• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 30th July 2023: ଏହି ରାଶିର ବ୍ୟକ୍ତି... ଆଜି ଜମିଜମା କ୍ଷେତ୍ରରେ ନୂତନ ଚୁକ୍ତିପତ୍ର ସ୍ୱାକ୍ଷର କରିପାରନ୍ତି

ସୌର କର୍କଟ ମାସ ଶ୍ରାବଣ (ମଳ) ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ରବିବାର । ଚନ୍ଦ୍ର- ବିଛା ରାତ୍ରି ୧୧.୩୩ ଗତେ ଧନୁ । ତିଥି- ୧୨ଶୀ ଦିବା ୧୦.୩୪ ଗତେ ୧୩ଶୀ । ଘାତ ଚନ୍ଦ୍ର- ତୁଳା, କୁମ୍ଭ ଅହୋରାତ୍ର । ଘାତ ବାର- ମେଷ । ପୁଷ୍କର ଦୋଷ- ୨ପାଦ- କୃଷି ଓ ପଶୁହାନୀ- ଭୂମି ଓ ଅନ୍ନଦାନ ଦିବା ୧୦.୩୪ ଗତେ ୧ପାଦ-କୃଷିହାନୀ-ଭୂମିଦାନ ।

Virgo

କନ୍ୟା

Sunday 30 Jul 2023

ଉ, ଫାଲଗୁନୀ- କୈାଣସି ଆତ୍ମୀୟଙ୍କ ନକାରତ୍ମକ ଚିନ୍ତାଧାରା ମନକୁ ସାମୟିକ ବିବ୍ରତ କରିପାରେ । ଧାର୍ମିକ ଆୟୋଜନର ରୂପରେଖ ପ୍ରସ୍ତୁତ କରିବେ । କର୍ମକ୍ଷେତ୍ରରେ ସମସ୍ୟା ନିରାକରଣ ପାଇଁ ଚେଷ୍ଟିତ ହେବେ ।

ହସ୍ତା- ବିବେକ ପ୍ରୟୋଗ କରି ସବୁ କାମକୁ ହାସଲ କରିବେ । ରାଜନୈତିକ ପରିସ୍ଥିତି ସମ୍ଭାଳିବା ପରିପ୍ରେକ୍ଷୀରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡିପାରେ । ସରକାରୀ ସ୍ତରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ ।

ଚିତ୍ରା- ସାଂସାରିକ ଜୀବନ ଶାନ୍ତି ଦାୟକ ରହିବ । ଅଫିସ୍ କାମରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ଜମିବାଡିକୁ ନେଇ ପରିବାରରେ ସାମୟିକ ଅଶାନ୍ତି ଦେଖାଦେବ ।

ପ୍ରତିକାର - ଧଳା ବା ନୀଳ ରଙ୍ଗର ପୋଷାକ ପରିଧାନ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :