ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ଶନିବାର । ଚନ୍ଦ୍ର- ବିଛା ଅହୋରାତ୍ର,ତିଥି- ୧୪ଶୀ ଦିବା ୧୦.୩୦ ଗତେ ଅମାବାସ୍ୟା,ଘାତଚନ୍ଦ୍ର- ନାସ୍ତି,ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର,ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ଦିବା ୧୨.୩୩ ଗତେ ୧ ପାଦ-କୃହିହାନି-ଭୂମିଦାନ ।
କୃତିକା- ପ୍ରେମରେ ସଫଳତା ଅନୁଭବ କରିବେ । ଅଧିକ ପରିଶ୍ରମ କାରଣରୁ ସ୍ୱାସ୍ଥ୍ୟ ହାନିର ସମ୍ଭାବନା ରହିଛି । ବ୍ୟବସାୟରେ ଉନ୍ନତି ପାଇଁ ନୂଆ ପଥ ଖୋଲିବ ।
ରୋହିଣୀ- ସଭା ସମିତିରେ କାମ ଗୁଡିକ ସୁରୁଖୁରୁରେ ସମ୍ପୂର୍ଣ ହୋଇଯିବ । କୌଣସି ବିବାଦୀୟ କଥାରେ ମୁଣ୍ଡ ନ ପୁରେଇବା ଭଲ । ଘରକୁ ବନ୍ଧୁ ଆସିପାରନ୍ତି । ବିଦ୍ୟାର୍ଥୀଙ୍କ ପଢାପଢିରେ ଅବହେଳା ଘଟିବ ।
ମୃଗଶିରା- କୋର୍ଟ ରେ ଚାଲିଥିବା କେସ୍ ର ତାରିଖ ଅଜି ସ୍ଥିର ହେବ । ଆପଣଙ୍କୁ ପୁରସ୍କାର ମିଳିବାର ଯୋଗ ରହିଛି । କ୍ଷମତା ଶାଳୀ ହେବାର ସୁଯୋଗ ଆସିବ । ଆପଣଙ୍କ କାମରେ ଅନ୍ୟ ମାନଙ୍କୁ ଖୁସି କରିପାରିବେ ।
ପ୍ରତିକାର – ଭାର୍ଗବୀଙ୍କର ପୂଜାର୍ଚ୍ଚନା କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬