ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ଶୁକ୍ରବାର । ଚନ୍ଦ୍ର- କୁମ୍ଭ ଦିବା ୦୪.୪୭ ଗତେ ମୀନ । ତିଥି- ୧୪ଶୀ ରାତ୍ରି ୦୭.୫୫ ଗତେ ଅମାବାସ୍ୟା । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ଦିବା ୦୪.୪୭ ଗତେ ଧନୁ ରାଶିର । ଘାତବାର- ବିଛା, ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୧୦.୦୮ ପର୍ଯ୍ୟନ୍ତ ।
ମୃଗଶିରା- ସନ୍ଦେହ ଓ ଭୁଲ ବୁଝାମଣା ହେତୁ ପରିବାରରେ କ୍ରମାଗତ ଭାବେ ସମସ୍ୟା ଲାଗିରହିପାରେ । ବ୍ୟବସାୟ, ବାଣିଜ୍ୟ ରେ ପ୍ରତିବନ୍ଧକ ସୃଷ୍ଟି ହେବାର ଆଶଙ୍କା ରହିଛି । ସ୍ନାୟବିକ ଦୁର୍ବଳତା ଦେଖାଦେଇପାରେ ।
ଆଦ୍ରା- ଅଧ୍ୟାପକଙ୍କ ଲାଗି ଧନର ନୂଆ ମାର୍ଗ ଖୋଲିବ । ପିଲାମାନଙ୍କ ପାଠପଢାକୁ ନେଇ ଖୁସି ରହିବେ । ଯାନବାହନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଂଶସିତ ହେବେ ।
ପୁନର୍ବସୁ- ବନ୍ଧୁତ୍ୱ ସମ୍ପର୍କରେ କିଛି ଉନ୍ନତି ଆସିବ ଏବଂ ତାଙ୍କ ସହିତ ମିଶି କିଛି ନୂଆ ଯୋଜନା କରିବେ । ଘର ପାଇଁ ଆସବାବ କ୍ରୟ କରିବେ । ରାଜନୀତି କ୍ଷେତ୍ରରେ ଉଚ୍ଚ ପଦବୀ ହାସଲ କରି ପାରନ୍ତି ।
ପ୍ରତିକାର – ଦର୍ତାତ୍ରେୟଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ ।
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫