୂର୍ବତନର ବହୁ ଭାରତୀୟ କ୍ରିକେଟର ଦେଶ ପ୍ରତି ସେମାନଙ୍କର ଏକତାଭାବକୁ ପ୍ରକାଶ କରିଛନ୍ତି । ଗୌତମ ଗମ୍ଭୀର, ଆକାଶ ଚୋପ୍ରା, ହରଭଜନ ସିଂହ, ସୁରେଶ ରାଇନା ଏବଂ ଝୁଲଣ ଗୋସ୍ୱାମୀଙ୍କ ଭଳି ପ୍ରମୁଖ କ୍ରିକେଟରମାନେ ସେନାବାହିନୀକୁ ତାଙ୍କର ସମର୍ଥନ କରିଛନ୍ତି । ହରଭଜନ ସିଂହ ଏକ୍ସରେ ଲେଖିଛନ୍ତି, ‘‘ପହଲଗାମରେ ଆମ ନିରୀହ ଭାଇ ଭଉଣୀଙ୍କ ସାଙ୍ଗରେ ଘଟିଥିବା ବର୍ବର କାଣ୍ଡକୁ ‘ଅପରେସନ ସିନ୍ଦୂର’ ଭାରତର ଏକ ଦୃଢ ଜବାବ ।’’ ସେହିପରି ଚେତନା ଶର୍ମା ଏକ୍ସରେ ଲେଖିଛନ୍ତି, ଯେତେବେଳେ ଭାରତର ସୁରକ୍ଷା ଉପରକୁ ପ୍ରଶ୍ନ ଆସେ, ସେତେବେଳେ ଭାରତ ଚୁପ୍ ରୁହେନି । ଏହା କେବଳ ଏକ ଜବାବ ନୁହେଁ, ବରଂ ମେସେଜ ଅଟେ ।
ଅଧିକ ପଢ଼ନ୍ତୁ: ସୀମାରେ ଅବାଧ ଅନୁପ୍ରବେଶ ରୋକିବାକୁ ନୂଆ ପନ୍ଥା, ଆଣ୍ଟି ଡ୍ରୋନ୍ ସିଷ୍ଟମ ଆପଣାଇଲେ ପଞ୍ଜାବ ସରକାର
ସୂଚନାଯୋଗ୍ୟ, ଦକ୍ଷିଣ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ଦୃଢ ଜବାବ ଦେବା ପାଇଁ ଏପ୍ରିଲ ୭ରେ ଭାରତୀୟ ସେନା ପକ୍ଷରୁ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରର ୯ଟି ଆତଙ୍କବାଦୀ ଲଂଚପ୍ୟାଡ ଉପରକୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ କରାଯାଇଥିଲା । ପାକିସ୍ତାନର ସେନା, ଭିତିଭୂମି ଓ ସାଧାରଣ ନାଗରିକଙ୍କ କୌଣସି କ୍ଷତି ନ କରିବା ଲକ୍ଷ୍ୟରେ କେବଳ ଜୈସ-ଇ-ମହମ୍ମଦ, ଲସ୍କର-ଏ-ତୋଏବା ଓ ହିଜବୁଲ୍ଲ ମୁଜାହିଦୀନ ଭଳି ଆତଙ୍କବାଦୀଙ୍କ ଗଡକୁ ଟାର୍ଗେଟ କରିଥିଲା ଭାରତୀୟ ବାୟୁସେନା । କେବଳ ଆତଙ୍କବାଦୀଙ୍କୁ ନିପାତ କରିବା ଏହି ଏୟାର ଷ୍ଟ୍ରାଇକର ଲକ୍ଷ୍ୟ ଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)