Advertisment

India's Missile Strike: ପାକିସ୍ତାନକୁ ଭାରତ ଭୟ, ମଧ୍ୟସ୍ଥି କରି ଆମେରିକା ନେଲା ଶ୍ରେୟ

ଭାରତର ମିସାଇଲ ମାଡ଼ରେ ମାଟିରେ ମିଶିଛି ଇସଲାମାବାଦ ସହ ଅନେକ ସହର । ପାକିସ୍ତାନର ଭୟ ବଢିବା ଦେଖି ଆମେରିକା ହସ୍ତକ୍ଷେପ କରିଛି । ସେପଟେ ଅସ୍ତ୍ରବିରତି ପରେ ଆମେରିକାକୁ ଶ୍ରେୟ ଦେଇଛନ୍ତି ଟ୍ରମ୍ପ ।

author-image
Namita Biswal
ଅଦ୍ୟତନ ହୋଇଛି
India's Missile Strike

India's Missile Strike

ପାକ୍ ଏୟାରବେସକୁ ସିଧା ଟାର୍ଗେଟ୍ କଲା ଭାରତ । ହମଲା ପରେ ଭୟରେ ଥରହର ପାକିସ୍ତାନ । ସ୍ଥିତି ଏମିତି ହୋଇଛି ଯେ, ଶେଷରେ ବିଶ୍ବର ଶକ୍ତିଶାଳୀ ଦେଶ ଆମେରିକାକୁ ମଧ୍ୟ ହସ୍ତକ୍ଷେପ କରିବାକୁ ପଡ଼ିଛି । ଭାରତର ମିସାଇଲ ମାଡ଼ରେ ପାକିସ୍ତାନର ଇସଲାମାବାଦ ସମେତ ଅନେକ ସହର ପ୍ରଭାବିତ ହୋଇଛି । ବିଭିନ୍ନ ସହରର ଏୟାରବେସ ଛିନଛତ୍ର ହୋଇପଡ଼ିଥିବାବେଳେ ଏଥିରୁ ବର୍ତ୍ତିବାକୁ ପାକିସ୍ତାନ ସତେ ଯେମିତି ତ୍ରାହି ତ୍ରାହି ଡାକୁଛି ।  

Advertisment

ସୂଚନା ଅନୁସାରେ, ଗତ ୧୦ ତାରିଖରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଆଲୋଚନା କରିଥିଲେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ପାକିସ୍ତାନର ସେନା ମୁଖ୍ୟ । ଏପରିକି ପାକିସ୍ତାନ ଅସ୍ତ୍ରବିରତି ପାଇଁ ରାଜି ଥିବା କଥା ମଧ୍ୟ ରୁବିଓ ପ୍ରକାଶ କରିଥିଲେ ।

ମିସାଇଲ ମାଡ଼ କରି ଭାରତ ଯେ କେବଳ ପାକିସ୍ତାନକୁ ଥରହର କରୁଥିଲା ତାହା ନୁହେଁ, ପଡୋଶୀ ଦେଶ ଚୀନର ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲା । ଭାରତର ଘନ ଘନ ଏୟାରଷ୍ଟ୍ରାଇକ୍ ପାକିସ୍ତାନର ଚିନ୍ତା ବଢାଇଦେଲା । ଶେଷରେ ଏହି ମାମଲାରେ ଆମେରିକାକୁ ବାଧ୍ୟ ହୋଇ ହସ୍ତକ୍ଷେପ କରିବାକୁ ପଡ଼ିଲା । ସାମରିକ ଅସ୍ତ୍ର ବିରତି ନେଇ ପାକିସ୍ତାନର ପ୍ରସ୍ତାବ ଦେଇଥିବା ଜଣାପଡ଼ିଥିଲା । 

Advertisment

ଦୁଇ ରାଷ୍ଟ୍ର ମଧ୍ୟରେ ତେଜିଥିବା ବିବାଦ ଓ ପରିଣାମ ସ୍ୱରୂପ ଯେଉଁ ଗୁଳିବର୍ଷାକୁ ନେଇ ସାରା ବିଶ୍ୱ ଚିିନ୍ତିତ ଥିଲା । କାରଣ ପୂର୍ବରୁ ଋଷ-ୟୁକ୍ରେନ ଓ ଇଜ୍ରାଏଲ-ଗାଜା ଆଦି ଯୁଦ୍ଧର ମଧ୍ୟ ନଜିର ରହିଛି । ହେଲେ ଭାରତ-ପାକିସ୍ତାନ ଯୁଦ୍ଧ ଭିତରେ କାହିଁକି ଏଣ୍ଟ୍ରି କଲା ଆମେରିକା ? ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଯୁକ୍ତ ରାଷ୍ଟ୍ର ଆମେରିକା ଏଥିରେ ମଧ୍ୟସ୍ଥି କରିବା ପଛର କାରଣ କ'ଣ? ତାହା ସବୁଠାରୁ ବଡ଼ ପ୍ରଶ୍ନ ଥିବାବେଳେ ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଛନ୍ତି ବଡ଼ ବୟାନ । ସେ କହିଛନ୍ତି, "ଆମ ପ୍ରଶାସନ ମଧ୍ୟସ୍ଥି କରିବା ସହ ଅସ୍ତ୍ରବିରତି ପାଇଁ ପ୍ରସ୍ତାବ ଦେଇଥିଲା । ଏଣୁ ଆମେରିକା ଯୋଗୁ ଏସବୁ ସମ୍ଭବ ହୋଇଛି ।"

India Pakistan War Ceasefire India Pakistan Gunfight Missile Strike
Advertisment
Advertisment