ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ଶନିବାର । ଚନ୍ଦ୍ର- ବିଛା ଅହୋରାତ୍ର,ତିଥି- ୧୪ଶୀ ଦିବା ୧୦.୩୦ ଗତେ ଅମାବାସ୍ୟା,ଘାତଚନ୍ଦ୍ର- ନାସ୍ତି,ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର,ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ଦିବା ୧୨.୩୩ ଗତେ ୧ ପାଦ-କୃହିହାନି-ଭୂମିଦାନ ।
ଉ,ଫଳଗୁନି- ବ୍ୟବସାୟରେ କଠିନ ପରିଶ୍ରମ କରି ଲାଭବାନ୍ ହୋଇ ପାରନ୍ତି । ପାରିବାରିକ ଜୀବନରେ ଉତ୍ସାହ ଓ ପ୍ରେରଣା ମିଳିବ । ବିଶେଷତଃ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରିବାକୁ ପଡିପାରେ । ପ୍ରେମ ସଂପର୍କ ମଜବୁତ୍ ରହିବ ।
ହସ୍ତା- ରାଜନୀତିରେ କୈାଣସି ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟକୁ ହାତକୁ ନେବେ । ଚାକିରିରେ ଦୂର ଯାତ୍ରାର ସମ୍ଭାବନା ରହିଛି । ଅଜଣା ଶତୃ ଆପଣଙ୍କର କ୍ଷତି କରି ପାରନ୍ତି ।
ଚିତ୍ରା- ଗମନା ଗମନ କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ଆପଣଙ୍କ କଥାକୁ ଲୋକେ ଗମ୍ଭୀରତାର ସହ ଶୁଣିବେ । ସକାରତ୍ମକ ବିଚାର କ୍ୟାରିୟରକୁ ନୂଆ ଦିଶା ଦେବ । ଖେଳକୁଦରେ ମନ ଦେବେ ।
ପ୍ରତିକାର - ପକ୍ଷୀମାନଙ୍କୁ କିଛି ଖାଇବାକୁ ଦିଅନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫