ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ଶନିବାର । ଚନ୍ଦ୍ର- ବିଛା ଅହୋରାତ୍ର,ତିଥି- ୧୪ଶୀ ଦିବା ୧୦.୩୦ ଗତେ ଅମାବାସ୍ୟା,ଘାତଚନ୍ଦ୍ର- ନାସ୍ତି,ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର,ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ଦିବା ୧୨.୩୩ ଗତେ ୧ ପାଦ-କୃହିହାନି-ଭୂମିଦାନ ।
ଉ,ଷାଢା- ବ୍ୟବସାୟରେ ଲାଭବାନ୍ ହେବେ । ସାଂସାରିକ ଜୀବନରେ ଚିନ୍ତିତ ରହିବେ । ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ । କର୍ମ କରିବା ଶୈଳୀରେ ପରିବର୍ତନ ଆଣିବେ ଓ କର୍ମ ପାଇଁ ସମ୍ମାନିତ ହେବେ । ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବେ ।
ଶ୍ରବଣା- ଛାତ୍ର ଛାତ୍ରୀ ମାନେ କ୍ୟାରିୟର ପାଇଁ ଚିନ୍ତିତ ହେବେ । ଚାକିରି ସମ୍ବଦ୍ଧିୟ ଭଲ ଖବର ମିଳିପାରେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ପ୍ରଶଂସାର ପାତ୍ର ହେବେ ।
ଧନିଷ୍ଠା- ବିଦ୍ୟାର୍ଥୀ ମାନେ ଗୁରୁଜନ ମାନଙ୍କ ଆଜ୍ଞା ପାଳନ କରିବେ । ନୂଆ କାର୍ୟ୍ୟ ପାଇଁ ପ୍ଲାଲିଙ୍ଗ କରି ପାରନ୍ତି । ସମୟ ଆନନ୍ଦ ଦାୟକ ରହିବ ଏବଂ ଚିନ୍ତା ମୁକ୍ତ ରହିବେ ।
ପ୍ରତିକାର – ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮