• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 30th July 2023: ଏହି ରାଶିର ବ୍ୟକ୍ତି... ଆଜି ଜମିଜମା କ୍ଷେତ୍ରରେ ନୂତନ ଚୁକ୍ତିପତ୍ର ସ୍ୱାକ୍ଷର କରିପାରନ୍ତି

ସୌର କର୍କଟ ମାସ ଶ୍ରାବଣ (ମଳ) ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ରବିବାର । ଚନ୍ଦ୍ର- ବିଛା ରାତ୍ରି ୧୧.୩୩ ଗତେ ଧନୁ । ତିଥି- ୧୨ଶୀ ଦିବା ୧୦.୩୪ ଗତେ ୧୩ଶୀ । ଘାତ ଚନ୍ଦ୍ର- ତୁଳା, କୁମ୍ଭ ଅହୋରାତ୍ର । ଘାତ ବାର- ମେଷ । ପୁଷ୍କର ଦୋଷ- ୨ପାଦ- କୃଷି ଓ ପଶୁହାନୀ- ଭୂମି ଓ ଅନ୍ନଦାନ ଦିବା ୧୦.୩୪ ଗତେ ୧ପାଦ-କୃଷିହାନୀ-ଭୂମିଦାନ ।

Aquarius

କୁମ୍ଭ

Sunday 30 Jul 2023

ଧନିଷ୍ଠା- କୌଣସି ଖବର ପାଇ ମନ ଅସ୍ଥିର ହୋଇପାରେ । ସ୍ୱାସ୍ଥ୍ୟରେ ଅବୋନ୍ନତି ଦେଖା ଦେଇପାରେ । ବ୍ୟବସାୟରେ ସ୍ଥାୟୀ ରହିବା ପାଇଁ ଚେଷ୍ଟା କରିବେ । ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବା ସହିତ ନିଜର ଦକ୍ଷତା ପ୍ରତିପାଦିତ କରିବେ ।

ଶତଭିଷା- କମ୍ ପରିଶ୍ରମ କରି ନିଜର ଉଦେଶ୍ୟ ହାସଲ କରିନେବେ । ରାଜନୀତିରେ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ହାତ ମିଶାଇବେ । ଛାତ୍ରଛାତ୍ରୀ ଗୁରୁଜନଙ୍କ ଠାରୁ ଭଲ ପରାମର୍ଶ ପାଇବେ ।

ପୂ , ଭାଦ୍ରପଦ – ଅଫିସ୍‌ରେ ଆପଣଙ୍କୁ ସାବଧାନ ରହିବାକୁ ପଡିବ । ଜମିକୁ ନେଇ ବହୁ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ । ମହିଳା ମାନେ ବନ୍ଧୁପରିଜନଙ୍କ ପ୍ରିୟପାତ୍ର ହେବେ ।

ପ୍ରତିକାର – ନାଲି ପୋଷାକ ବ୍ୟବହାର କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :