• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 28th May 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି ଦୂରଯାତ୍ରାର ଯୋଗ ରହିଛି

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୨୮ ତାରିଖ ମଙ୍ଗଳବାର । ଚନ୍ଦ୍ର-ମକର ଅହୋରାତ୍ର,ତିଥି-୫ମୀ ଦିବା ୦୩.୨୪ ଗତେ ୬ଷ୍ଠୀ,ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର,ଘାତବାର- ମକର ରାଶିର, ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ଦିବା ୦୯.୩୨ ଗତେ ୧ ପାଦ-କୃଷିହାନି-ଭୂମିଦାନ ।

Cancer

କର୍କଟ

Tuesday 28 May 2024

ପୁନର୍ବସୁ- ନିଜ ପରିସରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ବାଣିଜ୍ୟ, ନିର୍ମାଣ ଓ ପରିବହନରେ କିଛି ସମସ୍ୟା ଦେଖାଦେଇପାରେ। ଉତ୍ସର୍ଗୀକୃତ ହୋଇପାରନ୍ତି ଏବଂ ଆଧ୍ୟାତ୍ମିକ ଗୁଣ ଧାରଣ କରିପାରନ୍ତି ।

ପୁଷ୍ୟା- କାର‌୍ୟ୍ୟବ୍ୟସ୍ତତା କାରଣରୁ ମାନସିକ ଅସ୍ଥିରତା ଲାଗି ରହିବ। ଆପଣଙ୍କ ସୁବିଧା ଓ ଅସୁବିଧାର ସମୀକ୍ଷା କରି ଘରଲୋକ ବ୍ୟସ୍ତବିବ୍ରତ ହୋଇପାରନ୍ତି। ସାକ୍ଷାତକାରରେ ଜୟ ଯୁକ୍ତ ହୋଇ ନୂତନ କର୍ମ ପ୍ରାପ୍ତିର ସୁଯୋଗ ପାଇ ପାରନ୍ତି ।

ଅଶ୍ଲେଷା- ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ବାଧ୍ୟ ବାଧକତାରେ ଦୂରଯାତ୍ରା କରିବାକୁ ପଡ଼ିପାରେ। ଆତ୍ମୀୟମାନେ ଆପଣଙ୍କ କାମକୁ ସୁଗମ କରିପାରନ୍ତି।

ପ୍ରତିକାର – ବରଗଛ ମୂଳରେ କିଛି କ୍ଷୀର ଢାଳି ଦିନଟି ଆରମ୍ଭ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :