Advertisment

Short Film Kokua: ଆସୁଛି ନୂଆ ଥ୍ରୀଲର ଫିଲ୍ମ 'କୋକୁଆ'; ଜାଣନ୍ତୁ କେବେ ଓ କେଉଁଠି ହେବ ରିଲିଜ୍

ଆସନ୍ତା ମେ' ୧୬ ତାରିଖରେ ତରଙ୍ଗ ପ୍ଲସ୍ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ ସର୍ଟ ଫିଲ୍ମ 'କୋକୁଆ' । ସୌମ୍ୟ ରଞ୍ଜନ ରାଣାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଥ୍ରୀଲର ଓ ସସପେନ୍ସରେ ଭରପୂର ।

author-image
Namita Biswal
ଅଦ୍ୟତନ ହୋଇଛି
Short Film Kokua

Short Film Kokua

ଆସନ୍ତା ମେ' ୧୬ ତାରିଖରେ ତରଙ୍ଗ ପ୍ଲସ୍ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ ସର୍ଟ ଫିଲ୍ମ 'କୋକୁଆ' । 'ନୂଆ ସିନେମା ପ୍ରଡକ୍ସନ' ବ୍ୟାନରରେ ପ୍ରସ୍ତୁତ 'କୋକୁଆ' ଏକ ଥ୍ରୀଲର ଫିଲ୍ମ । ଏହାର ନିର୍ଦ୍ଦେଶନା ଓ ପ୍ରଯୋଜନା କରିଛନ୍ତି ଯୁବ ନିର୍ଦ୍ଦେଶକ ସୌମ୍ୟ ରଞ୍ଜନ ରାଣା । କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଦାୟିତ୍ୱରେ ସମୀର ରଞ୍ଜନ ରାଣା ଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସାଇଚରଣ । ଲଳିତ ପୂଜାରୀ ଓ ଶ୍ରୀନିବାସ ମିଶ୍ରଙ୍କ ଅଭିନୀତ ଏହି ଫିଲ୍ମ ଆଦିବାସୀ ଅଧ୍ୟୁଷିତ ଗ୍ରାମ୍ୟ ପୃଷ୍ଠଭୂମି ଉପରେ ଆଧାରିତ ଏବଂ ସସପେନ୍ସରେ ଭରପୂର । ପୂର୍ବରୁ ଏହାର ପ୍ରୋମୋ ରିଲିଜ୍ ହୋଇଥିଲା ।

Advertisment

ଫିଲ୍ମର ଦୁଇ ଜଣ ମୁଖ୍ୟ ଚରିତ୍ର ମୁନା ଓ ତା'ର ଦାଦା ଅଶୋକ । ମୁନା ସ୍ୱଭାବରେ ଖୁବ୍ ଡରୁଆ । ଅଶୋକ ଜଣେ ଶିକାରୀ । ଦୁହେଁ ଘଞ୍ଚ ଜଙ୍ଗଲକୁ ବାର୍‌ହା ଶିକାର ପାଇଁ ଯାଇଥିବା ବେଳେ ବର୍ଷାରୁ ରକ୍ଷା ପାଇଁ ଗୋଟିଏ ଛୋଟ ଝୁମ୍ପୁଡିରେ ଆଶ୍ରୟ ନିଅନ୍ତି, ଏଇଠୁ ଆରମ୍ଭ ହୁଏ ଫିଲ୍ମର କାହାଣୀ । ଅଶୋକ ଭୟାଳୁ ପୁତୁରାକୁ ଉପହାସ କରେ । ଯିଏ ଡରିଯାଏ ସେ ମରିଯାଏ ବୋଲି କହେ । ବର୍ଷା କମିବା ପରେ ଦୁହେଁ ଯେତେବେଳେ ପୁଣି ଶିକାର ପାଇଁ ଯାଆନ୍ତି, ଅଶୋକ ମୁନାକୁ ସ୍ଥାନୀୟ ଦେବତା ରାବଣଧରାର କାହାଣୀ ଶୁଣାଏ । ପ୍ରତି ବର୍ଷାଋତୁ ଶେଷରେ କେମିତି ରାବଣଧରା ଦୁଇଟି ମୁଣ୍ଡ ନିଏ, ତା' ବି କହେ ।

ଅଧିକ ପଢ଼ନ୍ତୁ: ଶାହରୁଖ ଖାନ୍‌ଙ୍କ ଲୁକ୍ ଏତେ ପସନ୍ଦ ଆସିଥିଲା ଯେ କପି କଲେ କାଜୋଲ

ମୁନା ପ୍ରଥମେ ତ ଏ କଥାକୁ ଅନ୍ଧବିଶ୍ୱାସ କହି ଅବିଶ୍ୱାସ କରେ ହେଲେ ପରେ ଖୁବ୍ ଡରିଯାଏ । ଏହା ଦେଖି ଅଶୋକ ତାକୁ ପୁଣି ଉପହାସ କରିବା ଆରମ୍ଭ କରେ ଏବଂ ତା' ମାଆ ବି ତା ଭଳି ଦୁର୍ବଳ ଥିଲା ଏବଂ ତାର ମଦୁଆ ବାପା ହାତରେ ମରିଥିଲା ବୋଲି କହେ । ଏଥିରେ ମୁନା ରାଗିଯାଏ ଏବଂ ଦୁହିଁଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହୁଏ । ଉତ୍ୟକ୍ତ ମୁନା ରାଗରେ ଅନ୍ଧ ହୋଇ ଶିକାର ପାଇଁ ଥିବା ହତିଆରରେ ଅଶୋକର ଗଳା କାଟିଦିଏ ।

Advertisment

ଯେତେବେଳେ ତାକୁ ଏକଥାର ଅନୁଭବ ହୁଏ ସେ ଭୟଭୀତ ହୋଇପଡେ ଏବଂ ଦୌଡିବାକୁ ଲାଗେ । ଦୌଡୁ ଦୌଡୁ ସେ ଏକ ପଥର ଚଟାଣରେ ଝୁଣ୍ଟି ପଡେ । ଯେଉଁ ରାବଣଧରାର କାହାଣୀକୁ ସେ ଅନ୍ଧବିଶ୍ୱାସ କହି ଉଡାଇ ଦେଇଥିଲା, ତାହା ଶେଷରେ ବାସ୍ତବତାରେ ପରିଣତ ହୁଏ । ସେଇ ଘଞ୍ଚ ଜଙ୍ଗଲରେ ଝରଣା ପାଖରେ ଗଡେ ଦୁଇ ଦୁଇଟି ମୁଣ୍ଡ ।

ଦିଲ୍ଲୀଠାରେ ଅନୁଷ୍ଠିତ ୧୫ତମ ଦାଦା ସାହେବ ଫାଲକେ ଫିଲ୍ମ ଫେଷ୍ଟିଭାଲ ୨୦୨୫ରେ 'କୋକୁଆ' ଫିଲ୍ମ ଶ୍ରେଷ୍ଠ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛି। ଏଥିସହ ପଞ୍ଚମ କେରଳ ସର୍ଟ ଫିଲ୍ମ ଫେଷ୍ଟିଭାଲ ପାଇଁ ମଧ୍ୟ ମନୋନୟନ ହୋଇଛି।

ଅଧିକ ପଢ଼ନ୍ତୁ:ପାକିସ୍ତାନ ଲୋକଙ୍କ ପ୍ରତି ମୋର କୌଣସି ଅଭିଯୋଗ ନାହିଁ; ଜାଭେଦ ଅଖତର

Tarang Plus Odia Short Film
Advertisment
Advertisment